ପୋଷ୍ଟ କରାଯିବା ଦିନାଙ୍କ:
01 APR 2022 11:38AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଁ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଅସଂଖ୍ୟ ଲୋକଙ୍କ ହୃଦୟରେ ବାସ କରନ୍ତି । ଆମେ ତାଙ୍କର ଅନନ୍ୟ ସମାଜ ସେବା ତଥା ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଉପରେ ତାଙ୍କର ଗୁରୁତ୍ୱକୁ ସର୍ବଦା ମନେ ରଖିବୁ । ତାଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ଆମେ କାର୍ଯ୍ୟ କରିବୁ ।”
HS