ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 19 SEP 2021 9:46AM by PIB Bhubaneshwar

ଉପହାର ଓ ସ୍ମାରକୀ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ନିଲାମୀ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ବିଭିନ୍ନ ସମୟରେ ମୁଁ ପାଇଥିବା ବିଭିନ୍ନ ଉପହାର ଓ ସ୍ମାରକୀ ନିଲାମ ହେବ । ଏଥିରେ ଆମ ଅଲମ୍ପିକ୍ସ ନାୟକ/ନାୟିକାମାନେ ଦେଇଥିବା ସ୍ୱତନ୍ତ୍ର ସ୍ମାରକୀ ସାମିଲ ରହିଛି । ଏହି ନିଲାମୀରେ ଅଂଶଗ୍ରହଣ କରନ୍ତୁ । ଏଥିରୁ ସଂଗୃହୀତ ଅର୍ଥ ନମାମି ଗଙ୍ଗେ ଉପକ୍ରମରେ ବିନିଯୋଗ ହେବ ।” 

SR



(Release ID: 1756212) Visitor Counter : 56