ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମକର ସଂକ୍ରାନ୍ତି, ଉତ୍ତରାୟଣ, ଭୋଗି, ମାଘ ବିହୁ ଓ ପୋଙ୍ଗଲ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 14 JAN 2022 9:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳାରେ କହିଛନ୍ତି;

ସାରା ଦେଶରେ ଆମେ ବିଭିନ୍ନ ଉତ୍ସବ ପାଳନ କରୁଛୁ ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଦର୍ଶାଇଥାଏ । ଏସବୁ ଉତ୍ସବ ଅବସରରେ ଶୁଭେଚ୍ଛା ଜ୍ଞାପନ କରୁଛି ।

“ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଉଛି । https://t.co/4ittq5QTsr

ଦିବ୍ୟ ଉତ୍ତରାୟଣ କାମନା କରୁଛି । https://t.co/hHcMBzBJZP

ଭୋଗି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ନିଆରା ଉତ୍ସବ ଆମ ସମାଜରେ ସୌହାର୍ଦ୍ଦ୍ୟ ଭରି ଦେଉ । ଦେଶବାସୀଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି । https://t.co/plBUW3psnB

ଆପଣମାନଙ୍କ ମାଘ ବିହୁ ଅଭିନନ୍ଦନ । ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରି ଦେଉ ବୋଲି କାମନା କରୁଛି ।

ପୋଙ୍ଗଲ ତାମିଲନାଡୁର ସମୃଦ୍ଧ ସଂସ୍କୃତିର ପରିଚାୟକ । ଏହି ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ବିଶେଷ କରି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ତାମିଲମାନଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରକୃତି ସହିତ ଆମ ବନ୍ଧନ ଓ ସମାଜରେ ଭାଇଚାରା ଭାବନା ଆହୁରି ନିବିଡ ହେଉ ବୋଲି ମୋର ପ୍ରାର୍ଥନା । https://t.co/FjZqzzsLhr

 






SR



(Release ID: 1789891) Visitor Counter : 157