ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

Posted On: 19 FEB 2022 8:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଏବଂ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ପୀଢି ପରେ ପୀଢି ଲୋକଙ୍କୁ ପ୍ରେରଣା ଯୋଗାଉଛି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଉପରେ ପ୍ରଣାମ କରୁଛି । ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ତଥା ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯିବା ପୀଢି ପରେ ପୀଢି ଲୋକଙ୍କୁ ପ୍ରେରଣା ଯୋଗାଉଛି । ସତ୍ୟ ଏବଂ ନ୍ୟାୟର ମୂଲ୍ୟବୋଧ ପାଇଁ ଛିଡା ହେବାବେଳେ ସେ ଆଦୌ ବୁଝାମଣା କରୁନଥିଲେ । ଆମେ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ।”

HS



(Release ID: 1799556) Visitor Counter : 90