ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2022 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ "କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନ” ଏକ ଆଦର୍ଶ ପ୍ରୟାସ ଯାହା ଦ୍ୱାରା ଅଧିକରୁ ଅଧିକ ବାଳିକା ଶିକ୍ଷାର ଆନନ୍ଦ ପାଇପାରିବେ । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେ ଉଦ୍ୟମ କରିବାକୁ କହିଥିଲେ । ପ୍ରତ୍ୟେକ ଯୁବତୀଙ୍କୁ ଶିକ୍ଷା ଏବଂ ଦକ୍ଷତା ଲାଗି ଅନୁମତି ଦିଆଯିବାକୁ ନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଏକ ମିଶନ ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମତି ଜୁବିନ୍‍ ଇରାନୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

“ଏକ ଆଦର୍ଶ ପ୍ରୟାସ ଯାହା ଅଧିକରୁ ଅଧିକ ଝିଅମାନଙ୍କୁ ଶିକ୍ଷାର ଆନନ୍ଦ ପାଇବାକୁ ନିଶ୍ଚିତ କରିବ! ଆସନ୍ତୁ ସମସ୍ତେ ଏକ ରାଷ୍ଟ୍ର ଭାବରେ ଏକାଠି ହୋଇ ଏହି ଆନ୍ଦୋଳନକୁ ସଫଳ କରିବା ।”

HS


(ରିଲିଜ ଆଡି: 1803936) ପରିଦର୍ଶକ କାଉଣ୍ଟର : 240