ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ବଳରାମପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସରଜୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟିତ


“ଜେନେରାଲ ବିପିନ ରାୱତଙ୍କ ବିୟୋଗ ପ୍ରତ୍ୟେକ ଭାରତୀୟ ଓ ଦେଶପ୍ରେମୀ ପାଇଁ ଏକ ବିରାଟ କ୍ଷତି”

“ଯେଉଁ ବୀରମାନଙ୍କୁ ଆମେ ହରାଇଲୁ ସମଗ୍ର ଦେଶ ସେମାନଙ୍କ ପରିବାର ସହ ରହିଛି”

“ଭାବନାରେ ସାଧୁତା ଥିଲେ କାର୍ଯ୍ୟ ମଧ୍ୟ ସେପରି ମଜବୁତ ହୋଇଥାଏ ଓ ସରଜୁ କେନାଲ ଜାତୀୟ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଏହାର ପ୍ରମାଣ”

“ପାଞ୍ଚ ଦଶନ୍ଧି ମଧ୍ୟରେ ଯାହା ହୋଇପାରି ନ ଥିଲା ଆମେ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ ସରଜୁ କେନାଲ ଜାତୀୟ ପ୍ରକଳ୍ପ ନିମନ୍ତେ ତା’ଠାରୁ ଅଧିକ କାମ କରିଛୁ । ଏହା ଡବଲ ଇଞ୍ଜିନ ସରକାର କାର୍ଯ୍ୟ । ଡବଲ ଇଞ୍ଜିନ ସରକାର କାର୍ଯ୍ୟ ଏହିପରି ଦ୍ରୁତତର”

Posted On: 11 DEC 2021 3:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୧୨.୨୧) ଉତ୍ତରପ୍ରଦେଶର ବଳରାମପୁରଠାରେ ଜାତୀୟ ସରଜୁ କେନାଲ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ  ଶ୍ରୀ ଗଜେନ୍ଦ୍ର ସିଂ ଶିଖାୱତ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବିୟୋଗ ପ୍ରତ୍ୟେକ ଭାରତୀୟ ଓ ଦେଶପ୍ରେମୀଙ୍କ ନିମନ୍ତେ ଏକ ମସ୍ତବଡ କ୍ଷତି ବୋଲି କହିଥିଲେ । ଦେଶର ସୈନ୍ୟବାହିନୀକୁ ଆତ୍ମନିର୍ଭରଶୀଳ କରିବାରେ ଜେନେରାଲ ବିପିନ ରାୱତ ମହାଶୟଙ୍କ ଅବଦାନ  ସମସ୍ତେ ଦେଖିଛନ୍ତିବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀ କହିଥିଲେ ଯଦିଓ ଭାରତ ଶୋକାଭିଭୂତସମସ୍ତ ଯନ୍ତ୍ରଣା ସତ୍ତ୍ୱେ ଆମେ ଆମର ବିକାଶ ଗତିକୁ ବନ୍ଦ କରିନାହୁଁ  ଓ ଭାରତ ଓ କେବେବି ବି ଅଟବିକ ନାହିଁ । ଦେଶର ସଶସ୍ତ୍ର ସେନାକୁ ଆତ୍ମନିର୍ଭର ଶୀଳ କରିବା ସହ ତିନିବାହିନୀ ମଧ୍ୟରେ ସମନ୍ୱୟ ପ୍ରକ୍ରିୟା ଆଗକୁ ବଢି ଚାଲିବ । ଜେନେରାଲ ବିପିନ ରାୱତ ଆଗକୁ ତାଙ୍କର ଭାରତ ନୂତନ ସଂକଳ୍ପର ସହ ଆଗେଇବା ଦେଖିବେ । ଦେଶର ସୀମା ସୁରକ୍ଷାକୁ ମଜବୁତ କରିବା ସହ ସୀମାନ୍ତ ଭିତ୍ତିଭୂମିର ସୁଦୃଢୀକରଣ ମଧ୍ୟ ବଳବତ୍ତର ରହିବ ବୋଲି କହିଥିଲେ । ଉତ୍ତରପ୍ରଦେଶ ଦେଓରିଆର ସୁପୁତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଜୀବନ ବଞ୍ଚାଇବା ପାଇଁ ଚିକିତ୍ସକମାନେ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି ।  ମୁଁ ମା ପାଟେଶ୍ୱରୀଙ୍କୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁଛି । ଦେଶ ଆଜି ବରୁଣ ସିଂଙ୍କ ପରିବାର ଓ ଆମେ ହରାଇଥିବା ବୀରମାନଙ୍କ ପରିବାର ପଛରେ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ନଦୀଗୁଡିକରେ ଜଳର ସୁବିନିଯୋଗ ଓ ଚାଷୀମାନଙ୍କ ଜମିକୁ ପାଣି ପହଞ୍ଚାଇବାକୁ ଆଜିର ସରକାର ପ୍ରାଥମିକତା ଦେଇଛନ୍ତି । ଭାବନାରେ ସଚ୍ଚୋଟପଣ ଥିଲେ କାର୍ଯ୍ୟ ମଧ୍ୟ ସେହିକରି ସୁଦୃଢ ହୋଇଥାଏ ଓ ଆଜି ସମ୍ପୂର୍ଣ୍ଣ ହୋଇଥିବା ସରଜୁ କେନାଲ ଜାତୀୟ ପ୍ରକଳ୍ପ ତାହାକୁ ପ୍ରମାଣିତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଏହାର ବ୍ୟୟ ଅଟକଳ ଶହେକୋଟିରୁ ମଧ୍ୟ କମ୍ ଥିଲା । ଆଜି ଦଶହଜାର କୋଟି ବ୍ୟୟ କରିବା ପରେ ଏହା ସମ୍ପୂର୍ଣ୍ଣ   ହୋଇଛି । ପୂର୍ବତନ ସରକାରଙ୍କ ଅବହେଳା ଯୋଗୁଁ ଏଥିପାଇଁ ଶହେଗୁଣା ଅର୍ଥ ଖର୍ଚ୍ଚ କରିବାକୁ ପଡିଛି । ଏହା ଯଦି ସରକାରୀ ଅର୍ଥ ତେବେ ମୋର କଣ ଯାଏ ଆସେ ? ଏଭଳି ଭାବନା ଦେଶର ସନ୍ତୁଳିତ ଓ ସର୍ବାଙ୍ଗୀନ ବିକାଶରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଏହି ଚିନ୍ତାଧାରା ଯୋଗୁଁ ମଧ୍ୟ ସରଜୁ ଜାତୀୟ କେନାଲ ପ୍ରକଳ୍ପ ଝୁଲି ରହିଥିଲା ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେଆମେ ପାଞ୍ଚ ଦଶନ୍ଧିରେ ହୋଇପାରି ନ ଥିବା ସରଜୁ କେନାଲ ପ୍ରକଳ୍ପ କାର୍ଯ୍ୟ କରିଛୁ । ଡବଲ ଇଞ୍ଜିନ ସରକାରର କାର୍ଯ୍ୟ ଦ୍ରୁତତର ଓ ପ୍ରକଳ୍ପର ସମାପନ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଆମର ପ୍ରାଥମିକତା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାକି ପଡିଥିବା ବାଣ ସାଗର ପ୍ରକଳ୍ପ, ଅର୍ଜୁନ ସହାୟକ ଜଳସଚେନ ପ୍ରକଳ୍ପ, ଗୋରଖପୁରରେ ଏମ୍ସ ଓ ସାର କାରଖାନା ଇତ୍ୟାଦି କାର୍ଯ୍ୟ ଡବଲ ଇଞ୍ଜିନ ସରକାର ଅମଳରେ ହିଁ ଶେଷ ହୋଇଛି  । କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ସରକାରଙ୍କ ଅଙ୍ଗୀକାରବଦ୍ଧତାର ଏକ ଉଦାହରଣ ବୋଲି ଶ୍ରୀ ମୋଦି କହିଥିଲେ । ୪୫ହଜାର କୋଟି ଟଙ୍କାର ପ୍ରକଳ୍ପ ଗତ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପ ଯୋଗୁଁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଜଳକଷ୍ଟ ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରଥମ ଥର ପାଇଁ ସରକାରୀ ଯୋଜନାରେ ସଂଯୋଗ କରାଯାଉଛି । ପିଏମ କିଶାନ ସମ୍ମାନନିଧି, ମାଛଚାଷ ଦ୍ୱାରା ବିକଳ୍ପ ଆୟପନ୍ଥା, ଦୁଗ୍ଧ  ଉତ୍ପାଦନ , ମହୁମାଛି ପାଳନ ଓ ଇଥାନଲ ସୁଯୋଗ ଭଳି ଅନେକ ପଦକ୍ଷେପ ନିଆଯାଉଛି । ଗତ ସାଢେ ଚାରିବର୍ଷ ମଧ୍ୟରେ କେବଳ ଉତ୍ତରପ୍ରଦେଶରୁ ବାରହଜାର କୋଟି ଟଙ୍କାର ଇଥାନେଲ କ୍ରୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆସନ୍ତା ୧୬ତାରିଖ ଦିନ ପ୍ରାକୃତିକ ଓ ଶୂନ୍ୟ ବଜେଟ ଚାଷ ଉପରେ ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ମୋଦୀ ଚାଷୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ସେ ଆହୁରି କହିଥିଲେ ଯେ ରାଜ୍ୟର ୩୦ଲକ୍ଷରୁ ଅଧିକ ପରିବାର ପିଏମଏୱାଇ ଯୋଜନୀ ଅଧୀନରେ ପକ୍‌କା ଘର ପାଇଛନ୍ତି । ସେଥିରୁ ଅଧିକାଂଶ ଘର ପରିବାରର ମହିଳାମାନଙ୍କ ନାମରେ ରହିଛି । ସେ ମଧ୍ୟ ସ୍ୱାମୀତ୍ୱ ଯୋଜନାର ଉପକାରିତା ଉପରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି କରୋନା ସମୟରେ କୌଣସି ଗରିବ ଲୋକ ଉପବାସରେ ନ ରହନ୍ତି ସେଥିପାଇଁ ନିଷ୍ଠାପର ଉଦ୍ୟମ ହୋଇଛି । ମାଗଣା ରାସନ ଅଭିଯାନ ଅଧୀନରେ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜାନକୁ ହୋଲି ପରେ ମଧ୍ୟ ଆଗକୁ ସମ୍ପ୍ରସାରିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଯେପରି ବାହୁବଳୀମାନଙ୍କୁ ସୁରକ୍ଷାପ୍ରଦାନ କରାଯାଉଥିଲା । ଆଜି ସେମାନଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି ଓ ଏହା ସମସ୍ତଙ୍କ ସାମ୍ନାରେ ରହିଛି । ଆଗରୁ କେବଳ ବଳଶାଳୀମାନେ ସୁବିଧା ହାତଉ ଥିଲେ । ହେଲେ ଆଜି ଯୋଗିଜୀଙ୍କ ସରକାର, ଗରିବ ଦଳିତ, ଅନଗ୍ରସର ଓ ଜନଜାତି ଲୋକମାନଙ୍କୁ ସଶକ୍ତ କରିବାରେ ଲାଗିଛି । ସେଥିପାଇଁ ଉତ୍ତରପ୍ରଦେଶ ଜନସାଧାରଣ ଏଇଟା ଦେଖିବାର କଥା ବୋଲି କହିଛନ୍ତି । ଯୋଗିଜୀ ସେହିପରି ଜବରଦଖଲ ଉପରେ  ବୁଲୁଡୋଜର ଚଳାଇଛନ୍ତି । ସେଥିପାଇଁ ଉତ୍ତରପ୍ରଦେଶ ବାସୀ କହୁଛନ୍ତି ପାର୍ଥକ୍ୟ  ଆଖିରେ  ଦେଖିବା ଭଳି ପ୍ରଧାନମନ୍ତ୍ରୀ କହିଥିଲେ ।

 

****

SM/SLP

 


(Release ID: 1780574) Visitor Counter : 214