ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେଭି ସୁବ୍ରମଣ୍ୟମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
08 OCT 2021 8:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ କେ ଭି ସୁବ୍ରମଣ୍ୟମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦରୁ ଓହରି ଯିବାକୁ ଡଃ ସୁବ୍ରମଣ୍ୟମ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“@ସୁବ୍ରମଣ୍ୟମକ୍ରିଙ୍କ ସହ କାମ କରିବା ବେଶ ସନ୍ତୋଷଜନକ ଥିଲା । ତାଙ୍କ ଶିକ୍ଷାଗତ ପ୍ରତିଭା, ପ୍ରମୁଖ ଆର୍ଥିକ ତଥା ନୀତିଗତ ବିଷୟରେ ଅନନ୍ୟ ଦୃଷ୍ଟିଭଙ୍ଗୀ ଓ ସଂସ୍କାରମୂଳକ ପଦକ୍ଷେପରେ ଉତ୍ସାହ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଗାମୀ ଦିନରେ ତାଙ୍କ ସଫଳତା କାମନା କରୁଛି ।”
SR
(रिलीज़ आईडी: 1763485)
आगंतुक पटल : 155
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam