ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 DEC 2021 11:36AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଅନ୍ୟତମ ସମ୍ମାନିତ ରାଜନେତା ଶ୍ରୀ ପ୍ରକାଶ ସିଂହ ବାଦଲ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ପଞ୍ଜାବର ଅଗ୍ରଗତି ପାଇଁ ବିଶେଷ କରି ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ବହୁତ ପରିଶ୍ରମ କରିଛନ୍ତି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି ।”

HS


(ରିଲିଜ ଆଡି: 1779540) ପରିଦର୍ଶକ କାଉଣ୍ଟର : 228