ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବାହାରିନର ମହାମହିମ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ସଲମାନ ବିନ୍ ହମାଦ ଅଲ୍ ଖଲିଫାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2022 6:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ସଲମାନ ବିନ ହମାଦ ଅଲ ଖଲିଫାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଭାରତର ଗଣତନ୍ତ୍ର ଦିବସ ଅବସରରେ ଯୁବରାଜ ସଲମାନ ଶୁଭେଚ୍ଛା ଜଣାଇଛନ୍ତି ।
ଉଭୟ ନେତା ଭାରତ ଏବଂ ବହାରିନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ ରାଜନୈତିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଶକ୍ତି, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ସୁସମ୍ପର୍କ ଜାରି ରହିଛି । ୨୦୨୧-୨୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ଭାରତ ଏବଂ ବହାରିନ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି ।
କୋଭିଡ ମହାମାରୀ ସମୟରେ ବହାରିନରେ ଭାରତୀୟ ସମ୍ପ୍ରଦାୟର ଆବଶ୍ୟକ ଯତ୍ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ବହାରିନ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ରାଜା ହେମାଦ୍ ବିନ୍ ଇସା ଅଲ ଖଲିଫାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହାମହିମ ସଲମାନ ବିନ୍ ହମାଦ ଅଲ ଖଲିଫାଙ୍କୁ ନିମନ୍ତ୍ରଣ କରିଛନ୍ତି ।
HS
(ରିଲିଜ ଆଡି: 1794544)
ପରିଦର୍ଶକ କାଉଣ୍ଟର : 252
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam