ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଦକ୍ଷିଣ ଏସିଆରେ ଭାରତର ରାମସର ସାଇଟ ସର୍ବ ବୃହତ ନେଟୱାର୍କ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

प्रविष्टि तिथि: 03 FEB 2022 10:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଉ ଦୁଇଟି ଆଦ୍ରଭୂମି, ଗୁଜୁରାଟର ଖିଜାଦିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ଉତ୍ତରପ୍ରଦେଶରେ ଥିବା ବଖିରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ରାମସର ସାଇଟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଏକ ଟୁଇଟ୍ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଭଲ ଖବର!

ଭାରତରେ ଦକ୍ଷିଣ ଏସିଆର ରାମସର ସାଇଟଗୁଡିକର ସର୍ବ ବୃହତ ନେଟୱାର୍କ ରହିବା ଦେଶରେ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ତଥା ପ୍ରକୃତି ସହିତ ସୁସମ୍ପର୍କ ରଖିବା ପାଇଁ ଆମର ନାଗରିକଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି

HS


(रिलीज़ आईडी: 1795350) आगंतुक पटल : 196
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam