ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ୟୁନିସେଫ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶିଶୁମାନଙ୍କ ସ୍ଥିତି ସଂକ୍ରାନ୍ତ ରିପୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଦ୍ୱାରା ଉନ୍ମୋଚିତ


ରିପୋର୍ଟରେ ଶିଶୁ ଓ କିଶୋରବର୍ଗଙ୍କ ଉପରେ ପଡିଥିବା କୋଭିଡ୍‌ର ମାନସିକ ପ୍ରଭାବ ସମ୍ପର୍କରେ ତଥ୍ୟ ରହିଛି

“ଭାରତୀୟ ଭେଷଜ ଓ ଚିକିତ୍ସା ପରମ୍ପରାରେ ଶରୀର ଓ ମାନସିକ ସ୍ୱାସ୍ଥ୍ୟ ଅଭିନ୍ନ; ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଏ”
ଏକ ସୁସ୍ଥ ସମାଜ ଗଠନରେ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗ ବିଶେଷ ଗୁରୁତ୍ୱ ରଖେ: କେନ୍ଦ୍ରମନ୍ତ୍ରୀ


“ପ୍ରଧାନମନ୍ତ୍ରୀଜୀ ବିଦ୍ୟାର୍ଥୀମାନଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଥିଲେ”: ପରୀକ୍ଷା ପେ ଚର୍ଚ୍ଚା ଉପରେ ଶ୍ରୀ ମାଣ୍ଡବୀୟଙ୍କ ମନ୍ତବ୍ୟ

Posted On: 05 OCT 2021 4:06PM by PIB Bhubaneshwar

ବିଶ୍ୱର ଶିଶୁମାନଙ୍କ ସ୍ଥିତି ସମ୍ପର୍କରେ ୟୁନିସେଫ ଦ୍ୱାରା ପ୍ରସ୍ତୁତି ରିପୋର୍ଟ (ଦି ଷ୍ଟେଟ ଅଫ୍ ଦି ୱାର୍ଲ୍ଡ ଚିଲଡ୍ରେନ ୨୦୨୧; ଅନ୍ ମାଏଁ ମାଇଣ୍ଡ: ପ୍ରମୋଟିଂ, ପ୍ରୋଟେକ୍ଟିଂ ଆଣ୍ଡ କେୟାରିଂ ଫର୍ ଚିଲଡ୍ରେନ୍ସ ମେଂଟାଲ ହେଲଥ) ଆଜି ଏଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛିଏହି ରିପୋର୍ଟଟି ୟୁନିସେଫର ଏକ ବିଶ୍ୱସ୍ତରୀୟ ଧ୍ୱଜାଧାରୀ ପ୍ରକାଶନ । ଏହି ରିପୋର୍ଟରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୋଭିଡ କି ପ୍ରକାର ପ୍ରଭାବ ପକାଇଛି ତାହା ସବିଶେଷ ସ୍ଥାନ ପାଇଛି । ଭାରତ ସହ ବିଶ୍ୱର ସବୁ ଦେଶରେ ଆଜି ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟର ଗୁରୁତ୍ୱ ବିଷୟରେ ଉଲ୍ଲେଖକରି ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ କହିଛନ୍ତି ଯେ ମାନସିକ ସ୍ୱାସ୍ଥ୍ୟ ଉଭୟ ଏକ ପୁରୁଣା ଓ ନୂଆ ପ୍ରସଙ୍ଗ । ଆମ ପାରମ୍ପରିକ ଭେଷଜ ଓ ଚିକିତ୍ସା ବ୍ୟବସ୍ଥା ସାମଗ୍ରିକ ସମ୍ପୂର୍ଣ୍ଣ ସୁସ୍ଥତା ଉପରେ ଗୁରୁତ୍ୱ ଦିଏଭାରତ ସମେତ ବିକାଶଶୀଳ ଦେଶଗୁଡିକରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି ।ଏକ ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଯୌଥ କୁଟୁମ୍ବ ଏକ ଗ୍ରାମ୍ୟ କୃଷିଭିତ୍ତିକ ପରିବେଶରେ ଗଢି ଉଠିଛି । ସେହି ପରିବେଶରେ ଶିଶୁ ଓ କିଶୋରମାନେ ଅନ୍ୟାନ୍ୟ ଅନେକ ପରିବାର ସଦସ୍ୟଙ୍କ ସହ ଭାବ ବିନିମୟ ଓ କଥାବାର୍ତ୍ତା କରିବା ସୁଯୋଗ ପାଇଥାନ୍ତି । ମାନସିକ ଚାପ ବା ସଙ୍କଟ ସମୟରେ ଅନ୍ୟମାନେ ସମ୍ପୃକ୍ତ ପିଲାମାନଙ୍କୁ ଉପଯୁକ୍ତ ପରାମର୍ଶ, ଆଶ୍ୱାସନା ଓ ଦିଗ୍‌ଦର୍ଶନ ଦେଇ ସେମାନଙ୍କ ମନର ବୋଝ ହାଲ୍‌କା କରିଥାନ୍ତିବେଳେ ବେଳେ ମାନସିକ ଚାପ ଜନିତ ସମସ୍ୟା ଯାହା ପିଲାଏ ନିଜ ପିତାମାତାଙ୍କୁ କହିପାରନ୍ତି ନାହିଁ, ତାହା ଅନ୍ୟମାନଙ୍କ ଆଗରେ ସହଜରେ ପ୍ରକାଶ କରିଥାନ୍ତି । ତେବେ ଛୋଟ ପରିବାର ବା ଦମ୍ପତ୍ତି କେନ୍ଦ୍ରିକ କୁଟୁମ୍ବରେ ସେ ସଂସ୍କୃତି ବଢିବାରେ ଅବକାଶ ବିଶେଷ ନାହିଁ । ପିଲାମାନେ ନିଜ ପରିବାର ସହିତ ଅଧିକ ସମୟ ରହୁଥିବାରୁ ବୃହତ୍ତର କୁଟୁମ୍ବ, ସଂସାର ଓ ପଡୋଶୀଙ୍କଠାରୁ ପ୍ରାୟ ବିଚ୍ଛିନ୍ନ ରହିଥାନ୍ତି । ତେଣୁ ସେମାନେ ଅଧିକରୁ ଅଧିକ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କରୋନା ମହାମାରୀ ସମଗ୍ର ସମାଜ ପାଇଁ ଏକ ମାନସିକ ଚାପ ସମ୍ଭାଳିବାର ପରୀକ୍ଷା ଥିଲା । କରୋନାର ଦ୍ୱିତୀୟ ଲହର ସମୟରେ ସେ ଔଷଧପତ୍ର ବିଭାଗର ମନ୍ତ୍ରୀ ଥିବା ବେଳର ଏକ ଅନୁଭୂତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଣ୍ଡବୀୟ କହିଥିଲେ ଯେ ସେତେବେଳେ ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟା ବିଧିବଦ୍ଧଭାବେ ଶୀଘ୍ର ଶେଷ କରିବାର ଆବଶ୍ୟକତା ପଡିଥିଲା । ଏକ ଭୟାନକ ମହାମାରୀ ମଝିରେ ଏହି କାମ କରିବା ସହଜ ନ ଥିଲା । ଏଥିପାଇଁ ପ୍ରଚଣ୍ଡ ଚାପର ସମ୍ମୁଖୀନ ହେବାକୁ ପଡୁଥିଲା । ଯୋଗ, ଶ୍ୱାସପ୍ରଶ୍ୱାସ ନିୟନ୍ତ୍ରଣ ଓ ସାଇକେଲ ଚାଳନା ଦ୍ୱାରା ସେ ଏହି ମାନସିକ ଚାପରୁ ମୁକ୍ତ ହୋଇଥିଲେ ବୋଲି କହିଛନ୍ତି । ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଏକ ସୁସ୍ଥ ସମାଜ ଗଠନ ପାଇଁ ମାନସିକ ସ୍ୱାସ୍ଥ୍ୟ ୍‌ସମସ୍ୟାର ସମାଧାନ କରିବା ଏକ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ । ମାନସିକ ସ୍ୱାସ୍ଥ୍ୟା ସମସ୍ୟାର ମୁକାବିଲା କରିବାରେ ପିତାମାତା ଓ ପରିବାରଙ୍କ ସହିତ ଶିକ୍ଷକମାନଙ୍କର ଏକ ଗୁରୁ୍‌ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି । ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଭିତ୍ତିରେ ପରିବାର ଓ ଶିକ୍ଷକ ପିଲାମାନଙ୍କ ସହ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା କରିବାର ବିଶେଷ ଆବଶ୍ୟକତା ରହିଛି ।

ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସରକାର ସଚେତନ ଅଛନ୍ତି ଏବଂ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅଙ୍ଗୀକୃତ । ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାବିଷୟକୁ ମନେ ପକାଇ ଶ୍ରୀ ମାଣ୍ଡବୀୟ କହିଛନ୍ତି ଯେ ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସମ୍ମୁଖୀନ ହେବା ପୂର୍ବରୁ ବିଦ୍ୟାର୍ଥୀମାନେ କିପରି ମାନସିକ ଚାପ ଓ ଉତ୍ତେଜନା ମୁକ୍ତ ହୋଇପାରିବେ ସେ ଦିଗରେ ନିଜେ ଉଦ୍ୟମ କରିଥିଲେ । ସେ ଚାପରୁ ମୁକ୍ତ ହୋଇ ଶାନ୍ତ ମନରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ପରାମର୍ଶ ଦେଉଥିଲେ ।

ପ୍ରଧାନମନ୍ତ୍ରୀଜୀ ବିଦ୍ୟାର୍ଥୀମାନଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଥିଲେ । ଏହାଛଡା ସେ ସ୍କୁଲ ପିଲାମାନଙ୍କୁ ଏକ ନୈତିକ ସମୃଦ୍ଧ ଜୀବନଯାପନ କରିବା ସହ ପରୀକ୍ଷାଫଳ ପାଇଁ ଚିନ୍ତିତ ନ ହେବାକୁ ମନ୍ କି ବାତ୍‌ଭଳି କାର୍ଯ୍ୟକ୍ରମରେ ପରାମର୍ଶ ଦେଉଥିଲେ ପରୀକ୍ଷା ଓ ଅନ୍ୟାନ୍ୟ କାରଣରୁ ଯେଉଁ ପିଲାମାନେ ବିଶେଷ ମାନସିକ ଚାପରେ ରହୁଥିଲେ ସେମାନଙ୍କ ପାଇଁ ଏଭଳି କ୍ଷୁଦ୍ର କ୍ଷୁଦ୍ର ପଦକ୍ଷେପ ବେଶ୍ ବଡ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ କହିଛନ୍ତି ।

ଏଥିରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ କହିଛନ୍ତି ଯେ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ମାନସିକ ସ୍ୱାସ୍ଥ୍ୟ ଘେନି ଯେଉଁ ସାମାଜିକ ବିଚାର ଓ ଧାରଣା ରହିଛି ତାହାର ଦୂରୀକରଣ ଉପରେ ସେ ଗୁରୁ‌ତ୍ୱା ଦେଇଥିଲେ । ଅନେକ ପ୍ରତିଷ୍ଠିତ ବିଦ୍ୟାଳୟରେ ପୂର୍ଣ୍ଣକାଳୀନ ଛାତ୍ର-ପରାମର୍ଶଦାତା (ଷ୍ଟୁଡେଣ୍ଟ କାଉନସେଲର) ନ ଥିବା ଉଲ୍ଲେଖ କରି ଏହି ଅଭାବ ଦୂର ଉପରେ ଗୁରୁତ୍ୱ ଦେଇଥିଲେ ।

ଏଥିରେ ୟୁନିସେଫ ଇଣ୍ଡିଆର ପ୍ରତିନିଧି ଡକ୍ଟର ଯଶ୍ମିନ ଅଲି ହକ୍ ରିପୋର୍ଟର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ରିପୋର୍ଟ ଅନୁସାରେ ଭାରତରେ ୧୫ରୁ ୨୪ବର୍ଷ ବୟସ ବର୍ଗରେ ୧୪ଶତାଂଶ ବା ପ୍ରତି ୭ଜଣରେ ଜଣେ ମାନସିକ ଅବସାଦଗ୍ରସ୍ତ ଅଥବା କୌଣସି କମ୍ କରିବାର ଆଗ୍ରହ ସମ୍ପୃକ୍ତ ଯୁବକ/ଯୁବତୀଙ୍କର ନାହିଁ । କେବଳ ପିଲାମାନେ ମାନସିକ ବିପର୍ଯ୍ୟୟ ମଧ୍ୟରେ ରହୁନାହାନ୍ତି, ଅନେକ ମଧ୍ୟ ଅବହେଳା ଓ ଶୋଷଣର ବିପଦ ମଧ୍ୟରେ ବାସ କରୁଛନ୍ତି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ (ନୀତି) ଶ୍ରୀ ବିଶାଳ ଚୌହାଣ, ‘ନିମହାନ୍ସର ନିର୍ଦ୍ଦେଶିକା ଡକ୍ଟର ପ୍ରତିମା ମୂର୍ତ୍ତି, ଅନ୍ୟାନ୍ୟ ମନ୍ତ୍ରଣାଳୟ ତଥା ୟୁନିସେଫ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ ।

 

*****

TM



(Release ID: 1761301) Visitor Counter : 223