ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଡନୀ ଡାଏଲଗ୍‌ରେ ଦୀକ୍ଷାନ୍ତ ଭାଷଣ ଦେବେ ପ୍ରଧାନମନ୍ତ୍ରୀ

Posted On: 17 NOV 2021 7:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୧୮.୧୧.୨୦୨୧)ସକାଳ ଟା ବେଳେ ସିଡ୍‌ନୀ ଡାଏଲଗ୍‌ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଭାଷଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ପ୍ରଯୁକ୍ତି ଉଦ୍‌ଭାବନ ଓ ବିପ୍ଳବ ଉପରେ ଉଦ୍‌ବୋଧନ ଦେବେ ।

ସିଡନୀ ଡାଏଲଗ୍ ‌ନଭେମ୍ବର ୧୭ରୁ ୧୯ ମଧ୍ୟରେ ଆୟୋଜିତ ହେଉଛି ଅଷ୍ଟ୍ରେଲିୟ ରଣନୀତିକ ପ୍ରତିଷ୍ଠାନ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି । ଏଥିରେ ଦୁନିଆକୁ ଆସୁଥିବା ନୂତନ ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ଆହ୍ୱାନଗୁଡିକୁ ନେଇ ସରକାରୀ, ରାଜନୈତିକ ଓ ବ୍ୟାବସାୟିକ ବିଶେଷଜ୍ଞମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ସ୍କଟ୍ ମରିସନ ଓ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେ ମଧ୍ୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

 

****

SM/ SLP



(Release ID: 1772757) Visitor Counter : 166