ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆବୁଧାବିର କ୍ରାଉନ ପ୍ରିନ୍ସ ଏଚ୍ ଏଚ୍‍ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ

प्रविष्टि तिथि: 03 SEP 2021 10:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର କ୍ରାଉନ୍ ଏଚ୍ ଏଚ୍ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ହୋଇଛି ଦୁଇ ନେତା ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ଜାରି ଅଗ୍ରଗତିର ସକରାତ୍ମକ ଭାବରେ ମୂଲ୍ୟାଙ୍କନ କରିଛନ୍ତି କୋଭିଡ -୧୯ ମହାମାରୀ ସମୟରେ ଭାରତୀୟ ସମ୍ପ୍ରଦାୟ ପାଇଁ ୟୁଏଇର ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଅକ୍ଟୋବର , ୨୦୨୧ ରୁ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏକ୍ସପୋ -୨୦୨୦ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି

ଉଭୟ ନେତା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ବିଶ୍ୱରେ ଆତଙ୍କବାଦ ଏବଂ ଉଗ୍ରବାଦ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସେମାନେ ସହମତ ହୋଇଥିଲେ ଏବଂ ଏହିପରି ଶକ୍ତି ବିରୁଦ୍ଧରେ ଆନ୍ତର୍ଜାତୀୟ ସମ୍ପ୍ରଦାୟ କିଭଳି ମିଳିତ ଭାବେ ଛିଡା ହେବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ

HS


(रिलीज़ आईडी: 1752301) आगंतुक पटल : 222
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam