ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍‍ ଫରହାନ ଅଲ ସାଉଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

Posted On: 20 SEP 2021 9:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଅଲ ସାଉଦଙ୍କୁ ଭେଟିଛନ୍ତି ।

ଦୁଇ ଦେଶ ମଧ୍ୟରେ ପ୍ରତିଷ୍ଠିତ ଷ୍ଟ୍ରାଟେଜିକ୍‍ ପାର୍ଟନରସିପ୍‍ କାଉନସିଲର ତତ୍ତ୍ୱାବଧାନରେ ନିଆଯାଇଥିବା ବିଭିନ୍ନ ଦ୍ୱିପାକ୍ଷିକ ପଦକ୍ଷେପଗୁଡ଼ିକର ଅଗ୍ରଗତି ଉପରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଶକ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ଉତ୍ପାଦନ ସମେତ ସାଉଦି ଆରବରୁ ଭାରତରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଏହି ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ସହିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣ ଉପରେ ମଧ୍ୟ ମତ ବିନିମୟ ହୋଇଥିଲା । 

କୋଭିଡ-୧୯ ମହାମାରୀ ସମୟରେ ପ୍ରବାସୀଙ୍କ କଲ୍ୟାଣ ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ସାଉଦି ଆରବକୁ ପ୍ରଧାନମନ୍ତ୍ରୀ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

ସାଉଦି ଆରବର ମହାମହିମ ସମ୍ରାଟ ଏବଂ ଯୁବରାଜଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

HS



(Release ID: 1758591) Visitor Counter : 155