ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପ୍‌ଡେଟ

Posted On: 23 AUG 2021 10:08AM by PIB Bhubaneshwar

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୮.୨୫କୋଟିରୁ ଅଧିକ ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୨୫,୨୭୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ୧୬୦ଦିନ ମଧ୍ୟରେ ସବୁଠାରୁ କମ୍ ରହିଛି ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ସମଗ୍ର ସଂକ୍ରମିତଙ୍କ ସଂଖ୍ୟାର ୧.୦୩ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ପରେ ସବୁଠାରୁ କମ୍ ।

ଭାରତରେ ବର୍ତ୍ତମାନ ୩,୩୩, ୯୨୪ସକ୍ରିୟ ରୋଗୀ ରହିଛନ୍ତି, ଯାହା ୧୫୫ ଦିନରେ ସବୁଠାରୁ କମ୍ । 

ଆରୋଗ୍ୟହାରରେ ବୃଦ୍ଧି ଘଟି ୯୭.୬୩ ପ୍ରତିଶତ ରହିଛି, ଯାହା ମାର୍ଚ୍ଚ ୨୦୨୦ ପରେ ସର୍ବାଧିକ ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୧୬,୮୦,୬୨୬ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ୪୪,୧୫୭ ରୋଗୀ ସୁସ୍ଥ ହୋଇଛନ୍ତି

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧.୯୧ ପ୍ରତିଶତ ରହିଛି, ଏହାର ଗତ ୫୯ଦିନରୁ ୩ ପ୍ରତିଶତରୁ କମ୍ ରହିଛି ।

ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟଭାବେ ବୃଦ୍ଧି ଘଟିଛି-ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୦.୭୫ କୋଟି ପରୀକ୍ଷଣ କରାଯାଇସାରିଛି ।

 

****

 

NS / SLP



(Release ID: 1748325) Visitor Counter : 209