ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇ-ଶ୍ରମ ପୋର୍ଟଲର ଶୁଭାରମ୍ଭ ପରଠାରୁ ଏପର୍ଯ୍ୟନ୍ତ ୨୭ଲକ୍ଷରୁ ଅଧିକ ଅସଂଗଠିତ ଶ୍ରମିକମାନେ ଏଥିରେ ନିଜର ପଞ୍ଜୀକରଣ କରାଇଛନ୍ତି


ଏହି ପୋର୍ଟାଲରେ ଅସଂଗଠିତ ଶ୍ରମିକମାନେ ନିଜର ପଞ୍ଜୀକରଣ କରାଇବା ସକାଶେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଏବଂ ଅନ୍ୟ ହିତାଧିକାରୀଙ୍କୁ ସକ୍ରିୟଭାବେ ସହଯୋଗ ଏବଂ ସହାୟତା କରୁଛନ୍ତି: ରାମେଶ୍ୱର ତେଲୀ

Posted On: 09 SEP 2021 2:05PM by PIB Bhubaneshwar

ଇ-ଶ୍ରମ ପୋର୍ଟାଲ ଅସଂଗଠିତ ଶ୍ରମିକମାନଙ୍କର ପଞ୍ଜୀକରଣ ସକାଶେ ଶ୍ରମ କଲ୍ୟାଣ ଏବଂ ରୋଜଗାର ମନ୍ତ୍ରଣାଳୟ ବିଭିନ୍ନ ଶିବିର ଆୟୋଜନ କରୁଛନ୍ତି ।

ବିଭିନ୍ନ  ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ ସକାଶେ ଆଜି ଏହିଭଳି ଏକ ଶିବିର ନୂଆଦିଲ୍ଲୀସ୍ଥିତ ଶ୍ରମଶକ୍ତିଭବନଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଆଜି ୮୦ରୁ ଅଧିକ ଶ୍ରମିକ ପଞ୍ଜୀକରଣ ହେବାର ସମ୍ଭାବନା ରହିଛି ।

NKP_0187.JPG

ଏହି ଶିବିରର ଉଦ୍‌ଘାଟନ କରି ଶ୍ରମ ଏବଂ ରୋଜଗାର ତଥା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଜ୍ୟମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲୀ ସମସ୍ତଙ୍କୁ ଏହି ପୋର୍ଟାଲର ପ୍ରଚାର ଓ ପ୍ରସାର ଏବଂ ପୋର୍ଟାଲରେ ପଞ୍ଜୀକରଣ ହେବା ଦ୍ୱାରା ଶ୍ରମିକମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାରର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କହିଥିଲେ

NKP_0144.JPG

ଶ୍ରୀ ତେଲୀ କହିଥିଲେ ଯେ ସମସ୍ତ ଅସଂଗଠିତ ଶ୍ରମିକମାନଙ୍କର ଏକ ରାଷ୍ଟ୍ରୀୟ ଡାଟାବେସ୍ ପ୍ରସ୍ତୁତ ହେବା ଦ୍ୱାରା ଏଭଳି ଶ୍ରମିକମାନଙ୍କ ସକାଶେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକର ଲାଭ ପହଞ୍ଚାଇବା ଏବଂ ଅନ୍ତିମସ୍ତର ପର୍ଯ୍ୟନ୍ତ ସେଗୁଡିକୁ ପହଞ୍ଚାଇବା ଉପରେ ଧ୍ୟାନକେନ୍ଦ୍ରିତ କରିବା ସକାଶେ ସରକାରଙ୍କୁ ସହାୟତା ମିଳିପାରିବ ।

NKP_0162.JPG

ଗତ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ କରାଯାଇଥିବା ଏହି ଇ-ଶ୍ରମ ପୋର୍ଟାଲକୁ ଏକ ପରିବର୍ତ୍ତନକାରୀ ପୋର୍ଟାଲ ଭାବରେ ଅଭିହିତ କରି ଶ୍ରୀ ତେଲୀ କହିଥିଲେ ଯେ ଏପର୍ଯ୍ୟନ୍ତ ୨୭ଲକ୍ଷରୁ ଅଧିକ ଅସଂଗଠିତ ଶ୍ରମିକ ନିଜର ପଞ୍ଜୀକରଣ କରାଇଛନ୍ତି ଏବଂ ‌ଏହି ପୋର୍ଟାଲରେ ଶ୍ରମିକମାନଙ୍କର ପଞ୍ଜୀକରଣ ସକାଶେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ସକ୍ରିୟ ଭାବରେ ସହଯୋଗ କରୁଛନ୍ତି । ଏହାର ବିଭିନ୍ନ ଲାଭଗୁଡିକ ସମ୍ପର୍କରେ ସୂଚନା ଦେବାକୁ ଯାଇ ରାଜ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଜୀକୃତ ହେବା ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ପର୍ଯ୍ୟନ୍ତ ଦୁର୍ଘଟଣା ବୀମାର ସୁବିଧା ମିଳିଥାଏ । ଯଦି କୌଣସି କର୍ମଚାରୀ ଇ-ଶ୍ରମ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇଥିବେ ଏବଂ ସେ ଦୁର୍ଘଟଣାର ଶୀକାର ହେବେ ତେବେ ତାଙ୍କର ମୃତ୍ୟୁ ଘଟିଲେ କିମ୍ବା ସ୍ଥାୟୀ ଭାବରେ ବିକଳାଙ୍ଗ ହେଲେ ତାଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଆଂଶିକ ଭାବରେ ବିକାଳାଙ୍ଗ ହେଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିପାରିବ । ଏହା ସହିତ ଏଥିରେ ପଞ୍ଜୀକୃତ ହେବା ଦ୍ୱାରା ଶ୍ରମିକମାନଙ୍କୁ ଏକ ସାର୍ବଜନୀନ ଖାତା ସଂଖ୍ୟା ପ୍ରଦାନ କରାଯିବ । ଯାହା ବିଶେଷଭାବରେ ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଏବଂ ରାସନ କାର୍ଡ ଆଦିର ପୋଟେବିଲିଟି  ସୁବିଧା ହାସଲ କରିବାରେ ସହଜ ହେବ ।

 

****

NS /SLP



(Release ID: 1753743) Visitor Counter : 184