ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଚ୍ଛ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କିତ ସେମିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ସମାଜରେ ମହିଳା ସାଧୁମାନଙ୍କର ଭୂମିକା ଏବଂ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ ପାଇଁ ସେମିନାର ଆୟୋଜନ କରାଯାଉଛି

ପୋଷ୍ଟ କରାଯିବା ଦିନାଙ୍କ: 07 MAR 2022 3:25PM by PIB Bhubaneshwar

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଧୋର୍ଡୋ, କଚ୍ଛ ଠାରେ ସନ୍ଧ୍ୟା 6 ଟାରେ ମହିଳା ସାଧୁଙ୍କ ଶିବିରରେ ଏକ ସେମିନାରକୁ ସମ୍ବୋଧିତ କରିବେ। ସମାଜରେ ମହିଳା ସାଧୁମାନଙ୍କର ଭୂମିକା ଏବଂ ମହିଳା ସଶକ୍ତିକରଣ ପ୍ରତି ସେମାନଙ୍କର ଅବଦାନକୁ ସ୍ବୀକୃତି ପ୍ରଦାନ କରିବା ପାଇଁ ସେମିନାର ଆୟୋଜନ କରାଯାଉଛି | ଧୋର୍ଡୋ ଠାରେ ଆୟୋଜିତ ସେମିନାରରେ 500 ରୁ ଅଧିକ ମହିଳା ସାଧୁ ଯୋଗଦେବେ।

ଏହି ସେମିନାରରେ ସଂସ୍କୃତି, ଧର୍ମ, ମହିଳା ସଶକ୍ତିକରଣ, ସୁରକ୍ଷା, ସାମାଜିକ ସ୍ଥିତି ଏବଂ ଭାରତର ସଂସ୍କୃତିରେ ମହିଳାଙ୍କ ଭୂମିକା ଉପରେ ଅଧିବେଶନ ଅନ୍ତର୍ଭୁକ୍ତ ହେବ। ମହିଳାମାନଙ୍କ ସଫଳତା ସହିତ ମହିଳାମାନଙ୍କୁ ସୁବିଧା ପ୍ରଦାନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ।

ଏହି ସେମିନାରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଂଜନ ଜ୍ୟୋତି ଡକ୍ଟର ଭାରତୀ ପ୍ରବୀଣ ପାୱାର ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଧ୍ବୀ ରିଥାମ୍ବର, ମହା ମଣ୍ଡଳେଶ୍ବର କଙ୍କେଶ୍ୱରୀ ଦେବୀ ତଥା ଅନ୍ୟମାନେ ମଧ୍ୟ ଯୋଗଦାନ କରିବେ। 

BS


(ରିଲିଜ ଆଡି: 1803637) ପରିଦର୍ଶକ କାଉଣ୍ଟର : 176