ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ବିହାରର ଏକ କାରଖାନାରେ ବଏଲର ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି


ପୀଡିତଙ୍କ ପାଇଁ ପିଏମ୍‍ଏନ୍‍ଆରଏଫ୍‍ ରୁ ସହାୟତା ରାଶି ଅନୁମୋଦନ କରିଛନ୍ତି

Posted On: 26 DEC 2021 9:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଜାଫରପୁରର ଏକ କାରଖାନାରେ ବଏଲର ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । 

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିହାରର ମୁଜାଫରପୁରର ଏକ କାରଖାନାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ମୃତକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଏଥି ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।”

ପ୍ରଧାନମନ୍ତ୍ରୀ ମଧ୍ୟ ବିହାରର ମୁଜାଫରପୁରର ଏକ କାରଖାନାରେ ବଏଲର ବିସ୍ଫୋରଣରେ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନ୍‍ଆରଏଫ୍‍) ରୁ ସହାୟତା ରାଶିକୁ ଅନୁମୋଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

“ମୁଜାଫରପୁରର ଏକ କାରଖାନାରେ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପିଏମ୍‍ଏନ୍‍ଆରଏଫ୍‍ ରୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ଲାଗି ଅନୁମୋଦନ କରିଛନ୍ତି । ପ୍ରତ୍ୟେକ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ।”

HS



(Release ID: 1785498) Visitor Counter : 109