ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ଆଚାର୍ଯ୍ୟ କ୍ରିପାଲାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 NOV 2021 9:19AM by PIB Bhubaneshwar

ଭାରତର ସ୍ୱାଧୀନତା ସଂଗ୍ରାମରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ କ୍ରିପାଲାନିଙ୍କୁ ମନେ ପକାଇଛନ୍ତି । ଆଚାର୍ଯ୍ୟ କ୍ରିପାଲାନିଙ୍କ ଜୟନ୍ତୀ ଅବସରରେ ଦେଶ ପାଇଁ ତାଙ୍କ ମହାନ ଦୃଷ୍ଟିକୋଣ ଓ ପରିବେଶ ସଂରକ୍ଷଣ ଏବଂ ସାମାଜିକ ସଶକ୍ତିକରଣ ପ୍ରତି ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବାପୁଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଚାର୍ଯ୍ୟ କ୍ରିପାଲାନି ଅଗ୍ରଣୀ ଭୂମିକା ତୁଲାଇଥିଲେ । ଦେଶ ପାଇଁ ତାଙ୍କ ମହାନ ଦୃଷ୍ଟିଭଙ୍ଗୀ ଥିଲା ଓ ସାଂସଦ ଭାବେ ସେ ତାହା ପୂରଣ କରିବାକୁ ଚେଷ୍ଟା କରିଥିଲେ । ପରିବେଶ ସଂରକ୍ଷଣ ଓ ସାମାଜିକ ସଶକ୍ତିକରଣ ପ୍ରତି ତାଙ୍କର ବିପୁଳ ଅବଦାନ ଥିଲା । ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛି ।”

SR



(Release ID: 1770952) Visitor Counter : 198