ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ ନାରୀ ଶକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 08 MAR 2022 9:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀ ଶକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

 ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 "ମହିଳା ଦିବସ ଅବସରରେ ମୁଁ ଆମର ନାରୀ ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତାକୁ ସମ୍ମାନ ଜଣାଉଛି ଭାରତ ସରକାର ଏହାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଦେଉଛନ୍ତି

 "ଆର୍ଥିକ ଅନ୍ତର୍ଭୁକ୍ତିକରଣ ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଗୃହ ନିର୍ମାଣ, ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗିତା ପର୍ଯ୍ୟନ୍ତ ଆମର ନାରୀ ଶକ୍ତିକୁ ଭାରତର ବିକାଶ ଯାତ୍ରାରେ ଆଗେଇ ନେବାକୁ ଅନେକ ଚେଷ୍ଟା କରାଯାଇଛି ଆଗାମୀ ଦିନରେ ଏହି ପ୍ରୟାସ ଆହୁରି ଅଧିକ ଜୋରଦାର ଜାରି ରହିବ"

 "ଆଜି ସନ୍ଧ୍ୟା 6 ଟା ସମୟରେ ମୁଁ କୁଚ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି ଯାହା ଆମ ସମାଜରେ ମହିଳା ସନ୍ଥମାନଙ୍କ ଅବଦାନକୁ ଆଲୋକିତ କରିଥାଏ |

 ସଂସ୍କୃତିର ବିଭିନ୍ନ ଦିଗ, କେନ୍ଦ୍ରର ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଧ୍ୟାନ ଦିଆଯିବ |   https://t.co/ImLHzdJpEQ"

HS



(Release ID: 1803834) Visitor Counter : 175