ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ସିଂହ ଦିବସ ଉପଲକ୍ଷେ ସିଂହ ସଂରକ୍ଷଣ ନିମନ୍ତେ ଉତ୍ସାହୀ ଥିବା ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 10 AUG 2021 10:55AM by PIB Bhubaneshwar

ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଂହ ସଂରକ୍ଷଣ ପାଇଁ ଉତ୍ସାହୀ ଥିବା ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏ ନେଇ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ସିଂହ ହେଉଛି ରାଜକୀୟ ଏବଂ ସାହସୀ । ଏସୀୟ ସିଂହର ଘର ହୋଇଥିବା ଦୃଷ୍ଟିରୁ ଭାରତ ବର୍ଗ ଅନୁଭବ କରୁଛି । ବିଶ୍ୱ ସିଂହ ଦିବସ ଅବସରରେ, ମୁଁ ସେହି ଲୋକମାନଙ୍କୁ ବଧାଇ ଜଣାଉଛି ଯେଉଁମାନେ ସିଂହ ସଂରକ୍ଷଣକୁ ନେଇ ଅଧିକ ଉତ୍ସାହୀ ଅଛନ୍ତି । ଏହା ଜାଣି ଆପଣମାନେ ଖୁସି ହେବେ ଯେ ଗତ କିଛି ବର୍ଷ ମଧ୍ୟରେ ଭାରତର ସିଂହ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଗିରରେ ରହୁଥିବା ସିଂହଙ୍କ ପ୍ରାକୃତିକ ବାସସ୍ଥଳୀ ଓ ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ପାଇଁ କାମ କରିବାକୁ ସୁଯୋଗ ମିଳିଥିଲା । ଏଥିପାଇଁ ଅନେକ ସଂଖ୍ୟକ ପଦକ୍ଷେପ ନିଆଯାଇଥିଲା, ଯେଉଁଥିରେ ସ୍ଥାନୀୟ ସମ୍ପ୍ରଦାୟମାନେ ସାମିଲ ହୋଇଥିଲେ ଏବଂ ବାସସ୍ଥଳୀକୁ ସୁରକ୍ଷିତ ଓ ନିରାପଦ ରଖିବାକୁ ବିଶ୍ୱଶ୍ରେଣୀର ଉପାୟମାନ ଅବଲମ୍ବନ କରାଯାଇଥିଲା । ଏହାଦ୍ୱାରା ପର୍ଯ୍ୟଟନ ସମୃଦ୍ଧ ହୋଇପାରିଥିଲା ।


SR



(Release ID: 1744415) Visitor Counter : 153