ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 06 FEB 2022 10:27AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ପୀଢିମାନେ ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କ ସୁମଧୁର ସ୍ୱର ଲୋକମାନଙ୍କୁ ଅଭିଭୂତ କରିବାର ଏକ ଅପୂର୍ବ ଦକ୍ଷତା ରଖିଥିଲା

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୋ ନିକଟରେ ଶବ୍ଦ ନାହିଁ ଦୟାଳୁ ତଥା ଯତ୍ନଶୀଳ ଲତା ଦିଦି ଆମକୁ ଛାଡି ଚାଲିଯାଇଛନ୍ତି ସେ ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା ପୂରଣ ହୋଇପାରିବ ନାହିଁ ଆଗାମୀ ପୀଢି ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କ ସୁମଧୁର ସ୍ୱର ଲୋକଙ୍କୁ ଅଭିଭୂତ କରିବାର ଏକ ଅଦ୍ୱିତୀୟ ଦକ୍ଷତା ରଖିଥିଲା

ଲତା ଦିଦିଙ୍କ ଗୀତ ବିଭିନ୍ନ ପ୍ରକାରର ଭାବନା ଆଣିଥିଲା ସେ ଦଶନ୍ଧି ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତର ପରିବର୍ତ୍ତନକୁ ଅତି ନିକଟରୁ ଦେଖିଥିଲେ ଚଳଚ୍ଚିତ୍ର ବ୍ୟତୀତ ସେ ସର୍ବଦା ଭାରତର ଅଭିବୃଦ୍ଧି ପ୍ରତି ଆଗ୍ରହୀ ଥିଲେ ସେ ସର୍ବଦା ଏକ ଶକ୍ତିଶାଳୀ ତଥା ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ

ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ମନେ କରେ ଯେ ମୁଁ ସର୍ବଦା ଲତା ଦିଦିଙ୍କ ଠାରୁ ଅପାର ସ୍ନେହ ପାଇଛି ତାଙ୍କ ସହ ମୋର କଥାବାର୍ତ୍ତା ସ୍ମରଣୀୟ ହୋଇ ରହିବ ଲତା ଦିଦିଙ୍କ ଦେହାନ୍ତରେ ମୁଁ ଭାରତବାସୀଙ୍କ ସହ ଅତ୍ୟନ୍ତ ଦୁଃଖିତ ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛି ଓମ୍ ଶାନ୍ତି




HS


(ରିଲିଜ ଆଡି: 1795904) ପରିଦର୍ଶକ କାଉଣ୍ଟର : 198