କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ୍ ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ବୁଝାମଣା(ଏମ୍‌ଓସି)ରେ ସ୍ୱାକ୍ଷର ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି

Posted On: 13 APR 2022 3:29PM by PIB Bhubaneshwar

  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଜଳ ସମ୍ବଳ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର୍‌, ଆର୍‌ଡି ଆଣ୍ଡ ଜିଆର୍‌) ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଜାପାନର ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ବିକେନ୍ଦ୍ରକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା ନିମନ୍ତେ ପୂର୍ବ ରାଜିନାମା ଅନୁସାରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା(ଏମ୍‌ଓସି)କୁ ଆଜି ମଞ୍ଜୁରୀ ପ୍ରଦାନ କରିଛି ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ

ଏକ ପରିଚାଳନା ପରିଷଦ(ଏମ୍‌ସି)ର ଗଠନ କରାଯିବ ଯାହା ସହଯୋଗ ବୁଝାମଣାର କାର୍ଯ୍ୟାନ୍ୱୟନ ନିମନ୍ତେ ସହଯୋଗ ଏବଂ ଏହାର ପ୍ରଗତିର ନିରୀକ୍ଷଣର ବିସ୍ତୃତ କାର୍ଯ୍ୟକଳାପ ପ୍ରଣୟନ କରିବା ନିମନ୍ତେ ଦାୟୀ ରହିବ ।

ପ୍ରମୁଖ ପ୍ରଭାବ:

ଏମ୍‌ଓସି ମାଧ୍ୟମରେ ଜାପାନ ସହିତ ସହଯୋଗ ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା ଏବଂ ଜୋକାସଉ ସିଷ୍ଟମ୍‌କୁ ଉପଯୋଗ କରି ବିଶୋଧିତ ଜଳର ପ୍ରଭାବଶାଳୀ ଢଙ୍ଗରେ ପୁଣି ଥରେ ବ୍ୟବହାର କରିବା ଭଳି କ୍ଷେତ୍ରରେ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ନମାମି ଗଙ୍ଗେ କାର୍ଯ୍ୟକ୍ରମ ଭଳି ସ୍ଥିତି ବ୍ୟତୀତ, ଜଳ ଜୀବନ ମିଶନ ଅନୁସାରେ ଅଧୀନରେ ପରିଷ୍କାର ପାଣିର ସ୍ରୋତର ସ୍ଥିରତା ସହିତ ଆବର୍ଜନା ଜଳର ପରିଚାଳନା ନିମନ୍ତେ ବିକେନ୍ଦ୍ରକୃତ ଜୋହକାସୌ ବ୍ୟବସ୍ଥା ଅସନା/ କଳା ପାଣିର ପରିଚାଳନା ନିମନ୍ତେ ଅଧିକ ପ୍ରଭାବଶାଳୀ ହୋଇପାରିବ । ଏହା ସହରାଂଚାଳର ସ୍ଥାନୀୟ ୟୁଏଲ୍‌ବିକୁ ବର୍ଜ୍ୟ ଜଳର ଉପଚାରର ଜଟିଳ ସମସ୍ୟାର ସମାଧାନ ନିମନ୍ତେ ଉତମ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । 

ଏଥିରେ ଅନ୍ତର୍ଭୁକ୍ତ ବ୍ୟୟ:

ଏହି ସହଯୋଗ ବୁଝାମଣା ଅନୁସାରେ, ଉଭୟ ପକ୍ଷ ଉପରେ କୌଣସି ବିତୀୟ ଦାୟିତ୍ୱ ରହିବ ନାହିଁ । ଏହି ଏମ୍‌ଓସି ଅନୁସାରେ କାର୍ଯ୍ୟକଳାପକୁ ସୁବିଧାଜନକ କରିବା ନିମନ୍ତେ, ମାମଲା ଅନୁସାରେ ବିସ୍ତୃତ କାଗଜପତ୍ର, ଯଥା ପୂର୍ବ – ବ୍ୟବହାର୍ଯ୍ୟତା ରିପୋର୍ଟ, ବ୍ୟବହାର୍ଯ୍ୟତା ରିପୋର୍ଟ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ତିଆରି କରାଯିବ, ଯଦି ଆବଶ୍ୟକ ହୁଏ, ତେବେ ଏହା ସହିତ ସମ୍ବନ୍ଧିତ କ୍ଷେତ୍ର ଗୁଡିକ  ସହ ସଂଶ୍ଲିଷ୍ଟ ଅନ୍ୟ ପ୍ରାସଙ୍ଗିକ ବିଷୟକୁ ଗୁଡିକୁ କଭର କରି, ଏହି ଭଳି ମାମଲା ଆଧାରିତ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ବିତୀୟ ବ୍ୟବସ୍ଥାର କାଗଜପତ୍ର ପ୍ରସ୍ତୁତ କରା ଯାଇପାରିବ ।

ମୁଖ୍ୟ ବିବରଣୀ

ବିକେନ୍ଦ୍ରକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା ନିମନ୍ତେ  ଜଳ ସମ୍ବଳ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର୍‌, ଆର୍‌ଡି ଆଣ୍ଡ ଜିଆର୍‌) ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଓଜେଏସ୍‌) ଏବଂ ଜାପାନର ପରିବେଶ ମନ୍ତ୍ରଣାଳୟ ମଧ୍ୟରେ ଏକ ସହଯୋଗ ବୁଝାମଣା ୧୯.୦୩.୨୦୨୨ ସ୍ୱାକ୍ଷର କରାଯାଇଥିଲା । ଉଭୟ ଦେଶ ମଧ୍ୟରେ ସମାନତା ଏବଂ ପାରସ୍ପରିକ ଲାଭର ସିଦ୍ଧାନ୍ତ ଆଧାରରେ ସାର୍ବଜନିନ ଜଳ କ୍ଷେତ୍ର ଗୁଡିକରେ ଜଳ ପର୍ଯ୍ୟାବରଣର ସଂରକ୍ଷଣ ଏବଂ ସାର୍ବଜନିନ ସ୍ୱାସ୍ଥ୍ୟ ସୁଧାର ନିମନ୍ତେ ବିକେନ୍ଦ୍ରୀକୃତ ଘରୋଇ ଆବର୍ଜନା ଜଳ ପରିଚାଳନା ନିମନ୍ତେ ସହଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୁଝାମଣା/ ରାଜିନାମା ସ୍ୱାକ୍ଷର କରାଯାଇଥିଲା ।

ଏହି ଏମ୍‌ଓସି ଭାରତର ଡିଓଡବ୍ଳ୍ୟୁଆର୍‌, ଆର୍‌ଡି ଆଣ୍ଡ୍ ଜିଆର୍‌, ଜଳ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଓଜେଏସ୍‌) ଏବଂ ଜାପାନର ପର୍ଯ୍ୟାବରଣ ମନ୍ତ୍ରଣାଳୟର, ଏମ୍‌ଓଜେଏସ୍ ମଧ୍ୟରେ ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନାର କ୍ଷମତାକୁ ମଜଭୁତ କରି, ସୁଗମ କରି ଏବଂ ବିକଶିତ କରିବା ନିମନ୍ତେ ସ୍ୱାକ୍ଷରିତ କରାଯାଇଛି । ସହଯୋଗର ପରିସୀମା ବେଶି ପରିମାଣରେ ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା ଏବଂ ବିଶୋଧିତ ଜଳକୁ ପ୍ରଭାବଶାଳୀ ଢଙ୍ଗରେ ପୁଣି ଥରେ ଉପଯୋଗ କରିବା ଉପରେ କେନ୍ଦ୍ରିତ ଅଟେ । ଏହି ଏମ୍‌ଓସି ସହଯୋଗକୁ ପ୍ରୋତ୍ସାହିତ କରିବ ଏବଂ ସହଯୋଗର ସୁବିଧା ପ୍ରଦାନ କରିବ, ଯାହା ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନା ନିମନ୍ତେ ସେମିନାର, ସମ୍ମିଳନୀ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ସୂଚନା ଏବଂ ବିଶେଷଜ୍ଞତା ଆଦାନ ପ୍ରଦାନରେ ପାରସ୍ପରିକ ହିତ  କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ ।

ଏହି ଏମ୍‌ଓସି ଅନୁସାରେ କାର୍ଯ୍ୟକଳାପକୁ ସୁବିଧାଜନକ କରିବା ନିମନ୍ତେ, ମାମଲା ଅନୁସାରେ ବିସ୍ତୃତ କାଗଜପତ୍ର, ଯଥା ପୂର୍ବ – ବ୍ୟବହାର୍ଯ୍ୟତା ରିପୋର୍ଟ, ବ୍ୟବହାର୍ଯ୍ୟତା ରିପୋର୍ଟ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ତିଆରି କରାଯିବ, ଯଦି ଆବଶ୍ୟକ ହୁଏ, ତେବେ ଏହା ସହିତ ସମ୍ବନ୍ଧିତ କ୍ଷେତ୍ର ଗୁଡିକ  ସହ ସଂଶ୍ଲିଷ୍ଟ ଅନ୍ୟ ପ୍ରାସଙ୍ଗିକ ବିଷୟକୁ ଗୁଡିକୁ କଭର କରି, ଏହି ଭଳି ମାମଲା ଆଧାରିତ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ବିତୀୟ ବ୍ୟବସ୍ଥାର କାଗଜପତ୍ର ପ୍ରସ୍ତୁତ କରା ଯାଇପାରିବ । ଉଭୟ ପକ୍ଷ  ଏକ ପରିଚାଳନା ପରିଷଦ (ଏମ୍‌ସି) ସ୍ଥାପନା କରିବେ, ଯାହା ସହଯୋଗ ବୁଝାମଣାର କାର୍ଯ୍ୟାନ୍ୱୟନ ନିମନ୍ତେ ସହଯୋଗ ଏବଂ ଏହାର ପ୍ରଗତିର ନିରୀକ୍ଷଣର ବିସ୍ତୃତ କାର୍ଯ୍ୟକଳାପ ପ୍ରଣୟନ କରିବା ନିମନ୍ତେ ଦାୟୀ ରହିବ ।

ପୃଷ୍ଠଭୂମି

ଜଳ ସମ୍ବଳ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟ ନୀତି ଏବଂ ପ୍ରଯୁକ୍ତି ବିଶେଷଜ୍ଞତାକୁ ବଂଟନ କରି, ପ୍ରଶିକ୍ଷଣ ପାଠ୍ୟକ୍ରମ ଆୟୋଜିତ କରି, କର୍ମଶାଳା, ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନକୌଶଳ ବଂଟନ କରି, ବିଶେଷଜ୍ଞ ମାନଙ୍କର ଆଦାନ ପ୍ରଦାନ ଏବଂ ଅଧ୍ୟୟନ ମାଧ୍ୟମରେ ଜଳ ସମ୍ବଳ ବିକାଶ ଏବଂ ପରିଚାଳନାରେ ଅନ୍ୟ ଦେଶ ଗୁଡିକ ସହିତ ଦ୍ୱିପାକ୍ଷିକ ସହଯୋଗର ଯୋଜନା କରିଛି । ଏହାକୁ ଧ୍ୟାନରେ ରଖି, ବିକେନ୍ଦ୍ରୀକୃତ ଉପଚାର କ୍ଷେତ୍ରରେ ଅନୁଭବ ଏବଂ ବିଶେଷଜ୍ଞତାର ଆଦାନ ପ୍ରଦାନ କରିବା ନିମନ୍ତେ ଜାପାନ ସହିତ ଏକ ବୁଝାମଣା କରିବା ପାଇଁ ନିର୍ଣ୍ଣୟ ନିଆଯାଇଛି ।

 

*****

SSP



 

 



(Release ID: 1816596) Visitor Counter : 188