ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାମନ୍ତ୍ରୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି

Posted On: 17 DEC 2021 8:05PM by PIB Bhubaneshwar

ଏଭଳି ସମ୍ବର୍ଦ୍ଧନା ଦ୍ୱାରା ମୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଭୁଟାନର ମହାମହିମ ରାଜାଙ୍କୁ ମୋର କୃତଜ୍ଞତା ଜଣାଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜାତୀୟ ଦିବସ ଅବସରରେ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍ ସର୍ବୋଚ୍ଚ ନାଗରିକ ପୁରସ୍କାର ଅର୍ଡ଼ର ଅଫ୍ ଡ୍ରକ୍ ଗ୍ୟାଲପୋ ପ୍ରଦାନ କରିଛନ୍ତି ଏହି ଉଷ୍ମ ସମ୍ବର୍ଦ୍ଧନା ପାଇଁ ଭୁଟାନର ରାଜାଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ ଜରିଆରେ କହିଛନ୍ତି;

ଧନ୍ୟବାଦ, ଭୁଟାନର ପ୍ରଧାମନ୍ତ୍ରୀ ଲିୟୋଛେନ୍‌! ମୁଁ ଏହି ଉଷ୍ମ ସମ୍ବର୍ଦ୍ଧନା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଭୁଟାନର ମହାମହିମ ରାଜାଙ୍କୁ ମୋର କୃତଜ୍ଞତା ଜଣାଉଛି

ଆମ ଭୁଟାନର ଭାଇ ଭଉଣୀମାନଙ୍କଠାରୁ ମୁଁ ଅତ୍ୟଧିକ ପ୍ରେମ ଏବଂ ସ୍ନେହ ଗ୍ରହଣ କରିବାର ସୌଭାଗ୍ୟ ପାଇଛି, ଏବଂ ଭୁଟାନର ଜାତୀୟ ଦିବସର ଶୁଭ ଅବସରରେ ମୋର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସୁଯୋଗ ପାଇଛି

ସ୍ଥାୟୀ ବିକାଶର ଅନନ୍ୟ ମଡେଲ ଏବଂ ଜୀବନର ଗଭୀର ଆଧ୍ୟାତ୍ମିକ ମାର୍ଗ ପାଇଁ ମୁଁ ଭୁଟାନକୁ ପ୍ରଶଂସା କରେ ଡ୍ରକ୍ ଗ୍ୟାଲପୋର ଉତ୍ତରାଧିକାରୀ - ସେମାନଙ୍କର ମହାମହିମ ରାଜା - ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ଏବଂ ପଡୋଶୀ ବନ୍ଧୁତ୍ୱର ସ୍ୱତନ୍ତ୍ର ବନ୍ଧନକୁ ଆମ ଦେଶମାନେ ପାଳନ କରିଛନ୍ତି

ଭାରତ ଭୁଟାନକୁ ନିଜର ନିକଟତମ ବନ୍ଧୁ ତଥା ପଡ଼ୋଶୀ ଦେଶ ଭାବରେ ସର୍ବଦା ସମ୍ମାନିତ କରିବ ଏବଂ ଆମେ ଭୁଟାନର ବିକାଶ ଯାତ୍ରାକୁ ସବୁ ପ୍ରକାରେ ସମର୍ଥନ କରିବୁ ।“

HS



(Release ID: 1782907) Visitor Counter : 204