ରେଳ ମନ୍ତ୍ରଣାଳୟ
ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ତତ୍କାଳ ପ୍ରଭାବ ସହ ଉଚ୍ଛେଦ କଲା ଭାରତୀୟ ରେଳବାଇ
ପୋଷ୍ଟ କରାଯିବା ଦିନାଙ୍କ:
10 MAR 2022 4:45PM by PIB Bhubaneswar
କୋଭିଡ – ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା। ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା।
ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନିଆଯାଇଛି । କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍ ସେହିପରି ଜାରି ରହିବ।
********
P.S.
(ରିଲିଜ ଆଡି: 1804915)
ପରିଦର୍ଶକ କାଉଣ୍ଟର : 279
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada