କ୍ୟାବିନେଟ

ସ୍ଥାୟୀ ଫଳାଫଳ ପାଇଁ ୨୦୨୫-୨୬ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ୍ (ସହରାଞ୍ଚଳ) ଏସ୍ବିଏମ୍-ୟୁ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି


ଏସ୍ବିଏମ୍-ୟୁ ୨.୦ ପାଇଁ ୧,୪୧,୬୦୦ କୋଟିର ଆର୍ଥିକ ବ୍ୟୟ ଅଟକଳ, ମିଶନର ପ୍ରଥମ ପର୍ଯ୍ୟାୟ ଠାରୁ ୨.୫ ଗୁଣ ଅଧିକ

ଏସ୍ବିଏମ୍-ୟୁ ୨.୦ ଲକ୍ଷ୍ୟଗୁଡିକ ୧ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସମସ୍ତ ସହରରେ ମଳ ପରିଚାଳନାକୁ ଅନ୍ତର୍ଭୁକ୍ତ କରି ଖୋଲାରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ବିଲୋପ କରିବା ।

ସ୍ୱେରେଜ ଏବଂ ସେପ୍ଟିକ୍ ଟ୍ୟାଙ୍କରେ କ୍ଷତିକାରକ ବସ୍ତୁ ପ୍ରବେଶକୁ ଦୂର କରିବା

ଜଳାଶୟଗୁଡିକ ପ୍ରଦୂଷିତ କରିବା ପାଇଁ କୌଣସି ବିଶୋଧିତ ବର୍ଜ୍ୟଜଳ ନାହିଁ

ସମସ୍ତ ସହରାଞ୍ଚଳ ଅତି କମରେ ୩ ତାରକା ଆବର୍ଜନା ମୁକ୍ତ ପ୍ରମାଣପତ୍ର ହାସଲ କରିବା

Posted On: 12 OCT 2021 8:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ୨୦୨୫-୨୬ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ)କୁ ଜାରି ରଖି ରଖିବାକୁ ଅନୁମୋଦନ କରିଛି ଯାହା ବାହାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍‍), ସମସ୍ତ ସହରରେ କଠିନ ବର୍ଜ୍ୟବସ୍ତୁର ବୈଜ୍ଞାନିକ ଉପାୟରେ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦେବ ଏବଂ ୨୦୧୧ ଜନଗଣନା ଆଧାରରେ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ବର୍ଜ୍ୟଜଳ ପରିଚାଳନା କରିବ (ଯେଉଁ ସହରଗୁଡିକ ଅଟଲ୍ ମିଶନ୍ ଫର୍ ରିଜୁଭେନେସନ୍ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ୍ (ଅମୃତ) ଅଧୀନରେ ନାହିଁ

ଏସ୍ବିଏମ୍‍ - ସହରାଞ୍ଚଳ . ଅଧୀନରେ ଆର୍ଥିକ ବ୍ୟୟ ଅଟକଳ:

ଏସ୍ବିଏମ୍‍-ୟୁ . ପାଇଁ ,୪୧,୬୦୦ କୋଟିର ଏକ ଆର୍ଥିକ ବ୍ୟୟବରାଦ ଚୂଡାନ୍ତ ହୋଇଛି, ଏଥି ମଧ୍ୟରେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ ୩୪,୪୬୫ କୋଟି ଟଙ୍କା ରହିଛି ଯାହାକି ମିଶନର ଶେଷ ପର୍ଯ୍ୟନ୍ତ ତୁଳନାରେ . ଗୁଣ ଅଧିକ ଅର୍ଥାତ ୬୨,୦୦୯ କୋଟି ଟଙ୍କା ରହିଛି

 

କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାଣ୍ଠି ଅନୁପାତ ନିମ୍ନଲିଖିତ ଅଟେ:

 

  • ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ: ୨୫:୭୫
  • -୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ସହରଗୁଡିକ: ୩୩:୬୭
  • ଏକ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ: ୫୦:୫୦
  • ବିଧାନସଭା ନଥିବା କେନ୍ଦ୍ର ଶାସିତ ଅଞ୍ଚଳ: ୧୦୦:
  • ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳ: ୮୦:୨୦

 

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ . ଅଧୀନରେ ଆଶା କରାଯାଉଥିବା ଫଳାଫଳ

ପରିମଳ:

 

.           ସବୁ ବୈଧାନିକ ସହରଗୁଡିକ ଅତିକମରେ ଓଡିଏଫ୍‍ + ହେବ

.           ଲକ୍ଷରୁ କମ୍ଜନସଂଖ୍ୟା ବିଶିଷ୍ଟ ସମସ୍ତ ସହର ଓଡିଏଫ୍‍ ++ ହେବ

.           ବ୍ୟବସ୍ଥା ଏବଂ ପ୍ରକ୍ରିୟାଗୁଡ଼ିକୁ ସ୍ଥାନିତ କରିବା ଯାହା ଦ୍ୱାରା ସମସ୍ତ ବର୍ଜ୍ୟଜଳ ସୁରକ୍ଷିତ ଭାବରେ ବ୍ୟବହୃତ ହେବ ଏବଂ ଭଲ ଭାବରେ ପୁନଃ ବ୍ୟବହାର ହେବ ଏବଂ କୌଣସି ବିଶୋଧିତ ବର୍ଜ୍ୟଜଳ ଜଳାଶୟକୁ ପ୍ରଦୂଷିତ କରିବ ନାହିଁ

 

କଠିନ ବର୍ଜ୍ୟବସ୍ତୁ ପରିଚାଳନା:

  • ସମସ୍ତ ସହର ଅତିକମରେ ତାରକା ଆବର୍ଜନାମୁକ୍ତ ପ୍ରମାଣପତ୍ର ହାସଲ କରିବା

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ .: ମୁଖ୍ୟ ବୈଶିଷ୍ଟ୍ୟଗୁଡିକ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅକ୍ଟୋବର ୨୦୨୧ ରେ ଆରମ୍ଭ ହୋଇଥିବା ଏସବିଏମ୍‍-ୟୁ .୦ର ଧ୍ୟାନ ଆଗାମୀ ୫ବର୍ଷ ମଧ୍ୟରେ ପରିମଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଫଳାଫଳକୁ ବଜାୟ ରଖିବା ଏବଂ ସୃଷ୍ଟି ହୋଇଥିବା ଗତିକୁ ତ୍ୱରାନ୍ୱିତ କରିବା ସହିତ ମିଶନର ଭିଜନ ଥିବା ଭାରତର ସହରାଞ୍ଚଳକୁଆବର୍ଜନା ମୁକ୍ତଲକ୍ଷ୍ୟ ହାସଲ କରିବା

ମିଶନ୍ କାର୍ଯ୍ୟଗୁଡିକର କାର୍ଯ୍ୟକାରିତା ଏକ ସରଞ୍ଚନା ଆବଶ୍ୟକ ଭିତ୍ତିଭୂମିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ, ବର୍ଷର ବିସ୍ତୃତ କାର୍ଯ୍ୟ ଯୋଜନା ଏବଂ ସମୟସୀମା ସହିତ ବାର୍ଷିକ କାର୍ଯ୍ୟ ଯୋଜନା ସମୟ ସୀମା ଅନୁଯାୟୀ କରାଯିବ ଏଥି ସହିତ ମିଶନ୍ ସଂପୂର୍ଣ୍ଣ କାଗଜବିହୀନ, ଡିଜିଟାଲ୍ ହେବ, ଜିଆଇଏସ୍ ମ୍ୟାପିଂ ହୋଇଥିବା ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମି, ଦୃଢ ଉପଭୋକ୍ତା ଇଣ୍ଟରଫେସ୍‌, ଅନଲାଇନ୍ ଅଭିଯୋଗ ସମାଧାନ ବ୍ୟବସ୍ଥା, ପ୍ରକଳ୍ପ ସୃଷ୍ଟି ଠାରୁ ଆରମ୍ଭ କରି ପାଣ୍ଠି ମଞ୍ଜୁର ପର୍ଯ୍ୟନ୍ତ ପ୍ରକଳ୍ପର ଟିକିନିଖି ଅନଲାଇନ୍ ମନିଟରିଂ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପାଇଁ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରିବ, ଏବଂ ସମନ୍ୱିତ ଜିଆଇଏସ୍‌-ଆଧାରିତ ପ୍ଲାଟଫର୍ମରେ ପ୍ରକଳ୍ପ ଅଗ୍ରଗତି ମନିଟରିଂ ହେବ

ପରିଣାମ ଯେପରିକି ଫଳାଫଳ ଆଧାରିତ ପାଣ୍ଠି ମଞ୍ଜୁର, ଛୋଟ ସହରାଞ୍ଚଳ ପାଇଁ ଅଧିକ ଅର୍ଥ ସହାୟତା ଏବଂ ଅତିରିକ୍ତ ଅର୍ଥ ସହାୟତା ପାଇଁ ୧୫ ତମ ଅର୍ଥ କମିଶନଙ୍କ ଅନୁଦାନ ସହିତ ସମ୍ମିଶ୍ରଣ ସହାୟତା, ପ୍ରତ୍ୟେକ ଉପାଦାନ ପାଇଁ ସଂରଚନା କାର୍ଯ୍ୟାନ୍ୱୟନ ଯୋଜନା, ଦୃଢ଼ ଦକ୍ଷତା ବିକାଶ, ଯୋଗାଯୋଗ ଏବଂ ଆଡଭୋକାସି ପାଇଁ ସ୍ଥାୟୀ ବ୍ୟବହାରରେ ପରିବର୍ତ୍ତନ, ଘରୋଇ କ୍ଷେତ୍ରର ସହଯୋଗ ଉପରେ ସକରାତ୍ମକ ଆଭିମୁଖ୍ୟ, ଏବଂ ବ୍ୟାପକ ଶିଳ୍ପ ସହଯୋଗ ଦ୍ୱାରା ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ମିଶନର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ . ଅଧୀନରେ ପ୍ରମୁଖ ଉପାଦାନଗୁଡ଼ିକ

ଏସ୍ବିଏମ୍‍-ୟୁ . ଅଧୀନରେ କାର୍ଯ୍ୟାନ୍ୱୟନ ପାଇଁ ନିମ୍ନଲିଖିତଗୁଡ଼ିକ ମୁଖ୍ୟ ଉପାଦାନ ହେବ:

ସ୍ଥାୟୀ ପରିମଳ:

 

.           ମିଶନ ଆଗାମୀ ୫ବର୍ଷ ମଧ୍ୟରେ କର୍ମସଂସ୍ଥାନ ଅନ୍ୟାନ୍ୟ ସୁବିଧା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଅତିରିକ୍ତ ଲୋକ ଆସିବାର ଥିବାରୁ ସେମାନଙ୍କୁ ସେବା ଯୋଗାଇବା ପାଇଁ ପରିମଳ ସୁବିଧାଗୁଡ଼ିକ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ . ଲକ୍ଷରୁ ଅଧିକ ବ୍ୟକ୍ତିଗତ, ଗୋଷ୍ଠି ଏବଂ ସର୍ବସାଧାରଣ ଶୌଚାଳୟ ର୍ନିମାଣ ଦ୍ୱାରା ଏହା କରାଯିବ

.           ଏକ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରଗୁଡ଼ିକରେ ସମ୍ପୂର୍ଣ୍ଣ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପୂର୍ଣ୍ଣ ହେବଏସ୍ବିଏମ୍‍-ସହରାଞ୍ଚଳ . ଅଧୀନରେ ପ୍ରବର୍ତ୍ତିତ ଏକ ନୂତନ ଉପାଦାନ ନିଶ୍ଚିତ କରିବ ଯେ ପ୍ରତ୍ୟେକ ସହରରେ ବ୍ୟବସ୍ଥା ଏବଂ ପ୍ରକ୍ରିୟା ସ୍ଥାପିତ ହେବ ଯାହା ଦ୍ୱାରା ସମସ୍ତ ବର୍ଜ୍ୟଜଳ ସୁରକ୍ଷିତ ଭାବରେ ସଂଗ୍ରହ, ପରିବହନ ଏବଂ ବିଶୋଧନ ହୋଇପାରିବ ଏବଂ କୌଣସି ବର୍ଜ୍ୟଜଳ ଆମ ଜଳ ଉତ୍ସକୁ ପ୍ରଦୂଷିତ କରିବନାହିଁ

ସ୍ଥାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା:

  1. ପ୍ରତ୍ୟେକ ସହରରେ କାର୍ଯ୍ୟକ୍ଷମ ସାମଗ୍ରୀ ପୁନରୁଦ୍ଧାର ସୁବିଧା (ଏମ୍ଆରଏଫ୍ଏସ୍‍) ସହିତ ଏକକ ବ୍ୟବହାର ପ୍ଲାଷ୍ଟିକକୁ ବନ୍ଦ ଉପରେ ଧ୍ୟାନଦେଇ ବର୍ଜ୍ୟବସ୍ତୁର ୧୦୦ ପ୍ରତିଶତ ପୃଥକକରଣ କରାଯିବ
  2. ର୍ନିମାଣ ଏବଂ ଭାଙ୍ଗିବା (ସିଆଣ୍ଡଡି) ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ଏବଂ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ସିଏପି) ସହର ଏବଂ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ସଫେଇ ଯନ୍ତ୍ର ମୁତୟନ
  3. ସମସ୍ତ ପୁରୁଣା ଅଳିଆଗଦାଗୁଡିକର ପ୍ରତିକାର, ଯାହା ଦ୍ୱାରା ୧୫ କୋଟି ଟନ୍ ପୁରୁଣା ବର୍ଜ୍ୟବସ୍ତୁ ପଡ଼ିଥିବା ୧୪,୦୦୦ ଏକର ଅଚଳ ଜମି ମୁକ୍ତ ହୋଇଯିବ

 ଉପରୋକ୍ତ ଲକ୍ଷ୍ୟ ହାସଲ ପାଇଁ ପୌରାଞ୍ଚଳ ଏବଂ ସମସ୍ତ ସହଯୋଗୀମାନଙ୍କର ଦକ୍ଷତା ବିକାଶ ଏବଂ ଏକ ଜନ ଆନ୍ଦୋଳନ ଦ୍ୱାରା ଗୋଷ୍ଠି ସଚେତନ ମାଧ୍ୟମରେ ଏଥିରେ କିଭଳି ନାଗରିକମାନଙ୍କୁ ସାମିଲ କରାଯିବା ଉପରେ ଧ୍ୟାନ ଦିଆଯିବ

ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ସୁରକ୍ଷା କିଟ୍ ଯୋଗାଇବା, ସରକାରୀ କଲ୍ୟାଣକାରୀ ଯୋଜନା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ସହିତ ପରିମଳ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା କର୍ମଚାରୀ ସୁସ୍ଥତା ଉପରେ ବିଶେଷ ଧ୍ୟାନ ଦିଆଯିବ

ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳର ଉଦ୍ଦେଶ୍ୟ ;

୨୦୧୪ ରେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସହରୀ ଯୋଜନା ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରି ଜଳ ପରିମଳ କ୍ଷେତ୍ରରେ ପରିବର୍ତ୍ତନର ଯାତ୍ରା ଆରମ୍ଭ କରିଥିଲା ଏସ୍ବିଏମ୍ଆରମ୍ଭ ପାଇଁ ଘୋଷଣା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୪ ମସିହା ୧୫ ଅଗଷ୍ଟରେ ନିମ୍ନଲିଖିତ ଉଦ୍ଦେଶ୍ୟ ସହିତ ମିଶନ ଅକ୍ଟୋବର ୨୦୧୪ ରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା:

 

  • ସମସ୍ତ ବୈଧାନିକ ସହରଗୁଡ଼ିକରେ ଖୋଲାରେ ମଳତ୍ୟାଗର ବିଲୋପ କରିବା
  • ସମସ୍ତ ସହରଗୁଡିକରେ ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁର ୧୦୦% ବୈଜ୍ଞାନିକ ପରିଚାଳନା କରିବା
  • ଜନ ଆନ୍ଦୋଳନ ଜରିଆରେ ବ୍ୟବହାର ପରିବର୍ତ୍ତନକୁ ପ୍ରଭାବିତ କରିବା

ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ସଫଳତା

  • ଗତ ସାତ ବର୍ଷ ମଧ୍ୟରେ ମିଶନ ଦେଶର ସମସ୍ତ କୋଣ ଅନୁକୋଣରେ ପହଞ୍ଚିଛି ଏବଂ ଏହାପ୍ରଥମେ ଲୋକ\' ଉପରେ ଧ୍ୟାନ ଦେଇ ଅଗଣିତ ନାଗରିକଙ୍କ ଜୀବନକୁ ବଦଳାଇ ଦେଇଛି ଏସ୍ବିଏମ୍‍- ସହରାଞ୍ଚଳ ଅଧୀନରେ ନିମ୍ନଲିଖିତଗୁଡିକ ହେଉଛି ପ୍ରମୁଖ ମାଇଲଖୁଣ୍ଟ ସଫଳତା ଏବଂ ପ୍ରଭାବ:
  • ମିଶନ୍ ସହରାଞ୍ଚଳ ଭାରତରେ ପରିମଳ ବ୍ୟବସ୍ଥାରେ ୧୦୦% ସୁବିଧା ଯୋଗାଇ ଭାରତର ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏସ୍ବିଏମ୍‍-ସହରାଞ୍ଚଳ ଅଧୀନରେ ୭୦ ଲକ୍ଷରୁ ଅଧିକ ଘର, ଗୋଷ୍ଠି ଏବଂ ସର୍ବସାଧାରଣ ଶୌଚାଳୟ ର୍ନିମାଣ କରାଯାଇଛି ଯାହା ଦ୍ୱାରା ସମସ୍ତଙ୍କ ପାଇଁ ନିରାପଦ ତଥା ସମ୍ମାନଜନକ ପରିମଳ ସୁବିଧା ଯୋଗାଇ ଦିଆଯାଉଛି ଏହି ମିଶନ ମହିଳା, କିନ୍ନର ସମ୍ପ୍ରଦାୟ ଏବଂ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଛି
  • ଡିଜିଟାଲ୍ ନବସୃଜନ ମାଧ୍ୟମରେ ଗୁଗୁଲ୍ ମ୍ୟାପରେ ଏସ୍ବିଏମ୍ଶୌଚାଳୟ ପରିପରିମଳ ସୁବିଧାକୁ ଅଧିକ ଉନ୍ନତ କରାଯାଇ ପାରିଛି ଯେଉଁଠାରେ ୩୩୦୦+ ସହରରେ ୬୫,୦୦୦ ରୁ ଅଧିକ ସର୍ବସାଧାରଣ ଶୌଚାଳୟ ଦେଖିବାକୁ ମିଳୁଛି
  • ୨୦୧୯ ରେ ଭାରତର ସହରାଞ୍ଚଳକୁ ଖୋଲାରେ ମଳତ୍ୟାଗ ମୁକ୍ତ ଘୋଷଣା କରାଯାଇଥିଲା ଯାହା ପରେ ମିଶନ୍ ୩୩୦୦ରୁ ଅଧିକ ସହର ଏବଂ ୯୬୦ ରୁ ଅଧିକ ସହରକୁ ଯଥାକ୍ରମେ ଓଡିଏଫ୍‍ ()+ ଏବଂ ଓଡିଏଫ୍‍++() ପ୍ରମାଣପତ୍ର ସହ ଦେଶର ସହରାଞ୍ଚଳକୁ ନିରନ୍ତର ପରିମଳ ପଥରେ ଆଗେଇ ନେଇଛି
  • ସହରଗୁଡ଼ିକ ୱାଟର+ ପ୍ରୋଟୋକଲ୍ () ଅଧୀନରେ ୱାଟର + ପ୍ରମାଣପତ୍ର ଆଡ଼କୁ ଅଗ୍ରଗତି କରୁଛନ୍ତି ଯାହାକି ବର୍ଜ୍ୟ ଜଳର ବିଶୋଧନ ଏବଂ ଏହାର ସର୍ବୋତ୍କୃଷ୍ଟ ପୁନଃ ବ୍ୟବହାର ଉପରେ ଧ୍ୟାନ ଦେଇଥାଏ
  • ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ, ଭାରତରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ୨୦୧୪ ରେ ୧୮% ରୁ ଆଜି ୭୦% କୁ ବୃଦ୍ଧି ପାଇଛି
  • ୯୭% ୱାର୍ଡରେ ୧୦୦% ଘରକୁ ଘର ଅବେର୍ଜନା ସଂଗ୍ରହ ଏବଂ ୮୫% ୱାର୍ଡରେ ନାଗରିକମାନେ ଅଭ୍ୟାସ କରାଯାଉଥିବା ଆବେଗ ଦ୍ୱାରା ବର୍ଜ୍ୟବସ୍ତୁର ପୃଥକକରଣ କରୁଛନ୍ତି
  • ଏହି ମିଶନ ପରିମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଥା ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା . ଲକ୍ଷରୁ ଅଧିକ ପରିମଳ କର୍ମଚାରୀଙ୍କ ଜୀବନରେ ସାମାଜିକ କଲ୍ୟାଣ ଯୋଜନା ସହିତ ଜଡିତ ଏକ ପାର୍ଥକ୍ୟ ଆଣିବାକୁ ସକ୍ଷମ ହୋଇଛି କୋଭିଡ-୧୯ ମହାମାରୀ ସମୟରେ ଦେଶର ସହରାଞ୍ଚଳରେ ଆଗଧାଡିର ପରିମଳ କର୍ମଚାରୀଙ୍କ ଦ୍ୱାରା ନିରବଚ୍ଛିନ୍ନ ସେବା ଯୋଗାଣ ସହରର ସୁରକ୍ଷା ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା
  • ଏହି କାର୍ଯ୍ୟକ୍ରମରେ ୨୦ କୋଟି ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ (ଭାରତର ସହରାଞ୍ଚଳର ୫୦% ରୁ ଅଧିକ) ମିଶନକୁ ସଫଳତାର ସହ ଏକ ଜନ ଆନ୍ଦୋଳନରେ ପରିଣତ କରିଛି, ଏକ ପ୍ରକୃତ ଜନ ଆନ୍ଦୋଳନର ବୃହତ ଆଇଇସି ଏବଂ ବ୍ୟବହାର ପରିବର୍ତ୍ତନ ଅଭିଯାନ କରିପାରିଛି
  • ସ୍ୱଚ୍ଛତା ଆପ୍ ଭଳି ଡିଜିଟାଲ୍ ସାମର୍ଥ୍ୟ, ୨୦୧୬ ରେ କେନ୍ଦ୍ର ଗୃହ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରବର୍ତ୍ତିତ ଡିଜିଟାଲ୍ ଅଭିଯୋଗ ପ୍ଲାଟଫର୍ମ ଆରମ୍ଭ ହୋଇଥିଲା ଯାହା ନାଗରିକଙ୍କ ଅଭିଯୋଗର ସମାଧାନ ପରିଚାଳନା ପଦ୍ଧତିକୁ ପୁନଃ କାର୍ଯ୍ୟକ୍ଷମ କରିଛି ନାଗରିକଙ୍କ ସକ୍ରିୟ ଯୋଗଦାନ ସହିତ ଏହି ଆପ୍ ଆଜି ପର୍ଯ୍ୟନ୍ତ କୋଟିରୁ ଅଧିକ ନାଗରିକ ଅଭିଯୋଗର ସମାଧାନ କରିଛି ମନ୍ତ୍ରାଳୟ ନିକଟରେ ସ୍ୱଚ୍ଛତା ଆପ୍ . ନବୀକରଣ ହୋଇଥିବା ସଂସ୍କରଣ ଆରମ୍ଭ କରିଛି
  • ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ବିଶ୍ୱର ବୃହତ୍ସହରାଞ୍ଚଳ ସଫେଇ ସର୍ବେକ୍ଷଣ ଯେଉଁଥିରେ ୪୦୦୦ ରୁ ଅଧିକ ପୌରସଂସ୍ଥା (ୟୁଏଲବିଏସ୍‍) ଉପରେ ୨୦୧୬ ରେ ଏସ୍ବିଏମ୍‍-ସହରୀ ଅଧୀନରେ ଆରମ୍ଭ କରାଯାଇଥିଲା ସର୍ବେକ୍ଷଣ ବର୍ଷ ବର୍ଷ ଧରି ବିକଶିତ ହୋଇଛି ଏବଂ ଆଜି ଏକ ଅନନ୍ୟ ପରିଚାଳନା ଉପକରଣ ହୋଇପାରିଛି ଯାହା ପରିମଳ ଫଳାଫଳ ହାସଲ କରିବା ପାଇଁ କ୍ଷେତ୍ର ସ୍ତରର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରେ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷେତ୍ର ସ୍ତରୀୟ ଆହ୍ୱାନ ସତ୍ୱେ ରେକର୍ଡ ସମୟରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ କରାଯାଇଥିଲା ବର୍ଷ ବର୍ଷ ଧରି, ଏହି ସର୍ଭେରେ କୋଟିରୁ ଅଧିକ ନାଗରିକଙ୍କ ମତାମତ ଗ୍ରହଣ କରାଯାଇଛି
  • ମିଶନର ବିଭିନ୍ନ କାର୍ଯ୍ୟ ମଧ୍ୟରେ ତାଲିମ ପ୍ରାପ୍ତ ୧୦ ଲକ୍ଷରୁ ଅଧିକ ପୌରପାଳିକା ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ରାଜ୍ୟ ତଥା ସହର ସ୍ତରର ଅଧିକାରୀଙ୍କ ନିରନ୍ତର ଦକ୍ଷତା ବୃଦ୍ଧି କରାଯାଇଛି

 

HS



(Release ID: 1763509) Visitor Counter : 271