ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ଭାରତରେ ୮୮.୧୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୫୫ କୋଟିକୁ ଅତିକ୍ରମ କରିଛି

୨୦୨୦ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ସୁସ୍ଥତା ହାର ସର୍ବାଧିକ ୯୭.୫୧%ରେ ପହଞ୍ଚିଛି

ଗତ ୨୪ ଘଣ୍ଟାରେ ୨୫,୧୬୬ ଦୈନିକ ନୂଆ ମାମଲା ଚିହ୍ନଟ ହୋଇଛି

୧୪୬ ଦିନରେ ଭାରତରେ ସକ୍ରିୟ ମାମଲା (୩,୬୯,୮୪୬) ସବୁଠାରୁ ନିମ୍ନରେ ରହିଛି

ମୋଟ ମାମଲାର ୧.୧୫% ରହିଛି ସକ୍ରିୟ ମାମଲା, ଯାହାକି ୨୦୨୦ ମାର୍ଚ୍ଚ ପରେ ସବୁଠାରୁ କମ୍

ଗତ ୨୨ ଦିନ ଧରି ଦୈନିକ ପଜିଟିଭିଟି ହାର (୧.୬୧%) ୩%ରୁ କମ୍ ରହିଛି

Posted On: 17 AUG 2021 10:31AM by PIB Bhubaneshwar

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଆମ ଦେଶରେ ଟିକାକରଣ ଆରମ୍ଭ ହେବା ପରେ ଏହା ଗୋଟିଏ ଦିନରେ ସର୍ବାଧିକ ଟିକାକରଣ । ଏଥିସହ ଭାରତ ୫୫ କୋଟି କୋଭିଡ-୧୯ ଟିକାକରଣର ମାଇଲଖୁଣ୍ଟ ହାସଲ କରିପାରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୬୨,୧୨,୧୦୮ ସେସନରେ ମୋଟ ୫୫,୪୭,୩୦,୬୦୯ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,03,50,941

2nd Dose

81,20,754

FLWs

1st Dose

1,82,86,002

2nd Dose

1,22,44,940

Age Group 18-44 years

1st Dose

20,20,24,963

2nd Dose

1,61,02,484

Age Group 45-59 years

1st Dose

11,87,86,699

2nd Dose

4,64,06,915

Over 60 years

1st Dose

8,17,46,204

2nd Dose

4,06,60,707

Total

55,47,30,609

କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ୨୦୨୧ ଜୁନ୍ ମାସରୁ ଆରମ୍ଭ ହୋଇଛି । ଦେଶବ୍ୟାପୀ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଭାରତରେ ଏବେ ସୁସ୍ଥତା ହାର ରହିଛି ୯୭.୫୧%, ଯାହାକି ୨୦୨୦ ମାର୍ଚ୍ଚ ପରେ ସର୍ବାଧିକ ।

ଭାରତରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣରୁ ୩,୧୪,୪୮,୭୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୩୬,୮୩୦ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୧୫୪ ଦିନ ମଧ୍ୟରେ ସବୁଠାରୁ କମ୍ ଅର୍ଥାତ ଗତ ୨୪ ଘଣ୍ଟାରେ ଭାରତରେ ୨୫,୧୬୬  ନୂଆ ମାମଲା ଚିହ୍ନଟ ହୋଇଛି ।

କ୍ରମାଗତ ୫୧ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ଏବେ ୩,୬୯,୮୪୬ ସକ୍ରିୟ କରୋନା ମାମଲା ରହିଛି, ଯାହାକି ୧୪୬ ଦିନରେ ସର୍ବନିମ୍ନ । ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୧୫% ରହିଛି ସକ୍ରିୟ ମାମଲା, ଯାହାକି ୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୬୩,୯୮୫ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୯.୬୬ କୋଟି (୪୯,୬୬,୨୯,୫୨୪)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ହୋଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ରହିଛି ୧.୯୮%, ଯାହାକି ଗତ ୫୩ ଦିନ ଧରି ୩%ରୁ କମ୍ ରହିଛି । ଦୈନିକ ପଜିଟିଭିଟି ହାର ରହିଛି୧.୬୧% । ଗତ ୨୨ ଦିନ ଧରି ଦୈନିକ ପଜିଟିଭିଟି ହାର ୩%ରୁ କମ୍ ଥିବା ବେଳେ ୭୧ ଦିନ ଧରି ୫%ରୁ ତଳେ ରହିଛି ।

SR



(Release ID: 1746673) Visitor Counter : 273