ଖଣି ମନ୍ତ୍ରଣାଳୟ

ନାଲ୍‌କୋ ନମସ୍ୟ ମୋବାଇଲ ଆପ୍

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ(ଏମଏସ୍‌‌ଇ) ପାଇଁ ଏକ ଅଭିନବ ପ୍ଲାଟଫର୍ମ

Posted On: 06 SEP 2021 4:40PM by PIB Bhubaneshwar

ଜାତୀୟ ଆଲୁମିନିୟମ  କମ୍ପାନୀ ଲିମିଟେଡ (ନାଲ୍‌କୋ) ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ଏକ ଆଧୁନିକ ଓ ଅଭିନବ ପ୍ଲାଟଫର୍ମ ନାଲ୍‌କୋ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜ୍ ଯୋଗଯୋଗ ଆପ୍ଲିକେସନ (ନମସ୍ୟ) ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛି । ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋ ଦ୍ୱାରା ବିକଶିତ ଏହି ଆପ୍ ଅଣୁ ଓ କ୍ଷୁଦ୍ର କମ୍ପାନୀଗୁଡିକର ବିକ୍ରେତାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।

ଦେଶର ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ନିୟୋଜିତ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକୁ ସଶକ୍ତ କରିବା ପାଇଁ ନାଲ୍‌କୋର ଏତାଦୃଶ ପ୍ରୟାସକୁ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ

ପ୍ରଶଂସା କରିଛନ୍ତି ।

ନମସ୍ୟ ଆପ୍ ଏମଏସ୍‌ଇ ଗୁଡିକର ବିକାଶ ନେଇ କମ୍ପାନୀର ଉଦ୍ୟମ ସମ୍ପର୍କରେ ଏକ ମଞ୍ଚ ପ୍ରଦାନ କରିବ । ଏହି ଆପ୍ ଏମ୍‌ଏସ୍‌ଇଗୁଡିକୁ ବିକ୍ରେତାମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା, ବୈଷୟିକ ତଥ୍ୟ, ବିକ୍ରେତାମାନଙ୍କ ବିକାଶ ଏବଂ ନାଲ୍‌କୋର ତାଲିମ ପ୍ରକ୍ରିୟା ଇତ୍ୟାଦି ତଥ୍ୟ ପ୍ରଦାନ କରି ସଶକ୍ତ କରିବ ।

ଭାରତରେ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦକ ତଥା ରପ୍ତାନୀକାରୀ ନାଲ୍‌କୋ ବ୍ୟବସାୟକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ବିଶେଷକରି ଖଣି ଓ ଖଣିଜ ପଦାର୍ଥ ବ୍ୟବସାୟରେ ସକ୍ରିୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଏମ୍‌ଏସ୍‌‌ଇଗୁଡିକ ନିମନ୍ତେ ନାଲ୍‌କୋ ଏଭଳି ଅନେକ ସୁଚିନ୍ତିତ ପଦକ୍ଷେମାନ ନେଇଛି ।

 

*****

NS /SLP

 



(Release ID: 1752679) Visitor Counter : 250