ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହେଲିକପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା
Posted On:
08 DEC 2021 6:44PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ, ଯେଉଁଥିରେ ଆମେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କୁ ହରାଇଛୁ । ସେମାନେ ଅତି ପରିଶ୍ରମର ସହ ଭାରତର ସେବା କରିଛନ୍ତି । ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ଅଛି ।
ଜେନରାଲ ବିପିନ୍ ରାୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ । ସେ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ ଏବଂ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣର ଆଧୁନିକୀକରଣରେ ବହୁତ ସହଯୋଗ କରିଥିଲେ । ରଣନୀତି ପ୍ରସଙ୍ଗରେ ତାଙ୍କର ଅନ୍ତର୍ଦୃଷ୍ଟି ଅତୁଳନୀୟ ଥିଲା । ତାଙ୍କର ପରଲୋକ ମୋତେ ଗଭୀର ଦୁଃଖ ଦେଇଛି । ଓମ୍ ଶାନ୍ତି ।
ଭାରତର ପ୍ରଥମ ସିଡିଏସ୍ ଭାବରେ, ଜେନରାଲ ରାୱତ ପ୍ରତିରକ୍ଷା ସଂସ୍କାର ସହିତ ଆମ ସଶସ୍ତ୍ର ବାହିନୀର ବିକାଶ ଦିଗରେ କାର୍ଯ୍ୟ କରିଥିଲେ । ତାଙ୍କ ପାଖରେ ସେନାର ବିଭିନ୍ନ ବିଭାଗରେ ସେବା କରିବାର ଗଭୀର ଅଭିଜ୍ଞତା ଥିଲା । ତାଙ୍କର ଅପୂର୍ବ ସେବାକୁ ଭାରତ କେବେ ବି ଭୁଲିପାରିବ ନାହିଁ ।”
HS
(Release ID: 1779532)
Visitor Counter : 183
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam