ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଓ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉଦଘାଟନ


ସୁଲତାନପୁର ଜିଲ୍ଲାରେ ନିର୍ମିତ ୩.୨ କିମି ଏକ୍ସପ୍ରେସ ୱେ ଏୟାର ଷ୍ଟ୍ରୀପରେ ପ୍ରଧାନମନ୍ତ୍ରୀ ନିରୀକ୍ଷଣ କରିବେ ଏୟାର ସୋ

प्रविष्टि तिथि: 15 NOV 2021 11:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଉତ୍ତର ପ୍ରଦେଶ ଗସ୍ତ କରି ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେରେ ନିର୍ମିତ . କିଲୋମିଟ ଦୀର୍ଘ ଏୟାର ଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି

୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତ୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ ଏହି ଭାଗରେ ଲକ୍ଷ୍ନୌ, ବାରାବାଙ୍କୀ, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଅଜମଗଡ, ମାଉ ଗାଜିପୁର ଜିଲ୍ଲାମାନ ରହିଛି

 

SM/DD

 


(रिलीज़ आईडी: 1772046) आगंतुक पटल : 290
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam