ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟସଭା ସାଂସଦମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
31 MAR 2022 1:32PM by PIB Bhubaneshwar
ଆଦରଣୀୟ ସଭାପତିଜୀ,
ଆପଣ ବକ୍ତାମାନଙ୍କ ନିମନ୍ତେ ବେଶ୍ ସୀମା ନିର୍ଦ୍ଧାରଣ କରିଛନ୍ତି, ମୋର ପ୍ରୟାସ ହେବ ଯେ ସେହି ସୀମାକୁ ପାଳନ ପୂର୍ବକ ନିଜର ଭାବନାକୁ ଅଭିବ୍ୟକ୍ତ କରିବା ।
ଏମିତିରେ ଆମର ଏଠାରେ ବିଦାୟ ସମାରୋହ ତ ଚାଲିଥାଏ, ସାଥୀମାନେ ବିଦାୟ ନିଅନ୍ତି, କିନ୍ତୁ ଯେପରି ବଙ୍ଗଳାରେ କୁହାଯାଏ ଆମେ ଆସ୍ଛି, କିମ୍ବା ଗୁଜରାଟୀରେ କହନ୍ତି ଆଉଜୋ, ପୁଣି ଥରେ ଆସ । ସେମିତିରେ କହିଲେ ତ ବାଏ ବାଏ । କିନ୍ତୁ ସଦାବେଳେ କୁହାଯାଏ ଆଉ ଥରେ ଆସ – କମ୍ ଏଗେନ୍ । ସେହିଭଳି ଏକ ପ୍ରକାର ଆମେ ତ ଏହା ଆଶା କରିବା ଯେ ପୁଣି ଥରେ ଆସ । ଯେମିତି ସଭାପତିଜୀ କହିଛନ୍ତି ଯେ ଏତେ ଏତେ ଅନୁଭବ ଯାହାଙ୍କ ସହିତ ଯୋଡ଼ିହୋଇ ରହିଛି ପାଞ୍ଚ ପାଞ୍ଚ ଥର, ଚାରି ଚାରି ଥର, ଏତେ ସମୟ ଧରି... ଅର୍ଥାତ୍ ବହୁତ ବଡ଼ ମାତ୍ରାରେ ଅନୁଭବର ସଂପୁଟ ଆମର ଏହି ସମସ୍ତ ମହାନୁଭବମାନଙ୍କ ପାଖରେ ରହିଛି ଏବଂ ବେଳେବେଳେ ଜ୍ଞାନଠାରୁ ଅନୁଭବର ଶକ୍ତି ଅଧିକ ବୋଲି ବିବେଚନା କରାଯାଇଥାଏ ।
ଶୈକ୍ଷିକ ଜ୍ଞାନର ବେଳେବେଳେ ବହୁତ ପ୍ରକାର ସୀମା ଥାଏ, ତାହା ସେମିନାର ବା ସମ୍ପାନରେ କାମରେ ଆସିଥାଏ କିନ୍ତୁ ଅନୁଭବରୁ ଯାହା ପ୍ରାପ୍ତ ହୋଇଥାଏ ସେଥିରେ ସମସ୍ୟାମାନଙ୍କର ସମାଧାନ ନିମନ୍ତେ ସରଳ ଉପାୟ ଭରି ରହିଥାଏ । ସେଥିରେ ଥିବା ନୂତନତ୍ୱ ନିମନ୍ତେ ଅନୁଭବର ମିଶ୍ରଣ ହେବା କାରଣରୁ ଭୁଲଭଟକା ସାମାନ୍ୟରୁ ସାମାନ୍ୟତମ ହୋଇଥାଏ । ଏହି ଅର୍ଥରେ ଅନୁଭବର ନିଜର ଏକ ବହୁତ ବଡ଼ ମହତ୍ତ୍ୱ ରହିଛି । ଯେତେବେଳେ ଏଭଳି ଅନୁଭବୀ ସାଥୀମାନେ ଗୃହରୁ ଯାଇଥାନ୍ତି ସେତେବେଳେ ସଦନରେ ବହୁତ ବଡ଼ ଶୂନ୍ୟତା ଅନୁଭୂତ ହୋଇଥାଏ, ରାଷ୍ଟ୍ରକୁ ମଧ୍ୟ ହୋଇଥାଏ । ଆଗାମୀ ପିଢ଼ିଙ୍କ ନିମନ୍ତେ ଯେଉଁ ନିର୍ଣ୍ଣୟ ଗ୍ରହଣ କରାଯିବାର ଅଛି, ସେଥିରେ କିଛି ଅଭାବ ରହିଯାଇଥାଏ ଏବଂ ସେଥିପାଇଁ ଯେତେବେଳେ ଅନୁଭବୀ ଲୋକ ଅବସର ନେଇଥାନ୍ତି ସେମାନଙ୍କ ନିମନ୍ତେ ଏଠାରେ ବହୁତ କିଛି କୁହାଯାଇଥାଏ । କିନ୍ତୁ ଯେତେବେଳେ ଅନୁଭବୀ ସଦସ୍ୟମାନେ ଏଠାରେ ନଥାନ୍ତି, ସେତେବେଳେ ଯେଉଁମାନେ ଅଛନ୍ତି ସେମାନଙ୍କର ଦାୟିତ୍ୱ ଆହୁରି ଅଧିକ ବଢ଼ିଯାଇଥାଏ । ଯେଉଁମାନେ ଅନୁଭବର ଗାଥା ଏଠାରେ ଛାଡ଼ିଯାଇଛନ୍ତି, ଯେଉଁମାନେ ବାକି ଏଠାରେ ରହିଛନ୍ତି ସେମାନଙ୍କୁ ଆଗକୁ ବଢ଼ିବା ଲାଗି ସେଭଳି ଅନୁଭବ ସହାୟକ ହୋଇଥାଏ ଏବଂ ଯେତେବେଳେ ସେମାନେ ଆଗକୁ ବଢ଼ିଥାନ୍ତି ସେତେବେଳେ ଗୃହର ଶକ୍ତିକୁ ବେଳେବେଳେ କମ୍ ବୋଲି ଅନୁଭବ କରିହୋଇନଥାଏ । ଏବଂ ମୋର ବିଶ୍ୱାସ ଯେ ଆପଣମାନେ ଯେଉଁ ସାଥୀମାନେ ଆଜି ଅବସର ନେବାକୁ ଯାଉଛନ୍ତି ସେମାନଙ୍କ ଠାରୁ ଆମେ ଯାହାକିଛି ଶିକ୍ଷାଲାଭ କରିଛୁ, ଆଜି ଆମେ ମଧ୍ୟ ସଂକଳ୍ପ କରିବୁ ସେମାନଙ୍କ ଠାରୁ ଆମେ ଆହୁରି ଉତ୍ତମ କାର୍ଯ୍ୟ କରିବୁ, ଯେଉଁମାନେ ଶ୍ରେଷ୍ଠ ସେମାନଙ୍କୁ ଆମେ ଆଗକୁ ବଢ଼ିବାରେ ଏହି ଗୃହର ପବିତ୍ର ସ୍ଥାନକୁ ନିଶ୍ଚିତ ଭାବେ ଉପଯୋଗ କରିବୁ ଏବଂ ତାହା ଦେଶର ସମୃଦ୍ଧି ନିମନ୍ତେ ଢେର୍ କାର୍ଯ୍ୟରେ ଆସିବ । ଆମେମାନେ ଏକ ଦୀର୍ଘ ସମୟ ଏହି ଗୃହର ଚାରିକାନ୍ଥ ଭିତରେ ବିତାଇଥାଏ । ଭାରତର ପ୍ରତ୍ୟେକ କୋଣ ଅନୁକୋଣର ଭାବନାକୁ ଏଠାରେ ପ୍ରତିବିମ୍ବ, ଅଭିବ୍ୟକ୍ତ, ବେଦନା, ଆକାଂକ୍ଷା, ସବୁକିଛି ଏଠାରେ ଏକ ପ୍ରବାହରେ ପ୍ରବାହିତ ହୋଇଥାଏ ଏବଂ ଏହି ପ୍ରବାହକୁ ଆମେମାନେ ସୁଦ୍ଧା ଅନୁଭବ କରିପାରିଥାଏ । କିନ୍ତୁ କେତେବେଳେ ଆମକୁ ଲାଗୁଥିବ ଯେ ମୋର ଏହି ଗୃହ ପ୍ରତି ବେଶ୍ କିଛି ଅବଦାନ ରହିଛି, ବହୁତ କିଛି ସତ୍ୟ ଏଠାରେ ବ୍ୟକ୍ତ କରିଛ । କିନ୍ତୁ ଏଥି ସହିତ ଏହି ଗୃହର ମଧ୍ୟ ଆମମାନଙ୍କ ଜୀବନକୁ ଢେର୍ କିଛି ଅବଦାନ ରହିଛି । ଆମେମାନେ ଏହି ପବିତ୍ର ଗୃହକୁ ଯାହାକିଛି ଦେଇଯାଇଥାଏ ତା’ଠାରୁ ବେଶ୍ ଅଧିକ ଏହାଠାରୁ ଆହରଣ କରିଥାଏ । କାରଣ ବିବିଧତାରେ ଭରପୂର ଭାରତର ସାମାଜିକ ବ୍ୟବସ୍ଥାଠାରୁ ଅନେକ ପ୍ରକାର ଆରୋହ- ଅବରୋହ ଭଳି ବ୍ୟବସ୍ଥାରୁ ନିସୃତ ଯେକୌଣସି ଭାବନା, ଏହାକୁ ଆମେ ପ୍ରତିଦିନ ଏହି ଗୃହରେ ଅନୁଭବ କରିଥାଏ ।
ସେହି କାରଣରୁ ଆଜି ମୁଁ ଏହା କହିବି ଯେ ଆମେ ହୁଏତ ଏହି ପବିତ୍ର ଗୃହର ଚାରିକାନ୍ଥ ଭିତରୁ ବାହାରକୁ ଯାଉଥାଇପାରେ, କିନ୍ତୁ ଏହି ଅନୁଭବକୁ ରାଷ୍ଟ୍ରର ସର୍ବୋତ୍ତମ ହିତ ନିମନ୍ତେ ଚାରି ଦିଗରେ ଆମେ ପ୍ରସାରିତ କରିପାରିବା, ଚାରି କାନ୍ଥ ଭିତରୁ ପ୍ରାପ୍ତ ଅନୁଭବକୁ ଚତୁର୍ଦ୍ଦିଗରେ ବିଚ୍ଛୁରିତ କରିପାରିବା । ଏହି ସଂକଳ୍ପ ଆମ ସମସ୍ତଙ୍କ ମନରେ ସଦାସର୍ବଦା ରହିବା ଉଚିତ ଏବଂ ଏହି ଦିଗରେ ଆମେ ପ୍ରୟାସୀ ମଧ୍ୟ ହେବା ଜରୁରି ଯେ ଏହି ଗୃହରେ ଆମେ ଯେଉଁ କାଳଖଣ୍ଡରେ ଯାହା ଯାହା ମହତ୍ତ୍ୱପୂର୍ଣ୍ଣ କଥାର ଅବଦାନ ଦେଇଛେ ଏବଂ ଯାହା ଦେଶ ଗଠନରେ ସହାୟକ ହୋଇଛି, ଦେଶକୁ ଦିଶା ନିର୍ଦ୍ଦେଶ କରିବାରେ ସାହାଯ୍ୟ କରିଛି, ମୁଁ ଚାହିଁବି ଯେ ସେହିସବୁ ସ୍ମୃତିକୁ ଆପଣମାନେ କେଉଁଠି ନା କେଉଁଠି ଶବ୍ଦବଦ୍ଧ କରନ୍ତୁ, କେଉଁଠି ନା କେଉଁଠି ଲିପିବଦ୍ଧ କରନ୍ତୁ ଯଦ୍ୱାରା କେବେ ନା କେବେ ଆଗାମୀ ପିଢ଼ିକୁ ଏହା ସହାୟକ ଭାବନା ରୂପେ ପ୍ରାପ୍ତ ହେଉ ଏବଂ ତାହା ସେମାନଙ୍କ ପାଇଁ କାର୍ଯ୍ୟରେ ଆସୁ ।
ଆମେ ଯେଉଁଠାରେ ବି ବସିଥାଉ ନା କାହିଁକି, ଏଠାରେ ହେଉ ଅବା ସେଠାରେ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ସ୍ଥାନରେ ନିଜସ୍ୱ ଢଙ୍ଗରେ କିଛି ନା କିଛି ଏଭଳି ଅବଦାନ ଛାଡ଼ିଯାଉ ଯାହା ଦେଶକୁ ଦିଶା ନିର୍ଦ୍ଦେଶ କରିବ ଏବଂ ତାହା ତାଙ୍କର ଦେଶ ପ୍ରତି ବହୁତ ବଡ଼ ଅବଦାନ ଭାବେ ବିବେଚିତ ହେବ । ଏହାକୁ ଯଦି ଆମେ ସଂଗ୍ରହ କରିବା, ମୁଁ ଭାବୁଛି ଯେ ଏଭଳି ମୂଲ୍ୟବାନ ସମ୍ପଦ ଆମ ପାଇଁ ବେଶ୍ କାର୍ଯ୍ୟରେ ଆସିବ ଯାହା ଆଗାମୀ ପିଢ଼ିର ଲୋକମାନଙ୍କ ପାଇଁ ବେଶ୍ ଉପକାରସିଦ୍ଧ ହେବ । ଅର୍ଥାତ୍, ଏକ ଆନୁଷ୍ଠାନିକ ବ୍ୟବସ୍ଥାର ହିତ ନିମନ୍ତେ ଏହା ଉପଯୋଗ ହୋଇପାରିବ ।
ଏହିଭଳି ଭାବେ ମୁଁ ଏହା ମଧ୍ୟ ଚାହିଁବି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଆମେମାନେ ଏବେ ମନାଉଛୁ । ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ । ଆମର ମହାପୁରୁଷଗଣ ଦେଶ ପାଇଁ ଢେର୍ କିଛି ଦେଇ ଯାଇଛନ୍ତି । ଏବେ ତାହା ଫେରାଇ ଦେବାର ଦାୟିତ୍ୱ ଆମମାନଙ୍କ କାନ୍ଥ ଉପରେ ନ୍ୟସ୍ତ । ଆମେମାନେ ଏହିଭଳି ଭାବନାକୁ ଏଠାରୁ ନେଇ... କାରଣ ଏବେ ଆମମାନଙ୍କ ପାଖରେ ଆଉ ଅଳ୍ପ ସମୟ ବାକି ରହିଛି, ଯେତେବେଳେ ଆମେ ଏଠାରୁ ଯାଉଛେ ସେତେବେଳେ... ସଭାପତିଜୀଙ୍କର ବନ୍ଧନ ଆଉ ଆମମାନଙ୍କ ଉପରେ ରହିବନାହିଁ । ଆପଣମାନେ ବେଶ୍ ଖୋଲା ମନରେ ଏକ ବିରାଟ ମଞ୍ଚକୁ ଯାଇ ସ୍ୱାଧୀନତାର ଅମୃତ ମହୋତ୍ସବକୁ ଏହି ମହାର୍ଘ ପର୍ବ ଭାବେ ଆଗାମୀ ପିଢ଼ିଙ୍କୁ କିଭଳି ଭାବେ ପ୍ରେରିତ କରିପାରିବେ, ସେଥିରେ ଯଦି ଆପଣମାନଙ୍କର ଯୋଗଦାନ ରହିବ... ମୁଁ ଭାବୁଛି ଦେଶକୁ ସେଥିରୁ ବିପୁଳ ଶକ୍ତି ପ୍ରାପ୍ତ ହୋଇପାରିବ, ବହୁତ ବଡ଼ ଲାଭ ମିଳିପାରିବ ।
ମୁଁ ସମସ୍ତ ସାଥୀମାନଙ୍କୁ, ମୁଁ ବ୍ୟକ୍ତିଗତ ଭାବେ ଉଲ୍ଲେଖ କରିବାକୁ ଚାହିଁବିନାହିଁ । ସଭାପତିଜୀ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ଯେତେବେଳେ ଭେଟିବି ସେତେବେଳେ କହିବି । ବ୍ୟକ୍ତିଗତ ଭାବେ ମୁଁ ଅବଶ୍ୟ ଏହି ପ୍ରୟାସ କରିବି । ଆପଣମାନଙ୍କୁ ସମସ୍ତଙ୍କୁ ନିଜର ଭଲ ଭଲ କଥା ଅବଶ୍ୟ ବ୍ୟକ୍ତ କରିବି । ଆପଣମାନଙ୍କ ଠାରୁ ଭଲ କଥା ଶୁଣିବି, ତାହାକୁ ଅବଶ୍ୟ ଗ୍ରହଣ କରିବି ।
ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ଧନ୍ୟବାଦ!
SS/DD
(ରିଲିଜ ଆଡି: 1812220)
ପରିଦର୍ଶକ କାଉଣ୍ଟର : 200
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam