ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 09 SEP 2021 9:18AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୭୧.୬୫ କୋଟି ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୩,୨୬୩ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୧୯ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩,୯୩, ୬୧୪ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟାମଧ୍ୟରେ ୪୦, ୫୬୭ରୋଗୀ  ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୨୩, ୦୪, ୬୦୮ ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ପର୍ଯ୍ୟନ୍ତ ୨.୪୩ ପ୍ରତିଶତ ଅଟେ, ଯାହା ଗତ ୭୬ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୩୮ପ୍ରତିଶତ ଅଟେ, ଯାହାକି ଗତ ୧୦ଦିନରେ ୩ ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୬୮କୋଟି ପରୀକ୍ଷଣ କରାଯାଇସାରିଛି । 

 

*****

NS/ SLP



(Release ID: 1753649) Visitor Counter : 226