ଅର୍ଥ ମନ୍ତ୍ରଣାଳୟ

୨୦୨୧ ଅଗଷ୍ଟ ପାଇଁ ଜିଏସଟି ରାଜସ୍ୱ ଆଦାୟ

ଅଗଷ୍ଟରେ ମୋଟ ୧,୧୨,୦୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ

Posted On: 01 SEP 2021 1:18PM by PIB Bhubaneshwar

୨୦୨୧ ଅଗଷ୍ଟ ମାସରେ ମୋଟ ,୧୨,୦୨୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଛି, ଯେଉଁଥିରେ ୨୦,୫୨୨ କୋଟି ଟଙ୍କାର ସିଜିଏସଟି, ୨୬,୬୦୫ କୋଟି ଟଙ୍କାର ଏସଜିଏସଟି, ୫୬,୨୪୭ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଆମଦାନି ବାବଦରେ ଆଦାୟ ହୋଇଥିବା ୨୬,୮୮୪ କୋଟି ଟଙ୍କା ସହିତ) ଏବଂ ,୬୪୬ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନି ଉପରେ ଆଦାୟ ହୋଇଥିବା ୬୪୬ କୋଟି ଟଙ୍କା ସହ) ରହିଛି

 

ସରକାର ନିୟମିତ ବ୍ୟବସ୍ଥା ସ୍ୱରୂପ ଆଇଜିଏସଟିରୁ ୨୩,୦୪୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୧୯,୧୩୯ କୋଟି ଟଙ୍କା ଏସଜିଏସଟିକୁ ପ୍ରଦାନ କରିଛନ୍ତି ଏଥିସହିତ, କେନ୍ଦ୍ର ସରକାର ଆଇଜିଏସଟି ଆଡ୍ ହକ୍ ଥଇଥାନ ଭାବେ ୨୪,୦୦୦ କୋଟି ଟଙ୍କା କେନ୍ଦ୍ର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୫୦:୫୦ ଅନୁପାତରେ ବି ଥଇଥାନ କରିଛନ୍ତି ୨୦୨୧ ଅଗଷ୍ଟ ମାସରେ ନିୟମିତ ଏବଂ ଆଡ-ହକ୍ ଥଇଥାନ ପରେ କେନ୍ଦ୍ର ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ନିମନ୍ତେ ୫୫,୫୬୫ କୋଟି ଟଙ୍କା ଏସଜିଏସଟି ପାଇଁ ୫୭,୭୪୪ କୋଟି ଟଙ୍କା ହୋଇଛି

 

୨୦୨୧ ଅଗଷ୍ଟ ମାସ ପାଇଁ ଆଦାୟ ହୋଇଥିବା ରାଜସ୍ୱ ଗତବର୍ଷ ସମାନ ମାସର ଜିଏସଟି ରାଜସ୍ୱ ତୁଳନାରେ ୩୦% ଅଧିକ ଏହି ମାସରେ, ଘରୋଇ କାରବାରରୁ ଆସିଥିବା ରାଜସ୍ୱ (ସେବା ଆମଦାନି ସମେତ) ଗତବର୍ଷ ସମାନ ମାସରେ ଏହିସବୁ ଉତ୍ସରୁ ଆଦାୟ ହୋଇଥିବା ରାଜସ୍ୱ ଠାରୁ ୨୭% ଅଧିକ ଏମିତି କି ୨୦୧୯-୨୦ରେ ଅଗଷ୍ଟ ରାଜସ୍ୱ ୯୮,୨୦୨ କୋଟି ଟଙ୍କା ତୁଳନାରେ ଏହି ଅଭିବୃଦ୍ଧି ୧୪% ରହିଛି

 

ଲଗାତର ମାସ ପାଇଁ ଜିଏସଟି ଆଦାୟ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିବା ପରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ୨୦୨୧ ଜୁନରେ ଏହା ଲକ୍ଷ କୋଟି ଟଙ୍କା ତଳକୁ ଖସିଯାଇଥିଲା କୋଭିଡ କଟକଣା କୋହଳ ହେବା ପରେ, ୨୦୨୧ ଜୁଲାଇ ଅଗଷ୍ଟ ନିମନ୍ତେ ଜିଏସଟି ଆଦାୟ ପୁଣି ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି, ଯେଉଁଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଘରୋଇ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ସୁଧାର ଲାଭ କରୁଛି ଅର୍ଥନୈତିକ ଅଭିବୃଦ୍ଧି, ଠକେଇ ନିରୋଧ କାର୍ଯ୍ୟକଳାପ, ବିଶେଷକରି ନକଲି ବିଲ୍ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ବର୍ଦ୍ଧିତ ଜିଏସଟି ସଂଗ୍ରହରେ ସହାୟକ ହୋଇପାରିଛି ଆଗାମୀ ମାସଗୁଡ଼ିକରେ ମଧ୍ୟ ବିପୁଳ ଜିଏସଟି ରାଜସ୍ୱ ଆଦାୟ ଜାରି ରହିପାରେ

 

ନିମ୍ନ ସାରଣୀରେ ୨୦୨୦ ଅଗଷ୍ଟ ତୁଳନାରେ ୨୦୨୧ ଅଗଷ୍ଟ ମାସରେ ପ୍ରତ୍ୟେକ ରାଜ୍ୟରେ ଆଦାୟ ହୋଇଥିବା ଜିଏସଟିର ରାଜ୍ୟଭିତ୍ତିକ ତଥ୍ୟ ଦର୍ଶାଯାଇଛି

୨୦୨୧ ଅଗଷ୍ଟରେ ଜିଏସଟି ରାଜସ୍ୱର ରାଜ୍ୟଭିତ୍ତିକ ଅଭିବୃଦ୍ଧି

 

State

August-20

August-21

% growth

1

Jammu and Kashmir

326

392

20%

2

Himachal Pradesh

597

704

18%

3

Punjab

1,139

1,414

24%

4

Chandigarh

139

144

4%

5

Uttarakhand

1,006

1,089

8%

6

Haryana

4,373

5,618

28%

7

Delhi

2,880

3,605

25%

8

Rajasthan

2,582

3,049

18%

9

Uttar Pradesh

5,098

5,946

17%

10

Bihar

967

1,037

7%

11

Sikkim

147

219

49%

12

Arunachal Pradesh

35

53

52%

13

Nagaland

31

32

2%

14

Manipur

26

45

71%

15

Mizoram

12

16

31%

16

Tripura

43

56

30%

17

Meghalaya

108

119

10%

18

Assam

709

959

35%

19

West Bengal

3,053

3,678

20%

20

Jharkhand

1,498

2,166

45%

21

Odisha

2,348

3,317

41%

22

Chhattisgarh

1,994

2,391

20%

23

Madhya Pradesh

2,209

2,438

10%

24

Gujarat

6,030

7,556

25%

25

Daman and Diu

70

1

-99%

26

Dadra and Nagar Haveli

145

254

74%

27

Maharashtra

11,602

15,175

31%

29

Karnataka

5,502

7,429

35%

30

Goa

213

285

34%

31

Lakshadweep

0

1

220%

32

Kerala

1,229

1,612

31%

33

Tamil Nadu

5,243

7,060

35%

34

Puducherry

137

156

14%

35

Andaman and Nicobar Islands

13

20

58%

36

Telangana

2,793

3,526

26%

37

Andhra Pradesh

1,955

2,591

33%

38

Ladakh

5

14

213%

97

Other Territory

180

109

-40%

99

Center Jurisdiction

161

214

33%

 

Grand Total

66,598

84,490

27%

ସାମଗ୍ରୀ ଆମଦାନି ଉପରେ ଜିଏସଟିକୁ ସାମିଲ କରାଯାଇ ନାହିଁ

 

SR



(Release ID: 1751085) Visitor Counter : 319