ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୮ ତାରିଖରେ ଗୋଆର ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ଆଲୋଚନା କରିବେ
Posted On:
17 SEP 2021 4:34PM by PIB Bhubaneshwar
ଗୋଆରେ ବୟସ୍କ ଲୋକଙ୍କ ପାଇଁ ୧୦୦% ପ୍ରଥମ ଡୋଜ୍ ଟିକାକରଣ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ୧୮ ସେପ୍ଟେମ୍ବର, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ।
ରାଜ୍ୟ ସରକାରଙ୍କ ପ୍ରୟାସରେ ଟୀକାକରଣ ସଫଳ ହୋଇଥିବାବେଳେ ଗୋଷ୍ଠି ଓ ତୃମମୂଳ ସ୍ତରରେ ସଫଳତାର ସହ ଟିକାଉତ୍ସବ ଅୟୋଜନ, ବିଭିନ୍ନ ଗୋଷ୍ଠି ବିଶେଷକରି କାର୍ଯ୍ୟକ୍ଷେତ୍ରରେ ଟିକାଦାନ, ବୃଦ୍ଧାଶ୍ରମ, ଦିବ୍ୟାଙ୍ଗ ଆଦିକୁ ଟିକାକରଣରେ ଅଗ୍ରାଧିକାର ଦିଆଯାଇଛି ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଟିକାଦାନକୁ ନେଇ ଥିବା ଦ୍ୱନ୍ଦ ଦୂର ସକାଶେ ଗୋଷ୍ଠିଗୁଡିକୁ ମୁତୟନ କରାଯାଇଛି । ବାତ୍ୟା ତାଉକାତେ ଭଳି ଆହ୍ୱାନକୁ ମୁକାବିଲା କରି ରାଜ୍ୟ ମଧ୍ୟ ଦ୍ରୁତ ଟିକାକରଣକୁ ସୁନିଶ୍ଚିତ କରିଛି ।
ଏହି ଅବସରରେ ଗୋଆର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ
HS
(Release ID: 1756102)
Visitor Counter : 195
Read this release in:
Malayalam
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada