ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ‘ମନ କୀ ବାତ’ ସମ୍ଭାଷଣ ପାଇଁ ନୂଆ ତଥ୍ୟ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2022 9:11AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮୭ ମାସ ହେଲା ମାସର ପ୍ରତି ଶେଷ ରବିବାରରେ ନିଜର ମନକଥାକୁ ଦେଶବାସୀଙ୍କ ସହ କଥୋପକଥନ ମାଧ୍ୟମରେ ପ୍ରକାଶ କରି ଆସୁଛନ୍ତି ଆସନ୍ତା ୮୮ତମ ସମ୍ଭାଷଣ ଏପ୍ରିଲ ୨୪ ତାରିଖ ଦିନ ଅନୁଷ୍ଠିତ ହେବ ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ ଏଥି ସହିତ ସମାଜର ସବା ତଳ ସ୍ତରରେ ଘଟୁଥିବା ଉଲ୍ଲେଖନୀୟ ଘଟଣା କିମ୍ବା ସମାଜକୁ ବଦଳାଇ ଦେବା ଭଳି ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିଥିଲେ ଏସବୁକୁ ନେଇ ଅଂଶ ଗ୍ରହଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏସବୁକୁ ମାଇଁ ଗଭ, ନମୋ ଆପ କିମ୍ବା ୧୮୦୦୧୧୭୮୦୦ ଟେଲିଫୋନ ନମ୍ବରକୁ ଡାଏଲ କରି ଯେ କୌଣସି ଦେଶବାସୀ ଜଣାଇ ପାରିବେ ଏହି ଟେଲିଫୋନରେ ସେମାନଙ୍କ ଚିନ୍ତାଧାରା ଏବଂ ଅଭିଜ୍ଞତା ରେକର୍ଡ କରାଯାଇପାରିବ ଏଥିପଇଁ ପ୍ରଧାନମନ୍ତ୍ରୀ ଟୁଇଟ ଯୋଗେ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି

SSD/DD


(ରିଲିଜ ଆଡି: 1814966) ପରିଦର୍ଶକ କାଉଣ୍ଟର : 262