ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ବିଭିନ୍ନ ପ୍ରକଳ୍ପର ମିଳିତ ଉଦଘାଟନ ଏବଂ ଶୁଭାରମ୍ଭ କରିବେ

प्रविष्टि तिथि: 19 JAN 2022 8:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ୨୦ ଜାନୁଆରୀ, ୨୦୨୨ ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍‌ ସମୟରେ ମରିସସରେ ଭାରତ ସହାୟତାରେ ନିର୍ମିତ ସାମାଜିକ ଆବାସ ୟୁନିଟ୍ ପ୍ରକଳ୍ପର ମିଳିତ ଭାବେ ଭର୍ଚୁଆଲ ଉଦଘାଟନ କରିବେ। ଦୁଇ ବିଶିଷ୍ଟ ବ୍ୟକ୍ତି ମରିସସରେ ସିଭିଲ୍‌ ସର୍ଭିସ କଲେଜ ଏବଂ ୮ ମେଗାୱାଟ୍‌ ସୋଲାର ପିଭି ଫାର୍ମ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ। ଏସବୁ ପ୍ରକଳ୍ପ ମଧ୍ୟ ଭାରତ ସହାୟତାରେ କାର୍ଯ୍ୟକାରୀ ହେଉଛି।

ଏହି ଅବସରରେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ ଏବଂ ଅନ୍ୟ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ଲାଗି ଭାରତ ପକ୍ଷରୁ ମରିସସକୁ ପ୍ରଦାନ କରାଯିବାକୁ ଥିବା ୧୯୦ ମିଲିୟନ ଆମେରିକୀୟ ଡଲାରର ଲାଇନ୍‌ ଅଫ୍‌ କ୍ରେଡିଟ୍‌ (ଏଲଓସି) ପାଇଁ ମଧ୍ୟ ରାଜିନାମା ହେବ। ଏଥିସହିତ ଛୋଟ ଛୋଟ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ବୁଝାମଣାପତ୍ର (ଏମଓୟୁ) ବିନିମୟ ମଧ୍ୟ କରାଯିବ।

 

********

P.S.


(रिलीज़ आईडी: 1791534) आगंतुक पटल : 194
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam