ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିଚେଲଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 31 AUG 2021 8:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍ଯୋଗେ ୟୁରୋପୀୟ ପରିଷଦର ସଭାପତି ମହା ମହିମ ଚାର୍ଲ୍ସ ମିଚେଲଙ୍କ ସହିତ କଥା ହୋଇଛନ୍ତି

ଉଭୟ ନେତା ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯେଉଁଥିରେ କି ଅନେକ ମୃତାହତ ହୋଇଥିଲେ ସେମାନେ ତାହାକୁ ଏକ ସ୍ୱରରେ ନିନ୍ଦା କରିଥିଲେ ଏକ ସ୍ଥିର ଏବଂ ସୁରକ୍ଷିତ ଆଫଗାନିସ୍ତାନ ଉପରେ ଗୁରୁତ୍ୱ ଦେବା ସହିତ ଏହି ପ୍ରସଙ୍ଗରେ ଭାରତ ଏବଂ ୟୁରୋପୀୟ ପରିଷଦର ସମ୍ଭାବ୍ୟ ଭୂମିକା ବିଷୟରେ ସେମାନେ ଆଲୋଚନା କରିଥିଲେ

ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନର ସ୍ଥିତି ଉପରେ ସମ୍ପର୍କରେ ରହିବାକୁ ଦୁଇ ନେତା ରାଜି ହୋଇଥିଲେ

 

HS


(ରିଲିଜ ଆଡି: 1750942) ପରିଦର୍ଶକ କାଉଣ୍ଟର : 263