ପୋଷ୍ଟ କରାଯିବା ଦିନାଙ୍କ:
26 MAR 2022 9:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଅଭ୍ୟାସ ପାଇଁ ବିଭିନ୍ନ ରାଷ୍ଟ୍ରର ଲୋକଙ୍କୁ ଏକାଠି କରିଥିବାରୁ କତାରର ଦୋହା ଠାରେ ଥିବା ଭାରତୀୟ ଦୂତାବାସର ପ୍ରଶଂସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଭଲ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ବିଶ୍ୱକୁ ଏକତ୍ରିତ କରୁଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଯୋଗ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ବିଶ୍ୱକୁ ଏକଜୁଟ କରୁଛି । ଯୋଗ ଅଭ୍ୟାସ ପାଇଁ ବିଭିନ୍ନ ଦେଶର ଲୋକଙ୍କୁ ଏକାଠି କରିବା ପାଇଁ ଦୋହା ଠାରେ ଥିବା ଭାରତୀୟ ଦୂତାବାସଙ୍କ ଏକ ମହତ୍ ପ୍ରୟାସ ।”
HS