ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ଚତୁର୍ଦ୍ଦଶ ଅର୍ଥ ଆୟୋଗ ଠାରୁ ପରବର୍ତ୍ତୀ ଅର୍ଥ ଆୟୋଗ (୨୦୨୧-୨୦୨୬) ପର୍ଯ୍ୟନ୍ତ “ବାୟୁମଣ୍ଡଳ ଏବଂ ଜଳବାୟୁ ଅନୁସନ୍ଧାନ-ମଡେଲିଂ ଅବଜରଭିଂ ସିଷ୍ଟମ ଏବଂ ସର୍ଭିସେସ୍ (ଏସିଆରଓଏସଏସ) ର ସାମଗ୍ରିକ ଯୋଜନା ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି


ଏସିଆରଓଏସଏସ ସହିତ ଏହାର ଆଠଟି ଉପ-ଯୋଜନା, ପରବର୍ତ୍ତୀ ପାଞ୍ଚଟି ଆର୍ଥିକ ବର୍ଷ ପାଇଁ ଜାରି ରହିବ ଯାହାର ଆନୁମାନିକ ମୂଲ୍ୟ ୨୧୩୫ କୋଟି ଟଙ୍କା ଆକଳନ କରାଯାଇଛି

Posted On: 24 NOV 2021 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ଆଜି ଆଠଟି ଉପ-ଯୋଜନା ସହିତ ସମଗ୍ର ଯୋଜନାବାୟୁମଣ୍ଡଳ ଏବଂ ଜଳବାୟୁ ଅନୁସନ୍ଧାନ-ମଡେଲିଂ ଅବଜରଭିଂ ସିଷ୍ଟମ୍ ଏବଂ ସର୍ଭିସେସ୍ (ଏସିଆରଓଏସଏସ) କୁ ଜାରି ରଖିବା ପାଇଁ ଅନୁମୋଦନ ଦେଇଛି ପାଞ୍ଚ ବର୍ଷର ଚକ୍ର ଅର୍ଥାତ୍୨୦୨୧-୨୦୨୬ ଆନୁମାନିକ ମୂଲ୍ୟ ୨୧୩୫ କୋଟି ଟଙ୍କା ଆକଳନ କରାଯାଇଛି ଏହି ଯୋଜନା ଭୂବିଜ୍ଞାନ ମନ୍ତ୍ରଣାଳୟ ବିଭିନ୍ନ ଶାଖା ଯଥା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ନେସନାଲ ସେଣ୍ଟର ଫର ମିଡିୟମ ରେଞ୍ଜ ଜଳବାୟୁ ପୂର୍ବାନୁମାନ (ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍‍); ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ୍‌) ଏବଂ ଇଣ୍ଡିଆନ୍ ନେସନାଲ୍ ସେଣ୍ଟର ଫର ଓସିଏନ ଇନଫର୍ମେସନ ସର୍ଭିସେସ୍‍ (ଆଇଏନ୍ସିଓଆଇଏସ୍‍) ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

ବିବରଣୀ:

ଏସିଆରଓଏସଏସ ଯୋଜନା ଭୂବିଜ୍ଞାନ ମନ୍ତ୍ରଣାଳୟ (ଏମ୍ଓଇଏସ୍‍) ବାୟୁମଣ୍ଡଳୀୟ ବିଜ୍ଞାନ କାର୍ଯ୍ୟକ୍ରମ ସହିତ ଜଡିତ ଏବଂ ପାଣିପାଗ ଏବଂ ଜଳବାୟୁ ସେବାର ବିଭିନ୍ନ ଦିଗକୁ ସମ୍ବୋଧିତ କରେ ଏହି ପ୍ରତ୍ୟେକ ଦିଗକୁ ଆଠଟି ଉପ-ଯୋଜନା ଭାବରେ ଏସିଆରଓଏସଏସ୍ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉପରୋକ୍ତ ଚାରୋଟି ଅନୁଷ୍ଠାନ ମାଧ୍ୟମରେ ଏକୀକୃତ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

ଏସିଆରଓଏସଏସ ଯୋଜନା ଅନ୍ତର୍ଗତ ଆଠଟି ଉପ-ଯୋଜନା ପ୍ରକୃତିର ଏକାଧିକ ଶୃଙ୍ଖଳିତ ଏବଂ ପାଣିପାଗ ଏବଂ ଜଳବାୟୁର ସମସ୍ତ ଦିଗକୁ ସମନ୍ୱିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆଇଏମଡି, ଆଇଆଇଟିଏମ୍‍, ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍ଏବଂ ଆଇଏନ୍ସିଓଆଇଏସ୍ମାଧ୍ୟମରେ ଏକୀକୃତ ଢଙ୍ଗରେ କାର୍ଯ୍ୟକାରୀ କରାଯିବ ନିମ୍ନଲିଖିତ ଆଠଟି ଯୋଜନା ମାଧ୍ୟମରେ ଉପରୋକ୍ତ କାର୍ଯ୍ୟଗୁଡିକ ପୂରଣ କରିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନର ଏକ ର୍ନିଦ୍ଦିଷ୍ଟ ଭୂମିକା ରହିଛି:

 

  1. ପୋଲାରିମେଟ୍ରିକ୍ ଡୋପଲର୍ ପାଣିପାଗ ରାଡାର୍ (ଡିଡବ୍ଲ୍ୟୁଆରଏସ୍‍) -ଆଇଏମ୍ଡି କାର୍ଯ୍ୟକାରିତା
  1. ପୂର୍ବାନୁମାନ ଏବଂ ଆଧୁନିକୀକରଣ ବ୍ୟବସ୍ଥା - ଆଇଏମ୍ଡି
  2. ପାଣିପାଗ ଏବଂ ଜଳବାୟୁ ସେବା- ଆଇଏମ୍ଡି
  3. ବାୟୁମଣ୍ଡଳ ପର୍ଯ୍ୟବେକ୍ଷଣ ନେଟୱାର୍କ - ଆଇଏମଡି
  4. ପାଣିପାଗ ଏବଂ ଜଳବାୟୁର ସାଂଖ୍ୟିକ ମଡେଲିଂଏନ୍ସିଏମ୍ଆରଡବ୍ଲ୍ୟୁଏଫ୍
  5. ମୌସୁମୀ ମିଶନ୍ - ଆଇଆଇଟିଏମ୍‍ / ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍‍ / ଆଇଏନ୍ସିଓଆଇଏସ୍‍ / ଆଇଏମ୍ଡି
  6. ମୌସୁମୀ ସଂକଳନ, ବାଦଲ ଏବଂ ଜଳବାୟୁ ପରିବର୍ତ୍ତନ (ଏମ୍ସି୪) - ଆଇଆଇଟିଏମ୍‍ / ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍‍  / ଆଇଏମ୍ଡି
  7. ଉଚ୍ଚ କ୍ଷମତାପନ୍ନ କମ୍ପ୍ୟୁଟରିଂ ବ୍ୟବସ୍ଥା (ଏଚ୍ପିସିଏସ୍‍) -ଆଇଆଇଟିଏମ୍‍ / ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍
  8. ରୋଜଗାର ସୃଷ୍ଟି ସମ୍ଭାବନା ସହିତ ପ୍ରମୁଖ ପ୍ରଭାବ

ଏହି ଯୋଜନାରେ ଉନ୍ନତ ପାଣିପାଗ, ଜଳବାୟୁ, ସାମୁଦ୍ରିକ ପୂର୍ବାନୁମାନ ଏବଂ ସେବା ଏବଂ ଅନ୍ୟାନ୍ୟ ବିପଦ ସମ୍ବନ୍ଧୀୟ ସେବା ଯୋଗାଇ ଦିଆଯିବ ଯାହାଦ୍ୱାରା ଜନସାଧାରଣ ପାଣିପାଗ ସେବା, କୃଷି-ପାଣିପାଗ ସେବା, ବିମାନ ସେବା, ପରିବେଶ ନିରୀକ୍ଷଣ ସେବା, ହାଇଡ୍ରୋ-ପାଣିପାଗ ସେବା, ଜଳବାୟୁ ସେବା, ପର୍ଯ୍ୟଟନ, ତୀର୍ଥଯାତ୍ରା, ଶକ୍ତି ଉତ୍ପାଦନ, ଜଳ ପରିଚାଳନା, କ୍ରୀଡା ଏବଂ ଦୁଃସାହସିକ ସେବା ଆଦି କ୍ଷେତ୍ରରେ ଲାଭ ପାଇପାରିବେ   ପୂର୍ବାନୁମାନ ଆକଳନ ଠାରୁ ଆରମ୍ଭ କରି ସୂଚନା ପ୍ରଦାନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ପ୍ରତ୍ୟେକ ପର୍ଯ୍ୟାୟରେ ଯଥେଷ୍ଟ ମାନବ ସମ୍ବଳ ଆବଶ୍ୟକ କରେ, ଯାହାଦ୍ୱାରା ଅନେକ ଲୋକଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି କରିଥାଏ

ପୃଷ୍ଠଭୂମି:

ଭୂବିଜ୍ଞାନ ମନ୍ତ୍ରଣାଳୟର ଅନ୍ୟତମ କାର୍ଯ୍ୟ ହେଉଛି ପାଣିପାଗ, ଜଳବାୟୁ ଏବଂ ମହାସାଗରୀୟ ପାରାମିଟରଗୁଡିକ ପାଳନ କରିବା ଏବଂ ଜଳବାୟୁ ବିଜ୍ଞାନର ସମାଧାନ ସହିତ ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଉପକାରିତା ପାଇଁ ପାଣିପାଗ, ଜଳବାୟୁ ଏବଂ ବିପଦ ସମ୍ବନ୍ଧୀୟ ଘଟଣାଗୁଡ଼ିକର ପୂର୍ବାନୁମାନ ତଥା ଜଳବାୟୁ ବିକାଶ ସେବାର ଉନ୍ନତି ପାଇଁ ଆରଆଣ୍ଡଡି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବା ଜଳବାୟୁ ସେବା ପରିବର୍ତ୍ତନ ଏବଂ ବିକାଶ ବିଶ୍ୱ ଜଳବାୟୁ ପରିବର୍ତ୍ତନ ହେତୁ ଅତ୍ୟଧିକ ପାଣିପାଗ ଘଟଣାଗୁଡ଼ିକର ବୃଦ୍ଧି ଏବଂ ଭୟଙ୍କର ପାଣିପାଗ ସହିତ ଜଡିତ ବିପଦ ଭୂବିଜ୍ଞାନ ମନ୍ତ୍ରଣାଳୟକୁ ଅନେକ ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରେରିତ କରିଛି, ଯାହା ଆଇଏମଡି, ଆଇଆଇଟିଏମ୍‍, ଏନ୍ସିଏମ୍ଆରଡବ୍ଲ୍ୟୁଏଫ୍‍  ଏବଂ ଆଇଏନ୍ସିଓଆଇଏସ୍ମାଧ୍ୟମରେ ଏକୀକୃତ ଢଙ୍ଗରେ କରାଯାଇଥାଏ ଫଳସ୍ୱରୂପ, ଏହି ସମସ୍ତ କାର୍ଯ୍ୟ ଯୋଜନା ଗୁଡ଼ିକୁ ଏସିଆଓଏସଏସ୍ଅଧୀନରେ ରଖାଯାଏ

HS



(Release ID: 1774832) Visitor Counter : 189