ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଇଥାନଲ କ୍ରୟ ନିମନ୍ତେ


ଇଥାନଲ ଯୋଗାଣ ବର୍ଷ ୨୦୨୧-୨୨ ଲାଗି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଯୋଗାଣ କରାଯିବାକୁ ଥିବା ସଂଶୋଧିତ ଇଥାନଲ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

Posted On: 10 NOV 2021 3:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଖୁର ବିଭିନ୍ନ ପ୍ରକାରର କଞ୍ଚାମାଲରୁ ଉତ୍ପାଦିତ ହୋଇଥିବା ଇଥାନଲର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ଏ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ଡିସେମ୍ବର ୨୦୨୧ ଠାରୁ ୩୦ ନଭେମ୍ବର ୨୦୨୨ ଯର୍ଯ୍ୟନ୍ତ ପରବର୍ତ୍ତୀ ୨୦୨୧-୨୨ ଚିନି ଋତୁରେ ଏହାକୁ ଲାଗୁ କରାଯିବ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଛନ୍ତି :

  1. ସି ହେଭି ମୋଲାସେସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ମୂଲ୍ୟ ଲିଟର ପିଛା ୪୫ ଟଙ୍କା ୬୯ ପଇସାରୁ ୪୬ ଟଙ୍କା ୬୬ ପଇସାକୁ ବୃଦ୍ଧି କରାଯାଇଛି ।
  2. ବି ହେଭୀ ମୋଲାସେସ ମାର୍ଗରେ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୫୭ ଟଙ୍କା ୬୧ ପଇସାରୁ ବୃଦ୍ଧି କରି ୫୯ଟଙ୍କା ୮ ପଇସା ନିର୍ଦ୍ଧାରଣ କରାଯାଇଛି ।
  3. ଆଖୁ ରସ, ଚିନି/ଚିନି ରସରୁ ଉତ୍ପାଦିତ ଇଥାନଲ ମୂଲ୍ୟ ଲିଟର ପିଛା ୬୨ ଟଙ୍କା ୬୫ ପଇସାରୁ ୬୩ ଟଙ୍କା ୪୫ ପଇସା କରି ଦିଆଯାଇଛି ।
  4. ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗୁ କରାଯିବ ।

ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗଗୁଡ଼ିକୁ ଟୁ ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ସ୍ୱାଧୀନତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ଏହା ଦେଶରେ ଅତ୍ୟାଧୁନିକ ଜୈବଇନ୍ଧନ ବିଶୋଧନାଗାର ପ୍ରତିଷ୍ଠା କରିବା କ୍ଷେତ୍ରରେ ସହାୟକ ହେବ । ସୂଚନାଯୋଗ୍ୟ ଯେ ଶସ୍ୟ ଆଧାରିତ ଇଥାନଲ ମୂଲ୍ୟ ବର୍ତ୍ତମାନ କେବଳ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ଦ୍ଧାରଣ କରାଯାଉଛି ।

ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବା ଫଳରେ ନିରନ୍ତର ମୂଲ୍ୟ ସ୍ଥିରତା ଯୋଗାଇ ଦେବା ଲାଗି ସରକାରଙ୍କ ଲକ୍ଷ୍ୟ ପୂରଣ ହେବା ସହିତ ଇଥାନଲ ଯୋଗାଣକାରୀମାନଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ । କେବଳ ସେତିକି ନୁହେଁ ଆଖୁ ଚାଷୀଙ୍କ ବକେୟା ପାଉଣା ମଧ୍ୟ ମିଳିପାରିବ । ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ବୈଦେଶିକ ମୂଦ୍ରା ସଞ୍ଚୟରେ ସହାୟକ ହେବ ଏବଂ ପରିବେଶକୁ ମଧ୍ୟ ଲାଭାନ୍ୱିତ କରିପାରିବ ।

ଏହି ନିଷ୍ପତ୍ତି ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଟୁଜି ଇଥାନଲ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସ୍ୱାଧୀନତା ଦେବ ଯାହାକି ଦେଶରେ ଅତ୍ୟାଧୁନିକ ଜୈବ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ସୁବିଧା ପ୍ରଦାନ କରିବ ।

ସମସ୍ତ ଡିଷ୍ଟିଲେରୀ ଏହି ଯୋଜନାର ଲାଭ ନେବାରେ ସକ୍ଷମ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଣ କରିପାରିବେ ବୋଲି ଆଶା କରାଯାଉଛି ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛନ୍ତି ଯେଉଁଥିରେ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିପାରିବେ । ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ଉପଯୋଗକୁ ପ୍ରୋତ୍ସାହନ ନିମନ୍ତେ ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ପ୍ରଦେଶକୁ ଛାଡ଼ି ୧ ଏପ୍ରିଲ ୨୦୧୯ ଠାରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇଛି । ଏହି ହସ୍ତକ୍ଷେପ ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବ ।

୨୦୧୪ ଠାରୁ ସରକାର ଇଥାନଲର ପ୍ରଭାବୀ ମୂଲ୍ୟ ବିଜ୍ଞପିତ କରିଛନ୍ତି । ୨୦୧୮ରେ ପ୍ରଥମ ଥର ସରକାରଙ୍କ ପକ୍ଷରୁ ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯାଉଥିବା କଞ୍ଚା ମାଲ ଆଧାରରେ ଇଥାନଲର ବ୍ୟବଧାନ ମୂଲ୍ୟ ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ଇଥାନଲ ଯୋଗାଣରେ ଯଥେଷ୍ଟ ସୁଧାର ଆଣିଛି । ଯାହାଫଳରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଇଥାନଲ କ୍ରୟ ପରିମାଣ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ)୨୦୧୩-୧୪ରେ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ୨୦୨୦-୨୧ ଇଏସୱାଇ ବର୍ଷରେ ୩୫୦ କୋଟି ଲିଟରରେ ପହଞ୍ଚିଛି ।

ଅଂଶୀଦାରମାନଙ୍କୁ ଦୀର୍ଘକାଳିନ ଦୃଷ୍ଟିକୋଣ ପ୍ରଦାନ କରିବା ଉଦ୍ଦେଶ୍ୟରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଇବିପି କାର୍ଯ୍ୟକ୍ରମ ଅଧୀନରେ ଦୀର୍ଘକାଳୀନ ଆଧାରରେ ଇଥାନଲ କ୍ରୟ ନୀତିପ୍ରକାଶ କରିଛି । ଏହାର ଅନୁରୂପ, ଇଥାନଲ ଯୋଗାଣକାରୀମାନଙ୍କ ଏକକାଳୀନ ପଞ୍ଜିକରଣ ଓଏମସିଗୁଡ଼ିକ ସମ୍ପୂର୍ଣ୍ଣ କରିସାରିଛନ୍ତି । ତୈଳ ବିପଣନ କମ୍ପାନୀଗୁଡ଼ିକ ସେହି ଯୋଗ୍ୟ ପ୍ରକଳ୍ପ ସମର୍ଥକମାନଙ୍କ ନାମ ମଧ୍ୟ ପ୍ରକାଶିତ କରିଛନ୍ତି ଯେଉଁମାନଙ୍କ ସହିତ ଇଥାନଲର ଅଭାବ ଥିବା ରାଜ୍ୟମାନଙ୍କରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଚୁକ୍ତି କରାଯିବ । ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟ ଦୀର୍ଘକାଳୀନ ଦୃଷ୍ଟିକୋଣ ପ୍ରଦାନ କରିବା ଏବଂ ନିବେଶକୁ ଆକୃଷ୍ଟ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକୁ ଆଗାମୀ ୨୦୨୧-୨୨ ଇଏସୱାଇ ଶେଷ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରିତ କରିବା ଏବଂ ୨୦୨୫-୨୬ ଇଏସୱାଇ ଶେଷ ସୁଦ୍ଧା ୨୦ ପ୍ରତିଶତ ମିଶ୍ରଣ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେବା ସାମିଲ ରହିଛି। ଏ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ମାନନୀୟ ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣ ଦିବସ ୫ ଜୁନ, ୨୦୨୧ରେ ଭାରତରେ ଇଥାନଲ ସମ୍ମିଶ୍ରଣ ଲାଗି ରୋଡମ୍ୟାପ ୨୦୨୦-୨୫ଉପରେ ବିଶେଷଜ୍ଞ ସମିତିର ରିପୋର୍ଟ ଜାରି କରିଛନ୍ତି । ଏସବୁ ପଦକ୍ଷେପ ଦ୍ୱାରା ବ୍ୟବସାୟ କରିବା ସହଜ ହେବ ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପ ସାକାର ହୋଇପାରିବ ।

କ୍ରମାଗତ ଭାବେ ବଳକା ଚିନି ଉତ୍ପାଦନ ହେଉଥିବାରୁ ଚିନି ମୂଲ୍ୟ ହ୍ରାସ ପାଉଛି । ଯାହାଫଳରେ ଚିନି ଉଦ୍ୟୋଗରେ ଥିବା କୃଷକମାନଙ୍କୁ ଅର୍ଥ ପଇଠ କରିବା କ୍ଷମତା ହ୍ରାସ ପାଉଛି । ଏଥିଯୋଗୁ ଆଖୁ ଚାଷୀଙ୍କ ବକେୟା ବୃଦ୍ଧି ପାଇଛି । ଆଖୁ ଚାଷୀଙ୍କ ବକେୟା ପାଉଣା କମାଇବା ଲାଗି ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଚିନି ଉତ୍ପାଦନକୁ ସୀମିତ କରିବା ଏବଂ ଇଥାନଲର ଘରୋଇ ଉତ୍ପାଦନ ବଢ଼ାବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଏଥିରେ ଇଥାନଲ ଉତ୍ପାଦନ ପାଇଁ ବି-ହେଭୀ ମୋଲାସେସ, ଆଖୁ ରସ, ଚିନି ଏବଂ ଚିନି ରସକୁ ବଦଳାଇବା ଲାଗି ଅନୁମତି ଦେବା ସାମିଲ ରହିଛି । ବର୍ତ୍ତମାନ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ଏବଂ ଚିନିର ପୂର୍ବ-ମିଲ୍ ମୂଲ୍ୟରେ ପରିବର୍ତ୍ତନ ହୋଇଛି, ସେଥିପାଇଁ ବିଭିନ୍ନ ଆଖୁ ଆଧାରିତ କଞ୍ଚା ମାଲରୁ ପ୍ରାପ୍ତ ଇଥାନଲର ପୂର୍ବ-ମିଲ୍ ମୂଲ୍ୟକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି ।

ଏହାବ୍ୟତୀତ, ଦ୍ୱିତୀୟ ପିଢ଼ି (ଟୁ-ଜି) ଇଥାନଲ କାର୍ଯ୍ୟକ୍ରମ (ଯାହା କୃଷି ଏବଂ ବନ୍ୟଜାତୀୟ ଅବଶେଷ, ଯଥା ଚାଉଳ ଏବଂ ଗହମର ନଡ଼ା/କର୍ଣ୍ଣ କବ୍, ଷ୍ଟୋଭର/ଆଖୁ ଗଛର ଅବଶେଷ, ଉଡୀ ବାୟୋମାସ ଆଦିରୁ ଉତ୍ପାଦନ କରାଯାଇଥାଏ) ଆରମ୍ଭ କରିବା ଲାଗି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କେତେକ ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି । ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାରେ ଆର୍ଥିକ ସହାୟତା ପାଉଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ପୂର୍ବରୁ ସିସିଇଏ ଦ୍ୱାରା ଅନୁମୋଦିତ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ଲାଗୁ ହେବାର ସମ୍ଭାବନା ରହିଛି । ତେଣୁ ଟୁ-ଜି ଇଥାନଲର ମୂଲ୍ୟ ନିର୍ଦ୍ଧାରିତ ହେବା ବାଞ୍ଛନୀୟ ।

 

*********

P.S.



(Release ID: 1770759) Visitor Counter : 176