ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ -୧୯ ଟିକାକରଣ କଭରେଜ୍ ଅତିକ୍ରମ କଲା ୫୭.୬୧ କୋଟି

ଆରୋଗ୍ୟହାର ପହଞ୍ଚିଲା ୯୭.୫୪ପ୍ରତିଶତରେ, ମାର୍ଚ୍ଚ ୨୦୨୦ ପରଠାରୁ ସର୍ବୋଚ୍ଚ ସ୍ତର

ଗତ ୨୪ଘଣ୍ଟା ମଧ୍ୟରେ ୩୪,୪୫୭ ଜଣ ବ୍ୟକ୍ତି ସଂକ୍ରମିତ

ଭାରତରେ ସର୍ବମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୬୧,୩୪୦ ବର୍ତ୍ତମାନ ସମୟରେ ଯାହା ୧୫୧ ଦିନ ମଧ୍ୟରେ ସବୁଠାରୁ କମ୍

ସକ୍ରିୟ ରୋଗୀଙ୍କ ସଂଖ୍ୟା ସର୍ବମୋଟ ରୋଗୀଙ୍କ ସଂଖ୍ୟାର ୧.୧୨ପ୍ରତିଶତ ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସର୍ବନିମ୍ନ

ଦୈନିକ ପଜିଟିଭିଟି ହାର ୨.୦୦ ପ୍ରତିଶତ ଯାହା ଗତ ୨୬ଦିନ ମଧ୍ୟରେ ଥିବା ପଜିଟିଭିଟି ହାରଠାରୁ ୩ ପ୍ରତିଶତ କମ୍

Posted On: 21 AUG 2021 10:13AM by PIB Bhubaneshwar

ଆଜି ସକାଳ ସାତଟା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଏକ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୩୬, ୩୬,୦୪୩ବ୍ୟକ୍ତିଙ୍କର ଟିକାକରଣ କରାଯାଇଛି । ଏହାଦ୍ୱାରା ଭାରତରେ କୋଭିଡ-୧୯ ଟିକାକରଣର ସର୍ବମୋଟ କଭରେଜ  ୫୭.୬୧ (୫୭,୬୧,୧୭,୩୫୦)କୋଟି ଅତିକ୍ରମ କରିଛି ।

ଟିକାକରଣର ଏହି ଲକ୍ଷ୍ୟ ୬୪,୦୧, ୩୮୫ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ହାସଲ କରାଯାଇଛି । ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ସର୍ବମୋଟ ଟିକାକରଣର ବିବରଣୀ ନିମ୍ନରେ ପ୍ରଦତ୍ତ କରାଯାଇଛି ।

ସମଗ୍ର ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଏହାର ପରିସରକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୨୪ଘଣ୍ଟା ମଧ୍ୟରେ ୩୬, ୩୪୭ ଜଣ ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ ହେବା ପରେ ଆରୋଗ୍ୟ ଲାଭ କରିଥିବା ସର୍ବମୋଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୧୫,୯୭,୯୮୨ରେ ପହଞ୍ଚିଛି (ମହାମାରୀ ଆରମ୍ଭ ପରଠାରୁ) । ଆରୋଗ୍ୟହାର ୯୭.୫୪ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିସାରିଛି, ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି

ଗତ ୫୫ଦିନ ଧରି ଲଗାତାର ଦୈନିକ ୫୦,୦୦୦ରୁ କମ୍ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି, ଏହା ହେଉଛି କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ନିରନ୍ତର ଏବଂ ସହଯୋଗତ୍ମକ ପ୍ରଚେଷ୍ଟାର ପରିଣାମ । ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୩୪,୪୫୭ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

କରୋନା ସଂକ୍ରମିତ ରୋଗୀ ସଅଳ ଆରୋଗ୍ୟ ଲାଭ କରିବା ଏବଂ ନୂତନ ସଂକ୍ରମଣରେ ହ୍ରାସ ପାଇବା ଦ୍ୱାରା ସର୍ବମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୬୧, ୩୪୦କୁ ଖସି ଆସିଛି, ଯାହା ଗତ ୧୫୧ ଦିନ ମଧ୍ୟରେ ସର୍ବନିମ୍ନ ।

ଦେଶରେ ଥିବା ସକ୍ରିୟ ସଂକ୍ରମିତ ରୋଗୀ ସର୍ବମୋଟ ପଜିଟିଭ ହୋଇଥିବା ରୋଗୀଙ୍କ ସଂଖ୍ୟାର କେବଳ ୧.୧୨ ପ୍ରତିଶତ ଅଟେ, ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସର୍ବନିମ୍ନ ।

ଦେଶରେ ପରୀକ୍ଷଣ କ୍ଷମତାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ହେବା ସହ, ଦେଶରେ ଗତ ୨୪ଘଣ୍ଟାରେ ୧୭,୨୧,୨୦୫ ପରୀକ୍ଷଣ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସର୍ବମୋଟ ୫୦.୪୫ କୋଟିରୁ ଅଧିକ (୫୦, ୪୫, ୭୬, ୧୫୮) ପରୀକ୍ଷଣ କରାଯାଉଛି । ଗୋଟିଏ ପଟେ ଦେଶରେ ପରୀକ୍ଷଣ କ୍ଷମତା ବଢାଇ ଦିଆଯାଇଛି । ଗତ ୫୭ଦିନ ମଧ୍ୟରେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୧.୯୮ପ୍ରତିଶତ ରହିଛି,ଯାହାକି ୩ ପ୍ରତିଶତରୁ କମ୍  । ଦୈନିକ ପଜିଟିଭିଟି ହାର ମଧ୍ୟ ୨. ୦୦ ପ୍ରତିଶତ ରହିଛି । ଗତ ୨୬ଦିନରେ ଦୈନିକ ପଜିଟିଭିଟି ହାର ୩ପ୍ରତିଶତରୁ ତଳେ ରହିଛି ଯାହାକି ଲଗାତାର ୭୫ଦିନ ଧରି ୫ ପ୍ରତିଶତରୁ ତଳେ ରହିଛି

*****

 

NS / SLP



(Release ID: 1747940) Visitor Counter : 160