ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫେବୃୟାରୀ ୧୧ ତାରିଖରେ ୱାନ ଓସିଏନ ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗରେ ଅଂଶଗ୍ରହଣ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 10 FEB 2022 6:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଫେବୃଆରୀ ୧୧ ତାରିଖ ଦିନ ଅପରାହ୍ନ ୨ଟା ୩୦ରେ ୱାନ ଓସିଏନ ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗରେ ଜର୍ମାନୀ, ଇଂଲଣ୍ଡ, ଦକ୍ଷିଣ କୋରିଆ, ଜାପାନ, କାନାଡା ସମେତ ଅନେକ ରାଷ୍ଟ ମୁଖ୍ୟ ଏବଂ ସରକାର ମଧ୍ୟ ସମ୍ବୋଧିତ କରିବେ ।

ମିଳିତ ଜାତିସଂଘ ଏବଂ ବିଶ୍ୱ ବ୍ୟାଙ୍କ ସହଯୋଗରେ ଫ୍ରାନ୍ସର ବ୍ରେଷ୍ଟ ଠାରେ ଫେବୃୟାରୀ ୯ରୁ ୧୧ତାରିଖ ମଧ୍ୟରେ ଫ୍ରାନ୍ସ ଦ୍ୱାରା ୱାନ ଓସିଏନ୍‍ ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଏବଂ ନିରନ୍ତର ସାମୁଦ୍ରିକ କ୍ଷେତ୍ରର ସଂରକ୍ଷଣ ତଥା ସମର୍ଥନ ଦିଗରେ ଆଭିମୁଖ୍ୟ ଗ୍ରହଣ କରିବାକୁ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ଏକତ୍ରିତ କରିବା ।

HS


(ରିଲିଜ ଆଡି: 1797436) ପରିଦର୍ଶକ କାଉଣ୍ଟର : 248