ପୋଷ୍ଟ କରାଯିବା ଦିନାଙ୍କ:
18 NOV 2021 4:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୧୮-୧୧-୨୧) ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ ଔଷଧ ପ୍ରସ୍ତୁତି କ୍ଷେତ୍ରକୁ ଅଧିକ ଲୋକଲୋଚନକୁ ଆଣିଛି । ସେ ଜୀବନ ଶୈଳୀ ହେଉ ବା ଔଷଧ କିମ୍ବା ମେଡିକାଲ ପ୍ରଯୁକ୍ତି ବିଦ୍ୟା ବା ଟିକା, ଗତ ଦୁଇବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଯତ୍ନର ପ୍ରତ୍ୟେକ କ୍ଷେତ୍ର ବୈଶ୍ୱିକ ଦୃଷ୍ଟି ଆକର୍ଷଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ପ୍ରସ୍ତୁତି ଶିଳ୍ପକୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡିଛି । ଭାରତୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବୈଶ୍ୱକ ଆସ୍ଥା ଯୋଗୁଁ ଭାରତକୁ ନିକଟରେ ‘ବିଶ୍ୱର ଫାର୍ମାସୀ’ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ବିସ୍ତୁତଭାବେ କହିଥିଲେ ଯେ ସୁଧାର ସଂଜ୍ଞା କେବଳ ଶାରୀରିକ ଅବସ୍ଥା ମଧ୍ୟରେ ସୀମିତ ନୁହେଁ । ଆମେ ସମଗ୍ର ମାନବ କଲ୍ୟାଣରେ ବିଶ୍ୱାସ କରୁ । ଏହି ଉତ୍ସାହ ଆମେ କୋଭିଡ-୧୯ କାଳରେ ବିଶ୍ୱକୁ ପ୍ରଦର୍ଶନ କରିଛୁ ।
ବୈଶ୍ୱିକ ମହାମାରୀର ପ୍ରାଥମିକ ଅବସ୍ଥାରେ ଆମେ ୧୫୦ଟି ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଓ ଔଷଧ ଉପକରଣ ପଠାଇଥିଲୁ । ସେହିବର୍ଷ ପାଖାପାଖି ୧୦୦ଟି ଦେଶକୁ ଆମେ ୬୫ ନିୟୁତ କୋଭିଡ ଟିକାମାତ୍ରା ମଧ୍ୟ ପଠାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍ଭାବନର ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଭାରତ ବିଶ୍ୱରେ ଔଷଧ ଉଦ୍ଭାବନ ଓ ଔଷଧୀୟ ଉପକରଣ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ । ନୀତିଗତ ନିଷ୍ପତ୍ତି ଅଂଶୀଦାରମାନଙ୍କ ସହମତିରେ କରାଗଲେ କୌଣସି ବାଧାବିଘ୍ନ ମଧ୍ୟ ରହିବ ନାହିଁ । ଭାରତରେ ଅନେକ ବିଜ୍ଞାନୀ ଓ ବୈଷୟିକ ଜ୍ଞାନ ତତ୍ୱବିତ୍ ଅଛନ୍ତି ଓ ସେମାନଙ୍କ ସହଯୋଗରେ ଔଷଧ ଶିଳ୍ପକୁ ସଫଳତାର ନୂତନ ଶିଖରକୁ ନେଇ ହେବ । ଏହି ଶକ୍ତିକୁ ଉଦ୍ଜୀବିତ କରି ‘ଆବିଷ୍କାର ଓ ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବେ ।
ସ୍ୱଦେଶୀ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । “ଆଜି ୧୩୦କୋଟି ଭାରତବାସୀ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଦାୟିତ୍ୱ ନେଇଛନ୍ତି । ଆଜି ଆମକୁ ଔଷଧ ଓ ଟିକାର ମୂଳ କଞ୍ଚାମାଲ ପ୍ରସ୍ତୁତ ପାଇଁ ଚିନ୍ତା କରିବାକୁ ହେବ । ଏହି କ୍ଷେତ୍ରରେ ଭାରତ ବିଜୟୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।”
ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଭାରତରେ ବିଚାର କରି ଉଦ୍ଭାବନ କରିଥିବା ଓ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରକୃତ ସାମର୍ଥ୍ୟ ଦେଖାଇ ବିଶ୍ୱ ସେବା କରିବାକୁ ସେ ଉପସଂହାରରେ ମତବ୍ୟକ୍ତ କରିଥିଲେ ।
*****
SM / SLP