ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

Posted On: 09 AUG 2021 9:41AM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ସମସ୍ତ ମହାନ ବିପ୍ଳବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଆନେ୍ଦାଳନ ଉପନିବେଶବାଦ ବିରୋଧୀ ଲଢ଼େଇକୁ ଅଧିକ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ଏ ନେଇ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଉପନିବେଶବାଦ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତଛାଡ଼ ଆନେ୍ଦାଳନରେ ଭାଗନେଇଥିବା ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି । ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଭାରତଛାଡ଼ ଆନେ୍ଦାଳନର ଭାବନା ସାରା ଦେଶକୁ ବ୍ୟାପିଥିଲା, ଯାହା ଆମ ଦେଶର ଯୁବକମାନଙ୍କ ମନରେ ଶକ୍ତି ଭରିଦେଇଥିଲା ।’’

SR



(Release ID: 1744067) Visitor Counter : 175