ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଜେଟର ପ୍ରତିରକ୍ଷା କ୍ଷେତ୍ରରେ ବ୍ୟୟବରାଦ ସଂକ୍ରାନ୍ତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ନିକଟରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଚିତ୍ର ବଜେଟ୍‌ରେ ସୁସ୍ପଷ୍ଟ”

“ଆମ ନିଜ ଦେଶରେ ଉପକରଣ ବିକଶିତ ହେଲେ ଏଥିରେ ଅନନ୍ୟ ଓ ଆଶ୍ଚର୍ଯ୍ୟଜନକ ପରିଣାମ ଉପଲବ୍ଧ ହେବ”

“ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକତ୍ତଉତ୍କୃଷ୍ଟ ବ୍ଲୁ ପ୍ରିଣ୍ଟ ରହିଛି”

“୫୪ହଜାରେ କୋଟି ଟଙ୍କାର ଉପକରଣ ଆହରଣ ନିମନ୍ତେ ଘରୋଇ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ଲକ୍ଷ କୋଟି ଟଙ୍କାର ଆହରଣ ପ୍ରକ୍ରିୟା ବିଭିନ୍ନ ସ୍ତରରେ ରହିଛି”

“ଏକ ବଳିଷ୍ଠ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟ ଭିତ୍ତିକ, ବାସ୍ତବ ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ”

Posted On: 25 FEB 2022 11:57AM by PIB Bhubaneshwar

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟର ଆହ୍ୱାନ ଶୀର୍ଷକ ଏକ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ୱେବିନାର ଆୟୋଜିତ ହୋଇଛି । ବଜେଟର ଘୋଷଣା କ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିବା ଏହା ହେଉଛି ବଜେଟ ପର ଚତୁର୍ଥ ୱେବିନାର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୱେବିନାରର ବାର୍ତ୍ତା ପ୍ରତିରକ୍ଷାରେ ଆତ୍ମନିର୍ଭର ଭାରତ-କାର୍ଯ୍ୟପ୍ରତି ଆହ୍ୱାନ ଦେଶର ମତିଗତିକୁ ପ୍ରଦର୍ଶନ କରିଥାଏ । ନିକଟ ଅତୀତରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବଳିଷ୍ଠ କରିବା ନିମନ୍ତେ ପଦକ୍ଷେପ ଚଳିତ ବଜେଟରେ ସୁସ୍ପଷ୍ଟ । ଦାସତ୍ୱ କାଳରେ ଭାରତର ପ୍ରତିରକ୍ଷା ନିର୍ମାଣ ଓ ଏପିରିକି ସ୍ୱାଧୀନତାର ଠିକ୍ ପରବର୍ତ୍ତୀ ଦିନ ଗୁଡିକରେ ମଧ୍ୟ ଏହା କିପରି ଶକ୍ତିଶାଳୀ ଥିଲା ଶ୍ରୀ ମୋଦୀ ତାହାର ସ୍ମରଣ କରିଥିଲେ । ଭାରତରେ ତିଆରି ଅସ୍ତ୍ରୋପକରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଯଦିଓ ପରବର୍ତ୍ତୀ କାଳରେ ଏହି ଦକ୍ଷତା ହ୍ରାସ ପାଇଥିଲା, ତଥାପି ସେତେବେଳେ  ବା ଏବେ ମଧ୍ୟ ଏହାର ସାମର୍ଥ୍ୟ ହ୍ରାସ ପାଇନାହିଁବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ପଦ୍ଧତିରେ ଲୌକିକତା ଓ ଅନନ୍ୟ ଶୈଳୀ ଯୋଗୁ କିପରି ଏହା ପ୍ରତିପକ୍ଷଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ଯେତେବେଳେ ନିଜ ଦେଶରେ ଉପକରଣ ବିକଶିତ ହେବ ସେତେବେଳେ ହିଁ ଏହାର ଅନନ୍ୟ ଶୈଳୀ ଓ ଲୌକିକତା ଲୋକଲୋଚନକୁ ଆସିବବୋଲି ସେ କହିଥିଲେ । ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକ ଉତ୍କୃଷ୍ଟ ବ୍ଲୁପ୍ରିଣ୍ଟ ରହିଛି ବୋଲି ସେ କହିଥିଲେ । ପ୍ରତିରକ୍ଷା ବଜେଣର ଶତକଡା ୭୦ଭାଗ କେବଳ ଘରୋଇ ଶିଳ୍ପ ପାଇଁ ରହିଛି ବୋଲି ସେ କହିଥିଲେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଦୁଇଶହରୁ ଅଧିକ ପ୍ରତିରକ୍ଷା ଉପକରଣର ସ୍ୱଦେଶୀ ତାଲିକା ଜାରି କରିଛି । ଏହା ପରେ ୫୪ହଜାର କୋଟି ଟଙ୍କାର ସ୍ୱଦେଶୀ ଉପକରଣ ଆହରଣ ନିମନ୍ତେ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ ଲକ୍ଷ କୋଟି ଟଙ୍କାର ଉପକରଣ ଆହରଣ ପ୍ରକ୍ରି୍ରୟା ବିଭିନ୍ନ ସ୍ତରରେ ରହିଛି । ତୃତୀୟ ତାଲିକା ଖୁବ୍ ଶୀଘ୍ର ଆସିବ ବୋଲି ସେ କହିଥିଲେ ।

ଉପକରଣ ଆହରଣରେ ଦୀର୍ଘକାଳୀନ ପଦ୍ଧତିର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଅନେକ ସମୟରେ ଉପକରଣ ସେନାରେ ସାମିଲ ହେବା ବେଳକୁ ଏହା ପୁରୁଣା ହୋଇଯାଇଥାଏ  । ଏହାର ସମାଧାନ ହେଉଛି ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆବୋଲି ସେ କହିଥିଲେ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱର ସହ ବିଚେଚନା କରିଥିବାରୁ ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାର ପ୍ରଶଂସା କରିଥିଲେ । ଅସ୍ତ୍ରୋପକରଣ କ୍ଷେତ୍ରରେ ଯବାନମାନଙ୍କ ଭାବନା ଓ ଗର୍ବ ପ୍ରତି ଧ୍ୟାନ ଦେବା ଦରକାର । ଏ କ୍ଷେତ୍ରରେ ଆତ୍ମନିର୍ଭର ହେଲେ ଯାଇ ଏହା ସମ୍ଭବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବର ସୁରକ୍ଷା ଏବେ କେବଳ ଡିଜିଟାଲ ବିଶ୍ୱ ପାଇ ସୀମିତ ହୋଇ ରହିନାହିଁ ବରଂ ଏହା ଜାତୀୟ ସୁରକ୍ଷା ପାଲଟି ଯାଇଛି । ଆମେ ପ୍ରତିରକ୍ଷା କ୍ଷେତ୍ର ଯେତିକି ଦୁର୍ଦ୍ଦଶ ସୂଚନା ପ୍ରଯୁକ୍ତି ଶକ୍ତି ଉପଯୋଗ କରିବା ଆମର ସୁରକ୍ଷା ନେଇ ଆମର ଗଭୀର ଆତ୍ମବିଶ୍ୱାସ ସେତେ ଅଧିକ ହେବହେବ ବୋଲ ିସେ କହିଥିଲେ ।

ପ୍ରତିରକ୍ଷା ଓ ଉପକରଣ ନିର୍ମାଣକାରୀଙ୍କ ସହ ଚୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ସମୟରେ ଆର୍ଥିକ ତୋଷାରପାତ ଓ ଦୁର୍ନୀତିର ପ୍ରଶ୍ନ ଉଠିଥାଏ । ଯୁଦ୍ଧୋପକରଣ ଗୁଡିକର ବ୍ୟବହାର ଓ ଗୁଣାତ୍ମକ ଦିଗ ଅନେକ ବାଦବିବାଦ ମଧ୍ୟକୁ ଚାଲିଯାଏ । ଆତ୍ମନିର୍ଭର ଭାରତ ଅଭିଯାନ ଏ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ ।

ପ୍ରଧାନମନ୍ତ୍ରୀ ଆୟୁଧ କାରଖାନାଗୁଡିକ ସଂକଳ୍ପ ଓ ପ୍ରଗତିର ଉଜ୍ଜଳ ଦୃଷ୍ଟାନ୍ତ ବୋଲି କହିଥିଲେ । ଗତବର୍ଷ ପ୍ରତିରକ୍ଷା କାର୍ଯ୍ୟଭାର ହାତକୁ ନେଇଥିବା ସାତୋଟି ସଂସ୍ଥା ସେମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ତଥା ନୂତନ ବଜାରରେ ପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । ଗତ ପାଂଚ-ଛଅବର୍ଷ ମଧ୍ୟରେ ଆମେ ପ୍ରତିରକ୍ଷା ରପ୍ତାନୀ ଛଅଗୁଣ ବୃଦ୍ଧି କରିପାରିଛୁ । ଆଜି ଆମେ ୭୫ରୁ ଅଧିକ ଦେଶକୁ ଭାରତୀୟ ପ୍ରତିରକ୍ଷା ଉପକରଣ ପଠାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମେକ ଇନ୍ ଇଣ୍ଡିଆକୁ ସରକାରୀ ପ୍ରୋତ୍ସାହନ ଯୋଗୁଁ ଗତ ସାତବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ନିମନ୍ତେ ୩୫୦ଟି ନୂତନ ଶିଳ୍ପ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ୨୦୦୧ରୁ ୨୦୧୪ ମଧ୍ୟରେ ମାତ୍ର ୨୦୦ଟି ଲାଇସେନ୍ସ ଜାରି କରାଯାଇଥିଲା । ପ୍ରଧାନ ମନ୍ତ୍ରୀ କହିଥ୍‌ôଲେ ଯେ ଡିଆରଡିଓ ଏବଂ ପ୍ରତିରକ୍ଷା ସରକାରୀ ଉଦ୍ୟୋଗ ସହ  ଘରୋଇ କ୍ଷେତ୍ର ମଧ୍ୟ ଆଗେଇ ଆସିବା ଦରକାର । ସେଥିପାଇଁ ପ୍ରତିରକ୍ଷା ଗବେଷଣା ଓ ପରିପାଟୀ  ଲାଗି ବଜେଟ୍‌ରେ ଶତକଡା ୨୫ଭାଗ ବ୍ୟୟବରାଦ  ଶିଳ୍ପ, ଷ୍ଟାର୍ଟଅପ ଓ ଶିକ୍ଷାନୁଷ୍ଠାନ ପାଇଁ ରଖାଯାଇଛି । ସ୍ପେଶାଲ ପରପସ ଭେଇକିଲ ମଡେଲ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି । ଏ କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନ ଏକ ଯୋଗାଣକାରୀ ବା ବିକ୍ରେତା ନ ହୋଇ ଏକ ଅଂଶୀଦାର ହେବାର ଭୂମିକା ଗ୍ରହଣ କରି ପାରିବ ବୋଲି ସେ କହିଥିଲେ ।

ଏକ ବଳିଷ୍ଠ ପ୍ରତିରକ୍ଷା ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟଭିତ୍ତିକ, ବାସ୍ତବ, ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିପାଇଁ ସ୍ୱାଧୀନ ପଦ୍ଧତି ସମସ୍ୟା ସମାଧାନ କ୍ଷେତ୍ରରେ ସହାୟକ ହେବ ।

ବଜେଟ୍ ବ୍ୟବସ୍ଥାକୁ ସମୟାନୁଯାୟୀ ତ୍ୱରାନ୍ୱିତ କରିବା ପାଇଁ ତୃତୀୟପକ୍ଷ ଅଂଶୀଦାରମାନେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଥିଲେ । ବଜେଟ୍‌ରେ କରାଯାଇଥିବା ବ୍ୟବସ୍ଥା ଓ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଭାବେ ନେଲେ ତ୍ୱରାନ୍ୱିତ ଅବସ୍ଥା ସୁଗମ ହେବ ବୋଲି ସେ କହିଥିଲେ ।

****







 



(Release ID: 1801158) Visitor Counter : 132