ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଜଳ ଦିବସ ଅବସରରେ ପ୍ରତ୍ୟେକ ବୁନ୍ଦା ଜଳ ସଞ୍ଚୟ ଲାଗି ଶପଥ ନେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

Posted On: 22 MAR 2022 10:33AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳ ଦିବସରେ ପ୍ରତ୍ୟେକ ବୁନ୍ଦା ଜଳ ସଞ୍ଚୟ ଲାଗି ଶପଥ ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସରରେ ସେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସେହି ସମସ୍ତ ବ୍ୟକ୍ତି ଏବଂ ସଂଗଠନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଗତ କିଛି ବର୍ଷ ମଧ୍ୟରେ, ଦେଶର ସମସ୍ତ ଭାଗରେ ଅଭିନବ ପ୍ରୟାସ ସହିତ ଜଳ ସଂରକ୍ଷଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ହୃଦୟସ୍ପର୍ଶୀ ଅଟେ । ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସେହି ସମସ୍ତ ବ୍ୟକ୍ତି ଏବଂ ସଂଗଠନକୁ ମୁଁ ପ୍ରଶଂସା କରିବାକୁ ଚାହେଁ ।”

ଅଦ୍‍ଭି: ସର୍ବାଣୀ ଭୁତାନି ଜୀବନ୍ତି ପ୍ରଭବନ୍ତି ଚ ।

ବିଶ୍ୱ ଜଳ ଦିବସରେ, ଆସନ୍ତୁ ପ୍ରତ୍ୟେକ ବୁନ୍ଦା ଜଳକୁ ବଞ୍ଚାଇବା ପାଇଁ ଆମର ପ୍ରତିଶ୍ରୁତିକୁ ନିଶ୍ଚିତ କରିବା । ଜଳ ସଂରକ୍ଷଣ ତଥା ଆମ ନାଗରିକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ସୁବିଧା ସୁନିଶ୍ଚିତ କରିବା ପାଇଁ ଜଳ ଜୀବନ ମିଶନ୍ ପରି ଆମ ଦେଶ ଅନେକ ପଦକ୍ଷେପ ନେଉଛି ।

“ମା ଏବଂ ଭଉଣୀଙ୍କ ଜୀବନକୁ ସହଜ କରିବାରେ ଜଳ ଜୀବନ ମିଶନ୍ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଲୋକଙ୍କ ଅଂଶଗ୍ରହଣରେ ପ୍ରତ୍ୟେକ ଘରକୁ ପାଇପ୍‍ ଯୋଗେ ଜଳ ଯୋଗାଣର ସଂକଳ୍ପ ପୂରଣ ହେବ ।”

“ମିଳିତ ଭାବେ, ଜଳ ସଂରକ୍ଷଣକୁ ଆଗକୁ ବଢାଇବା ଏବଂ ଏକ ସ୍ଥାୟୀ ଗ୍ରହରେ ଯୋଗଦାନ କରିବା । ପ୍ରତ୍ୟେକ ବୁନ୍ଦା ଜଳର ସଞ୍ଚୟ ଆମ ଲୋକମାନଙ୍କୁ ସାହାଯ୍ୟ କରେ ଏବଂ ଆମର ଅଗ୍ରଗତିକୁ ବୃଦ୍ଧି କରିଥାଏ ।”

HS



(Release ID: 1808431) Visitor Counter : 167