ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଗୁରୁଦ୍ୱାର ଲଖପତ ସାହେବ ଠାରେ ଗୁରୁ ନାନକ ଦେବ ଜୀଙ୍କର ଗୁରୁ ପୁରବ ଉତ୍ସବକୁ ସମ୍ବୋଧିତ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
24 DEC 2021 11:17AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବର ୨୦୨୧ ରେ ଗୁଜୁରାଟର କଚ୍ଛ ସ୍ଥିତ ଗୁରୁଦ୍ୱାର ଲଖପତ ସାହିବରେ ଗୁରୁ ନାନକ ଦେବ ଜୀଙ୍କର ଗୁରୁପୁରବ ଉତ୍ସବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।
ପ୍ରତିବର୍ଷ ୨୩ ଡିସେମ୍ବରରୁ ୨୫ ଡିସେମ୍ବର ମଧ୍ୟରେ ଗୁଜରାଟର ଶିଖ ସଙ୍ଗତ ଗୁରୁଦ୍ୱାର ଲଖପତ ସାହେବରେ ଗୁରୁ ନାନକ ଦେବ ଜୀଙ୍କର ଗୁରୁପୁରବ ଉତ୍ସବ ପାଳନ କରନ୍ତି । ଗୁରୁ ନାନକ ଦେବ ଜୀ ତାଙ୍କର ଯାତ୍ରା ସମୟରେ ଲଖପତରେ ରହିଥିଲେ । ଗୁରୁଦ୍ୱାର ଲଖପତ ସାହିବଙ୍କର କଠଉ ଏବଂ ପାଲଖି (ଦୋଳି) ସହିତ ଗୁରୁମୁଖିର ପାଣ୍ଡୁଲିପି ଏବଂ ମାର୍କିଂ ସ୍କ୍ରିପ୍ଟ ସହିତ ତାଙ୍କର କିଛି ସାମଗ୍ରୀ ରହିଛି ।
୨୦୦୧ ଭୂକମ୍ପରେ ଗୁରୁଦ୍ୱାର କ୍ଷତିଗ୍ରସ୍ତ ହୋଇଥିଳା । କ୍ଷୟକ୍ଷତିର ମରାମତି ସୁନିଶ୍ଚିତ କରିବା ପାଇଁ ତତ୍କାଳୀନ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ଉଦ୍ୟମ କରିଥିଲେ । ଏହି ପଦକ୍ଷେପରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରାଯାଇଥିଲା, ଯେପରି ଗୁରୁ ନାନକ ଦେବ ଜୀଙ୍କର ୫୫୦ ତମ ପ୍ରକାଶ ପୁରବ, ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ୩୫୦ ତମ ପ୍ରକାଶ ପୁରବ ଏବଂ ଗୁରୁ ତେଗ ବାହାଦୂର ଜୀଙ୍କ ୪୦୦ ତମ ପ୍ରକାଶ ପୁରବ ସମେତ ଅନେକ ପ୍ରୟାସରେ ପ୍ରତିଫଳିତ ହୋଇଥିଲା ।
HS
(ରିଲିଜ ଆଡି: 1785010)
ପରିଦର୍ଶକ କାଉଣ୍ଟର : 291
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam