ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସଂକ୍ରମଣ ପ୍ରତିହତ ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ

Posted On: 28 MAR 2022 9:04AM by PIB Bhubaneshwar

ଦେଶରୁ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ସମଗ୍ର ଦେଶରେ ବିନା ମୂଲ୍ୟରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧,୮୩,୨୬,୩୫,୬୭୩ ଡୋଜ ଟିକା ଦିଆଯାଇ ସାରିଲାଣି । ଏଥିପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ମୋଟ ୨,୧୭,୮୯,୨୧୬ ଥର ଉଦ୍ୟମ କରାଯାଇଛି ।

 

ଚଳିତ ମାର୍ଚ୍ଚ ୧୬ ତାରିଖଠାରୁ ନୂତନ ପର୍ଯ୍ୟାୟର ଟିକାଦାନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ୧୨ ରୁ ୧୪ ବର୍ଷ ବୟସ ବର୍ଗର ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗ ଏବଂ ପର୍ଯ୍ୟାୟରେ ଟିକାଦାନ କାର୍ଯ୍ୟ ଆଗେଇ ଚାଲିଛି । ସ୍ୱାସ୍ଥ୍ୟକେନ୍ଦ୍ର କର୍ମୀ ମାନଙ୍କ ଦ୍ୱାରା ୧୦,୪୦,୩୪୮୬ ଜଣଙ୍କୁ ପ୍ରଥମ ଡୋଜ ଟିକା, ୯୯,୯୬୫୭୪ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ  ୪୪,୨୪,୦୦୨ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଯାଇସାରିଲାଣି । କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ୧,୮୪,୧୨,୮୨୬ ଜଣଙ୍କୁ ପ୍ରଥମ ଡୋଜ, ,୭୫,୦୨,୦୪୦ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୬୭,୯୯,୩୬୪ ଡୋଜ ଟିକା ଦିଆଗଲାଣି । ୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ଶିଶୁଙ୍କୁ ୧୨୩୭୫୭୬୨ ଡୋଜ ଟିକା ଦିଆଯାଇସାରିଲାଣି । ୧୫ ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ୫,୬୮,୩୩,୯୯୯ ଜଣଙ୍କୁ ପ୍ରଥମ ଡୋଜ ଏବଂ ୩,୭୨,୪୮,୭୪୨ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି ।

 

୧୮ ରୁ ୪୪ ବୟସ ବର୍ଗରେ ୫୫,୪୩,୦୪,୬୮୮ ଜଣଙ୍କୁ ପ୍ରଥମ ଡୋଜ ଏବଂ ୪୬,୩୬,୬୭,୮୪୨ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି । ୪୫ରୁ ୪୯ ବୟସ ବର୍ଗରେ ୨୦,୨୬,୯୫,୮୨୬ ଜଣଙ୍କୁ ପ୍ରଥମ ଡୋଜ, ୧୮,୪୮,୦୧,୦୮୩ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇସାରିଲାଣି । ୬୦ ବର୍ଷରୁ ଅଧିକ ବୟସ ବର୍ଗର ୧୨,୬୭,୦୦୯୭୪ ଜଣଙ୍କୁ ପ୍ରଥମ ଡୋଜ, ୧୧,୫୧,୧୧,୭୭୮ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧,୧୩,୫୬,୬୮୬ ଜଣଙ୍କୁ ପ୍ରତିଷେଧାତ୍ମକ ଡୋଜ ଟିକା ଦିଆଯାଇସାରିଲାଣି । ଏହିପରି ଭାବରେ ମୋଟ ୨,୨୫,୮୦,୦୫୨ ଜଣଙ୍କୁ ପ୍ରତିଷେଧାତ୍ମକ ଡୋଜ ମିଶାଇ ମୋଟ ୧,୮୩,୨୬,୩୫,୬୭୩ ଜଣଙ୍କୁ ଟିକା ଦିଆଯାଇସାରିଲାଣି ।

ବର୍ତ୍ତମାନ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି । ଆଜି ସକାଳ ୭ଟା ସୁଦ୍ଧା ୧୫,୮୫୯ ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହା ମୋଟ ସଂକ୍ରମଣର ୦.୦୪ ଶତାଂଶ ଅଟେ ।

ସେହିପରି ୧୫୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ମୋଟ ଆରୋଗ୍ୟ ଲାଭର ୯୮.୭୫ ଶତାଂଶ ଅଟେ । ଏ ପର୍ଯ୍ୟନ୍ତ ମୋଟ ୪,୨୪,୮୩,୮୨୯ ଜଣ କରୋନରୁ ଆରୋଗ୍ୟ ଲାଭ କରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୭୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪,୩୨,୩୮୯ ଟି ନମୁନା ପରୀକ୍ଷା କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ ୭୮,୭୩,୫୫୩୫୪ଟି ନମୁନା ପରୀକ୍ଷା କରାଗଲାଣି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୯ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୬ ପ୍ରତିଶତ ରହିଛି ।

SSD/DD

 



(Release ID: 1810541) Visitor Counter : 214