ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେପ୍ଟେମ୍ବର ୧୫ତାରିଖରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବାଚସ୍ପତି ମିଳିତଭାବେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
14 SEP 2021 3:10PM by PIB Bhubaneswar
ଭାରତର ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମିଳିତ ଭାବେ ୧୫ସେପ୍ଟେମ୍ବର, ୨୦୨୧ ତାରିଖ ସନ୍ଧ୍ୟା ୬ଟାରେ ସଂସଦ ଭବନର ଏନେକ୍ସି ଠାରେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ଉଲ୍ଲେଖନୀୟ ଯେ ସଂସଦ ଟିଭିର ଶୁଭାରମ୍ଭ “ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ” ଅବସରରେ ଅନୁଷ୍ଠିତ ହେଉଛି ।
ସଂସଦ ଟିଭି ସମ୍ପର୍କରେ
ଫେବୃୟାରୀ, ୨୦୨୧ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିକୁ ମିଶାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ, ୨୦୨୧ ସଂସଦ ଟିଭି ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରାଗଲା।
ସଂସଦର ଟିଭିର କାର୍ଯ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ହେବ - ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ଯ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ଯ୍ୟାନ୍ୱୟନ, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ ସମସାମୟିକ ବିଷୟବସ୍ତୁ / ହିତ/ ବିଚାରଧାରା ।
*****
NS / SLP
(ରିଲିଜ ଆଡି: 1754895)
ପରିଦର୍ଶକ କାଉଣ୍ଟର : 263
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam