ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଭିନେତା ଶ୍ରୀ ଘନଶ୍ୟାମ ନାୟକ ଓ ଶ୍ରୀ ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 06 OCT 2021 10:23AM by PIB Bhubaneshwar

ଅଭିନେତା ଶ୍ରୀ ଘନଶ୍ୟାମ ନାୟକ ଓ ଶ୍ରୀ ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗତ କିଛି ଦିନ ମଧ୍ୟରେ ଆମେ ନିଜ ଅଭିନୟ ବଳରେ ଲୋକଙ୍କ ହୃଦୟକୁ ଜିତିଥିବା ଦୁଇ ପ୍ରତିଭାବାନ ଅଭିନେତାଙ୍କୁ ହରାଇଛୁ । ନିଜ ବହୁମୁଖୀ ଅଭିନୟ, ବିଶେଷ କରି ଲୋକପ୍ରିୟ ଶୋ “ତାରକ ମେହତା କା ଉଲଟା ଚଷମା”ରେ ଅଭିନୟ ପାଇଁ ଶ୍ରୀ ଘନଶ୍ୟାମ ନାୟକ ସ୍ମରଣୀୟ ହୋଇ ରହିବେ । ସେ ଖୁବ ସ୍ନେହଶୀଳ ଓ ବିନମ୍ର ଥିଲେ ।

ଆମେ ଶ୍ରୀ ଅରବିନ୍ଦ ତ୍ରିବେଦୀଙ୍କୁ ହରାଇଛୁ । ସେ କେବଳ ଜଣେ ଅସାଧାରଣ ଅଭିନେତା ନଥିଲେ ବରଂ ଜନସେବା ପ୍ରତି ଆଗ୍ରହୀ ମଧ୍ୟ ଥିଲେ । ରାମାୟଣ ଟେଲିଭିଜନ ସିରିୟଲରେ ନିଜ ଅଭିନୟ ପାଇଁ ସେ ଅନେକ ପୀଢି ପର୍ଯ୍ୟନ୍ତ ସ୍ମରଣୀୟ ରହିବେ । ଉଭୟ ଅଭିନେତାଙ୍କ ବନ୍ଧୁ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”    

SR



(Release ID: 1761435) Visitor Counter : 170